ସାଟେଲାଇଟ୍‌ ସ୍ପେକ୍‌ଟ୍ରମ୍‌ ପାଇଁ ମସ୍କ-ଅମ୍ବାନୀ ଲଢ଼େଇ

The Sakala Picture
Published On

ନୂଆଦିଲ୍ଲୀ: ସାଟେଲାଇଟ୍ ସ୍ପେକ୍‌ଟ୍ରମ୍‌କୁ ନେଇ ବିଶ୍ୱର ଅଗ୍ରଣୀ ଦୁଇ ଅଗ୍ରଣୀ ଶିଳ୍ପପତିଙ୍କ ଏବେ ମୁହାଁମୁହିଁ ହୋଇଛନ୍ତି। ପ୍ରକୃତରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଚାହୁଁଛନ୍ତି ଯେ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହରୁ ଭାରତରେ ବେତାର ଇଣ୍ଟରନେଟ୍ ସେବା ପ୍ରସାରଣ କରୁ। ଏହାଛଡା ମସ୍କଙ୍କ ଗ୍ରୁପ ଯେଉଁ ଲାଇସେନ୍ସ ପ୍ରଣାଳୀର ସମର୍ଥନ କରୁଛି, ସେ କ୍ଷେତ୍ରରେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିପାରେ। ଗତ ସପ୍ତାହରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ନୂଆଦିଲ୍ଲୀ: ସାଟେଲାଇଟ୍ ସ୍ପେକ୍‌ଟ୍ରମ୍‌କୁ ନେଇ ବିଶ୍ୱର ଅଗ୍ରଣୀ ଦୁଇ ଅଗ୍ରଣୀ ଶିଳ୍ପପତିଙ୍କ ଏବେ ମୁହାଁମୁହିଁ ହୋଇଛନ୍ତି। ପ୍ରକୃତରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଚାହୁଁଛନ୍ତି ଯେ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହରୁ ଭାରତରେ ବେତାର ଇଣ୍ଟରନେଟ୍ ସେବା ପ୍ରସାରଣ କରୁ। ଏହାଛଡା ମସ୍କଙ୍କ ଗ୍ରୁପ ଯେଉଁ ଲାଇସେନ୍ସ ପ୍ରଣାଳୀର ସମର୍ଥନ କରୁଛି, ସେ କ୍ଷେତ୍ରରେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିପାରେ। ଗତ ସପ୍ତାହରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମସ୍କ କହିଥିଲେ ଯେ ସେ ଭାରତରେ ଷ୍ଟାରଲିଙ୍କର ଶୁଭାରମ୍ଭ କରିବାକୁ ଚାହୁଁଛନ୍ତି। ଏହି ସେବା ସାହାଯ୍ୟରେ ଦେଶରେ ଭିତ୍ତିଭୂମି ଅଭାବ ଥିବା ସୁଦୂର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚିପାରିବ। ଷ୍ଟାରଲିଙ୍କ୍ ଚାହୁଁଛି ଯେ ଭାରତ କେବଳ ସେବାକୁ ଲାଇସେନ୍ସ ଦେଉ ଏବଂ ସିଗନାଲ୍ ସ୍ପେକ୍‌ଟ୍ରମ୍‌ କିମ୍ବା ଏୟାରୱେଭ୍ ନିଲାମ ଉପରେ ଗୁରୁତ୍ବ ନଦେଉ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ମସ୍କଙ୍କ ଆଭିମୁଖ୍ୟ ଟାଟା, ସୁନୀଲ ଭାରତୀ ମିତ୍ତଲ ଏବଂ ଆମାଜନ୍ ସହ ମେଳ ଖାଉଛି। ଅନ୍ୟପକ୍ଷରେ ଅମ୍ବାନୀଙ୍କ ରିଲାଏନ୍ସ କହିଛି ଯେ ବିଦେଶୀ ଉପଗ୍ରହ ସେବା ପ୍ରଦାନକାରୀଙ୍କୁ ସ୍ୱର ଏବଂ ଡାଟା ସେବା ଯୋଗାଇବା ପାଇଁ ସ୍ପେକ୍‌ଟ୍ରମ୍‌କୁ ନିଲାମ କରାଯିବା ଉଚିତ। ଯାହା ସରକାରୀ ନିଲାମରେ କିଣାଯାଇଥିବା ଏୟାରୱେଭ ବ୍ୟବହାର କରି ସମାନ ସେବା ପ୍ରଦାନ କରିଥାଏ। ସ୍ପେକ୍‌ଟ୍ରମ୍‌ ନିଷ୍ପତ୍ତି ହେଉଛି ଭାରତର ଅନ୍ତରୀକ୍ଷ ଆଧାରିତ ଯୋଗାଯୋଗ ସେବା (ଏସ୍ଏସ୍) ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୧୦ ମସିହାରୁ ସରକାର ୭୭ ବିଲିୟନ ଆମେରିକୀୟ ଡଲାରର ମୋବାଇଲ୍ ସ୍ପେକ୍‌ଟ୍ରମ୍‌ ନିଲାମ କରିଛନ୍ତି ଏବଂ ଅନେକ କମ୍ପାନୀ ଏସ୍ଏସ୍ ଉପରେ ଆଗ୍ରହୀ। ତେବେ ଆମାଜନ୍, ଟାଟା, ଭାରତୀ ଏୟାରଟେଲ ସମର୍ଥିତ ୱାନୱେବ ଏବଂ ଲାର୍ସନ୍ ଆଣ୍ଡ ଟୁବ୍‌ରୋ ନିଲାମ ବିରୋଧରେ ରହିଥିବାବେଳେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭାରତ ଏସ୍ଏସ୍ ନିଲାମକୁ ସମର୍ଥନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

26 Jun 2023 By The Sakala

ସାଟେଲାଇଟ୍‌ ସ୍ପେକ୍‌ଟ୍ରମ୍‌ ପାଇଁ ମସ୍କ-ଅମ୍ବାନୀ ଲଢ଼େଇ

ନୂଆଦିଲ୍ଲୀ: ସାଟେଲାଇଟ୍ ସ୍ପେକ୍‌ଟ୍ରମ୍‌କୁ ନେଇ ବିଶ୍ୱର ଅଗ୍ରଣୀ ଦୁଇ ଅଗ୍ରଣୀ ଶିଳ୍ପପତିଙ୍କ ଏବେ ମୁହାଁମୁହିଁ ହୋଇଛନ୍ତି। ପ୍ରକୃତରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଚାହୁଁଛନ୍ତି ଯେ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହରୁ ଭାରତରେ ବେତାର ଇଣ୍ଟରନେଟ୍ ସେବା ପ୍ରସାରଣ କରୁ। ଏହାଛଡା ମସ୍କଙ୍କ ଗ୍ରୁପ ଯେଉଁ ଲାଇସେନ୍ସ ପ୍ରଣାଳୀର ସମର୍ଥନ କରୁଛି, ସେ କ୍ଷେତ୍ରରେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିପାରେ। ଗତ ସପ୍ତାହରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମସ୍କ କହିଥିଲେ ଯେ ସେ ଭାରତରେ ଷ୍ଟାରଲିଙ୍କର ଶୁଭାରମ୍ଭ କରିବାକୁ ଚାହୁଁଛନ୍ତି। ଏହି ସେବା ସାହାଯ୍ୟରେ ଦେଶରେ ଭିତ୍ତିଭୂମି ଅଭାବ ଥିବା ସୁଦୂର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚିପାରିବ। ଷ୍ଟାରଲିଙ୍କ୍ ଚାହୁଁଛି ଯେ ଭାରତ କେବଳ ସେବାକୁ ଲାଇସେନ୍ସ ଦେଉ ଏବଂ ସିଗନାଲ୍ ସ୍ପେକ୍‌ଟ୍ରମ୍‌ କିମ୍ବା ଏୟାରୱେଭ୍ ନିଲାମ ଉପରେ ଗୁରୁତ୍ବ ନଦେଉ।

ମସ୍କଙ୍କ ଆଭିମୁଖ୍ୟ ଟାଟା, ସୁନୀଲ ଭାରତୀ ମିତ୍ତଲ ଏବଂ ଆମାଜନ୍ ସହ ମେଳ ଖାଉଛି। ଅନ୍ୟପକ୍ଷରେ ଅମ୍ବାନୀଙ୍କ ରିଲାଏନ୍ସ କହିଛି ଯେ ବିଦେଶୀ ଉପଗ୍ରହ ସେବା ପ୍ରଦାନକାରୀଙ୍କୁ ସ୍ୱର ଏବଂ ଡାଟା ସେବା ଯୋଗାଇବା ପାଇଁ ସ୍ପେକ୍‌ଟ୍ରମ୍‌କୁ ନିଲାମ କରାଯିବା ଉଚିତ। ଯାହା ସରକାରୀ ନିଲାମରେ କିଣାଯାଇଥିବା ଏୟାରୱେଭ ବ୍ୟବହାର କରି ସମାନ ସେବା ପ୍ରଦାନ କରିଥାଏ। ସ୍ପେକ୍‌ଟ୍ରମ୍‌ ନିଷ୍ପତ୍ତି ହେଉଛି ଭାରତର ଅନ୍ତରୀକ୍ଷ ଆଧାରିତ ଯୋଗାଯୋଗ ସେବା (ଏସ୍ଏସ୍) ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୧୦ ମସିହାରୁ ସରକାର ୭୭ ବିଲିୟନ ଆମେରିକୀୟ ଡଲାରର ମୋବାଇଲ୍ ସ୍ପେକ୍‌ଟ୍ରମ୍‌ ନିଲାମ କରିଛନ୍ତି ଏବଂ ଅନେକ କମ୍ପାନୀ ଏସ୍ଏସ୍ ଉପରେ ଆଗ୍ରହୀ। ତେବେ ଆମାଜନ୍, ଟାଟା, ଭାରତୀ ଏୟାରଟେଲ ସମର୍ଥିତ ୱାନୱେବ ଏବଂ ଲାର୍ସନ୍ ଆଣ୍ଡ ଟୁବ୍‌ରୋ ନିଲାମ ବିରୋଧରେ ରହିଥିବାବେଳେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭାରତ ଏସ୍ଏସ୍ ନିଲାମକୁ ସମର୍ଥନ କରୁଛନ୍ତି।

https://www.thesakala.in/business/musk-ambani-fight-for-satellite-spectrum/article-22963
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp