ଆଇସିଆଇସିଆଇ ପରେ ସର୍ବନିମ୍ନ ବାଲାନ୍ସ ସୀମା ବଢ଼ାଇଲା ଏଚ୍‌ଡିଏଫ୍‌ସି ବ୍ୟାଙ୍କ

The Sakala Picture
Published On

ନୂଆଦିଲ୍ଲୀ : ଆଇସିଆଇସିଆଇ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଝଟ୍‌କା ଦେଇଛି। ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବେ ଜମା ଖାତା ଉପରେ ସର୍ବନିମ୍ନ ବାଲାନ୍ସ ସୀମାରେ ବୃଦ୍ଧି ଘଟାଇଛି। ରିପୋର୍ଟ ଅନୁସାରେ ଏଣିକି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଗ୍ରାକହମାନେ ୧୦,୦୦୦ ଟଙ୍କା ପରିବର୍ତ୍ତେ ୨୫୦୦୦ ଟଙ୍କା ସବୁବେଳେ ରଖିବାକୁ ପଡ଼ିବ, ନଚେତ୍ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିବ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଚଳିତବର୍ଷ ଅଗଷ୍ଟ ପହିଲାରୁ ଏହି ନିୟମ ଲାଗୁ କରିଛି। ଯାହାଫଳରେ ନୂଆ […]

ନୂଆଦିଲ୍ଲୀ : ଆଇସିଆଇସିଆଇ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଝଟ୍‌କା ଦେଇଛି। ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବେ ଜମା ଖାତା ଉପରେ ସର୍ବନିମ୍ନ ବାଲାନ୍ସ ସୀମାରେ ବୃଦ୍ଧି ଘଟାଇଛି। ରିପୋର୍ଟ ଅନୁସାରେ ଏଣିକି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଗ୍ରାକହମାନେ ୧୦,୦୦୦ ଟଙ୍କା ପରିବର୍ତ୍ତେ ୨୫୦୦୦ ଟଙ୍କା ସବୁବେଳେ ରଖିବାକୁ ପଡ଼ିବ, ନଚେତ୍ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିବ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଚଳିତବର୍ଷ ଅଗଷ୍ଟ ପହିଲାରୁ ଏହି ନିୟମ ଲାଗୁ କରିଛି।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ସଦ୍ୟତମ ମୂଲ୍ୟ ଏବଂ ବଜାର ସ୍ଥିତି...

ଯାହାଫଳରେ ନୂଆ ନିୟମାନୁଯାୟୀ, ଅଗଷ୍ଟ ପହିଲାରୁ ନୂଆ ସଞ୍ଚୟ ଖାତା ଗ୍ରାହକଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ଜମା ରଖିବାକୁ ପଡ଼ିବ । ଏଥିରୁ କମ ରଖିଲେ ବ୍ୟାଙ୍କ ଚାର୍ଜ କାଟିବ । ଏହି ନିୟମ ସବୁ ବଡ଼ ମେଟ୍ରୋ ଓ ମହାନଗର ନିଗମରେ ଲାଗୁ ହେବ। ଅନ୍ୟପଟେ ସହରାଞ୍ଚଳରେ ସର୍ବନିମ୍ନ ବାଲାନ୍ସ ୧୦ ହଜାର ଟଙ୍କା ରଖିବା ଜରୁରୀ ହୋଇଛି। ଗୋଟିଏ ପଟେ ସରକାରୀ ବ୍ୟାଙ୍କ ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ନିୟମକୁ ହଟାଉଛନ୍ତି, ଅନ୍ୟପଟେ ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ସୀମାକୁ ବଢାଉଛନ୍ତି । କିଛି ଦିନ ପୂର୍ବେ ଦେଶର ଅନ୍ୟ ଏକ ବୃହତ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ଜମା ଖାତା ନିୟମ ଓ ସେବା ଚାର୍ଜରେ କିଛି ପରିବର୍ତ୍ତନ କରିଥିଲା । ଆଇସିଆଇସିଆଇରେ ନୂଆ ସେଭିଂ ଆକାଉଣ୍ଟ ଖୋଲିରେ ଏଣିକି ୫୦ ହଜାର ଟଙ୍କାର ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ । ଏହି ନିୟମ କେବଳ ନୂଆ ଖୋଲିବାକୁ ଥିବା ଜମା ଖାତା ଉପରେ ଲାଗୁ ହେବ ।

ଆହୁରି ପଢ଼ନ୍ତୁ: ଏଆଇ ଶିଳ୍ପକୁ ଘାରିଲାଣି ଆର୍ଥିକ ସଙ୍କଟ ଭୟ ! ଆସନ୍ତା ବର୍ଷ ଦେଖାଦେଇପାରେ ଗୁରୁତର ନଗଦ ଅଭାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp