ଆସନ୍ତା ବର୍ଷଠୁ କାର୍ଯ୍ୟକାରୀ ହୋଇପାରେ ଅଷ୍ଟମ ବେତନ କମିଶନ ସୁୁପାରିସ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ରକର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ସୁପାରିସ କାର୍ଯ୍ୟକାରୀ କରିବା ବିଷୟରେ ସଙ୍କେତ ଦେଇଛନ୍ତି। ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉଛି। ନୂଆ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। ଗତ ଜାନୁଆରୀରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ […]

ନୂଆଦିଲ୍ଲୀ : କେନ୍ଦ୍ରକର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ସୁପାରିସ କାର୍ଯ୍ୟକାରୀ କରିବା ବିଷୟରେ ସଙ୍କେତ ଦେଇଛନ୍ତି। ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉଛି। ନୂଆ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି। ଗତ ଜାନୁଆରୀରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ସହିତ ଆଲୋଚନା ଆରମ୍ଭ ହୋଇଛି। ଦେଶରେ କମିଶନଙ୍କ ସୁପାରିସ ଅନୁସାରେ ଅଷ୍ଟମ ବେତନ ହାର ଆସନ୍ତା ବର୍ଷ ଜାନୁଆରୀରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି। ଲୋକସଭାରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଅଷ୍ଟମ ବେତନ କମିଶନ ଗଠନ ପାଇଁ ସରକାର ପୂର୍ବରୁ ମଞ୍ଜୁରୀ ଦେଇସାରିଛନ୍ତି। ଏହା ଲାଗୁ ହେଲେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ତଥ୍ୟ ପାଇଁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ସଦ୍ୟତମ ମୂଲ୍ୟ ଏବଂ ବଜାର ସ୍ଥିତି...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp