ପୁଣି ମହଙ୍ଗା ହୋଇପାରେ ରନ୍ଧନ ଗ୍ୟାସ୍‌ !, ଏଲ୍‌ପିଜି ସିଲିଣ୍ଡର ଦର ୧୫୦ ଟଙ୍କା ବଢ଼ିପାରେ

The Sakala Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଣିଥରେ ବଢ଼ିପାରେ ରନ୍ଧନ ଗ୍ୟାସ୍‌ ମୂଲ୍ୟ। ଗ୍ୟାସ ସିଲିଣ୍ଡର ଦର ୧୦୦ରୁ ୧୫୦ ଟଙ୍କା ବୃଦ୍ଧି ଘଟିପାରେ। ଠିକ୍‌ ମାସକ ପୂର୍ବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ତେଲ କମ୍ପାନୀଗୁଡ଼ିକ ରନ୍ଧନ ଗ୍ୟାସ (ଏଲପିଜି) ବିକ୍ରିରେ ୩୦ ହଜାର କୋଟି ଟଙ୍କାର କ୍ଷତି ସହିବେ। ପୂର୍ବରୁ ଏହି କ୍ଷତି ପ୍ରାୟ ୪୦ହଜାର କୋଟି ଟଙ୍କା ଥିଲା। ଏପ୍ରିଲ ମାସରେ ସରକାର ଗ୍ୟାସ ସିଲିଣ୍ଡର ମୂଲ୍ୟରେ […]

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଣିଥରେ ବଢ଼ିପାରେ ରନ୍ଧନ ଗ୍ୟାସ୍‌ ମୂଲ୍ୟ। ଗ୍ୟାସ ସିଲିଣ୍ଡର ଦର ୧୦୦ରୁ ୧୫୦ ଟଙ୍କା ବୃଦ୍ଧି ଘଟିପାରେ। ଠିକ୍‌ ମାସକ ପୂର୍ବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା।

ଆହୁରି ପଢ଼ନ୍ତୁ: ୨୭ଶହ ଟଙ୍କାର କ୍ୟାନ୍‌ସର ଔଷଧର ମୂଲ୍ୟ ୨୭ ହଜାର, କର୍ପୋରେଟ ହସ୍‌ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ସୂଚନା ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ତେଲ କମ୍ପାନୀଗୁଡ଼ିକ ରନ୍ଧନ ଗ୍ୟାସ (ଏଲପିଜି) ବିକ୍ରିରେ ୩୦ ହଜାର କୋଟି ଟଙ୍କାର କ୍ଷତି ସହିବେ। ପୂର୍ବରୁ ଏହି କ୍ଷତି ପ୍ରାୟ ୪୦ହଜାର କୋଟି ଟଙ୍କା ଥିଲା। ଏପ୍ରିଲ ମାସରେ ସରକାର ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିବା ପରେ ଏହି କ୍ଷତି ୧୦ ହଜାର କୋଟି ଟଙ୍କା ହ୍ରାସ ପାଇଥିଲା। ଯଦି ସରକାର ତୈଳ କମ୍ପାନୀଗୁଡ଼ିକୁ ସାହାଯ୍ୟ ନ କରନ୍ତି, ତେବେ ଆଗାମୀ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଏସବୁ ମଧ୍ୟରେ ଯଦି ଭାରତ-ପାକିସ୍ତାନ ଯୁଦ୍ଧ ହୁଏ, ତେବେ ସରକାରଙ୍କୁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ପଡ଼ିବ। ଏଥିଯୋଗୁଁ ସରକାର ତୈଳ କମ୍ପାନୀଗୁଡ଼ିକୁ ଦେବାକୁ ଯାଉଥିବା ଆର୍ଥିକ ସହାୟତା ବନ୍ଦ କରିପାରନ୍ତି। ଏହି କ୍ଷତି ଦୂର କରିବା ପାଇଁ ସାଧାରଣ ଖାଉଟିଙ୍କ ଉପରେ ଏଳ୍‌ପିଜି ଦର ବୃଦ୍ଧି ଆକାରରେ ଆର୍ଥିକ ବୋଝ ଲଦି ଦିଆଯାଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି ବେଦାନ୍ତ ଆଲୁମିନିୟମ, ୫୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp