କୋଟାକ୍‌-ଇଆଣ୍ଡ୍‌ୱାଇ ସର୍ଭେରେ ଖୁଲାସା: ସହଜ ହେଉନି ବ୍ୟବସାୟ କାରବାର, ଦେଶ ଛାଡ଼ିବେ ୨୨ ପ୍ରତିଶତ ଅରବପତି…

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଠିକ୍‌ ଠାକ୍‌ ନାହିଁ ବ୍ୟବସାୟିକ ପରିବେଶ। ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ନୀତି ସେମାନଙ୍କ ଲାଗି ଅନୁକୂଳ ହେଉନାହିଁ। ଏଥିପାଇଁ ଦେଶ ଛାଡିବାକୁ ଚାହୁଁଛନ୍ତି ଭାରତୀୟ ଅରବପତି ବା ଅତିଧନୀ। ବିଦେଶରେ ଉନ୍ନତ ଜୀବନଶୈଳୀ ସହ ସହଜ ବ୍ୟବସାୟିକ ପରିବେଶ ଭଳି କେତେକ କାରଣ ସେମାନଙ୍କୁ ଦେଶରେ ବାହାରେ ବସବାସ କରିବାକୁ ଆକୃଷ୍ଟ କରୁଛି। ଏଥିପାଇଁ ଦେଶର ୨୨% ଅରବପତି ଏବେ ବିଦେଶରେ ରହିବାକୁ ଚାହଁଛନ୍ତି। କୋଟାକ୍‌-ଇଆଣ୍ଡ୍‌ୱାଇ ସର୍ଭେରେ ଏହି ଚାଞ୍ଚଲ୍ୟକର ଖବରର ଖୁଲାସା […]

ନୂଆଦିଲ୍ଲୀ: ଦେଶରେ ଠିକ୍‌ ଠାକ୍‌ ନାହିଁ ବ୍ୟବସାୟିକ ପରିବେଶ। ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ନୀତି ସେମାନଙ୍କ ଲାଗି ଅନୁକୂଳ ହେଉନାହିଁ। ଏଥିପାଇଁ ଦେଶ ଛାଡିବାକୁ ଚାହୁଁଛନ୍ତି ଭାରତୀୟ ଅରବପତି ବା ଅତିଧନୀ। ବିଦେଶରେ ଉନ୍ନତ ଜୀବନଶୈଳୀ ସହ ସହଜ ବ୍ୟବସାୟିକ ପରିବେଶ ଭଳି କେତେକ କାରଣ ସେମାନଙ୍କୁ ଦେଶରେ ବାହାରେ ବସବାସ କରିବାକୁ ଆକୃଷ୍ଟ କରୁଛି। ଏଥିପାଇଁ ଦେଶର ୨୨% ଅରବପତି ଏବେ ବିଦେଶରେ ରହିବାକୁ ଚାହଁଛନ୍ତି। କୋଟାକ୍‌-ଇଆଣ୍ଡ୍‌ୱାଇ ସର୍ଭେରେ ଏହି ଚାଞ୍ଚଲ୍ୟକର ଖବରର ଖୁଲାସା ହୋଇଛି। ଅଗ୍ରଣୀ ସମ୍ପତ୍ତି ପରିଚାଳକ କୋଟାକ୍ ପ୍ରାଇଭେଟ୍ ଲିମିଟେଡ୍ ପରାମର୍ଶଦାତା ଫାର୍ମ ଇଆଣ୍ଡ୍‌ୱାଇ ସହ ମିଳିତ ଭାବରେ କରିଥିବା ଏହି ସର୍ଭେରେ କୁହାଯାଇଛି ଯେ ଦେଶର ପ୍ରତି ୧୦୦ ଜଣ ଅରବପତି ଲୋକଙ୍କ ମଧ୍ୟରୁ ୨୨ ଜଣ ଦେଶ ଛାଡି ବିଦେଶରେ ବସବାସ କରିବାକୁ ଚାହୁଁଛନ୍ତି। ଏହି ସର୍ଭେ ଦେଶର ୧୫୦ ଜଣ ଅତି-ଧନୀ ବ୍ୟକ୍ତି (ୟୁଏଚ୍‌ଏନ୍‌ଆଇ)ଙ୍କୁ ନେଇ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦେଶର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବେକାରି ହାର କମିଛି, କାର୍ଯ୍ୟ ସ୍ଥଳରେ ମହିଳାଙ୍କ ଅଂଶଗ୍ରହଣୀୟତା ହାରରେ ବୃଦ୍ଧି

ସର୍ଭେ ଅନୁଯାୟୀ, ଏହି ଅରବପତିମାନେ ଭାରତ ଛାଡି ଆମେରିକା, ୟୁକେ, ଅଷ୍ଟ୍ରେଲିଆ, କାନାଡା ଏବଂ ଏପରିକି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ଦେଶକୁ ଚାଲିବାକୁ ପସନ୍ଦ କରୁଛନ୍ତି। ଅପରପକ୍ଷେ ୩୬-୪୦ ଏବଂ ୬୧ ବର୍ଷରୁ ଅଧିକ ବୟସର ଅତି ଧନୀ ଦେଶ ଛାଡିବାକୁ ଅଧିକ ଇଚ୍ଛୁକ ଥିବା ସର୍ଭେରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: କର୍ପୋରେଟ୍‌ ଲଭ୍‌: ହୁଆଙ୍ଗ-ମସ୍କ-ବେଜୋସ୍‌-ବ୍ରିନ୍‌ ସମସ୍ତେ ପ୍ରେମ ପାଗଳ, ପରକ୍ରୀୟା ପ୍ରୀତି ଯୋଗୁ ହରାଉଛନ୍ତି ପଦ, ମାନ ଓ ସମ୍ମାନ

ଏହି ଅରବପତିମାନେ ଦେଶ ଛାଡି ଚାଲିଯିବାର ଅନେକ କାରଣ ରହିଛି। ସେମାନଙ୍କ ମଧ୍ୟରୁ କିଛି ଅରବପତିଙ୍କର ବିଶ୍ୱାସ ହେଉଛି ଯେ ବିଦେଶରେ ଜୀବନଶୈଳୀ ବେଶ ଭଲ। ସେଠାରେ ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ସ୍ଥିତି ମଧ୍ୟ ଉତ୍ତମ। ଆଉ କିଛି ଅରବପତି ସହଜ ଓ ଅନୁକୂଳ ବ୍ୟବସାୟ ନୀତି ପାଇଁ ବିଦେଶ ଯିବାକୁ ଚାହାଁନ୍ତି। ଏହାବାଦ୍‌ ୟୁଏଇ ଭଳି ଦେଶ ‘ଗୋଲ୍ଡେନ ଭିସା’ ଯୋଜନା ଚଳାଉଛି। ଏହା ଧନୀ ଲୋକଙ୍କ ପାଇଁ ସେଠାରେ ବସବାସ କରିବା ସହଜ କରିଥାଏ। ତେଣୁ, ଏହି ଦେଶଗୁଡ଼ିକ ଧନୀ ଲୋକଙ୍କ ପ୍ରଥମ ପସନ୍ଦ ସ୍ଥଳ ପାଲଟିଛି। ସର୍ଭେରେ ଦୁଇ-ତୃତୀୟାଂଶରୁ ଅଧିକ ଅରବପତି କହିଛନ୍ତି ଯେ ବ୍ୟବସାୟିକ କାର୍ଯ୍ୟକୁ ସୁଗମ କରିବା ସେମାନଙ୍କର ସର୍ବାଧିକ ପ୍ରାଥମିକତା।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୨୫ ଲକ୍ଷ ଭାରତୀୟ ଅନ୍ୟ ଦେଶକୁ ପ୍ରବାସ କରିଥାନ୍ତି। ଏହା ଏକ ବଡ଼ ସଂଖ୍ୟା। ଏହା ଦର୍ଶାଉଛି ଯେ ଅନେକ ଲୋକ ଭାରତ ବାହାରେ ଭଲ ସୁଯୋଗ ଖୋଜୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ରହୁଥିବା ଜଣେ ଭାରତୀୟ ନାଗରିକ ପ୍ରତିବର୍ଷ କେବଳ ୨୫୦,୦୦୦ ଆମେରିକୀୟ ଡଲାର ଦେଶ ବାହାରକୁ ନେଇପାରିବେ। ଯେତେବେଳେ କି ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ)ଙ୍କୁ ୧ ନିୟୁତ ଡଲାର ନେବାକୁ ଅନୁମତି ରହିଛି। ସର୍ଭେରରୁ ଆହୁରି ମଧ୍ୟ ଜଣାପଡିଛି ଯେ ଉଦ୍ୟୋଗୀ କିମ୍ବା ସେମାନଙ୍କ ଉତ୍ତରାଧିକାରୀଙ୍କ ତୁଳନାରେ ବୃତ୍ତିଧାରୀମାନେ ଦେଶ ଛାଡିବାର ସମ୍ଭାବନା ବର୍ତ୍ତମାନ ଅଧିକ। ୨୦୨୩ରେ ୨.୮୩ ଲକ୍ଷ ଭାରତୀୟଙ୍କୁ ୟୁଏଚ୍‌ଏନ୍‌ଆଇ ଭାବରେ ଅଭିହିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସମ୍ପତ୍ତି ୨୫ କୋଟି ଟଙ୍କାରୁ ଅଧିକ ଏବଂ ସେମାନଙ୍କର ମୋଟ ସମ୍ପତ୍ତି ୨.୮୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସର୍ଭେ ଅନୁଯାୟୀ, ୨୦୨୮ ସୁଦ୍ଧା ୟୁଏଚ୍‌ଏନ୍‌ଆଇଙ୍କ ସଂଖ୍ୟା ୪.୩ ଲକ୍ଷକୁ ବୃଦ୍ଧି ପାଇବ ଏବଂ ସମ୍ପତ୍ତି ୩୫୯ ଲକ୍ଷ କୋଟି ଟଙ୍କା ଛୁଇଁବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp