ବୋର୍ଣ୍ଣଭିଟାକୁ ଏନ୍‌ସିପିସିଆର ନିର୍ଦ୍ଦେଶ: ଭ୍ରମାତ୍ମକ ବିଜ୍ଞାପନ, ପ୍ୟାକେଜିଂ ହଟାଅ

The Sakala Picture
Published On

ନୂଆଦିଲ୍ଲୀ: ‘ବୋର୍ଣ୍ଣଭିଟା’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବୋର୍ଣ୍ଣଭିଟା ବନାଉ ଥିବା କମ୍ପାନୀ ମୋଣ୍ଡେଲେଜ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଲିମିଟେଡକୁ ନ୍ୟାସନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ନୋଟିସ୍‌ ଜାରି କରିଛନ୍ତି। କମ୍ପାନୀ ଭ୍ରମାତ୍ମକ ବିଜ୍ଞାପନ ଏବଂ ପ୍ୟାକେଜିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିନି ମାତ୍ରାକୁ ନେଇ ଥିବା ବାଧ୍ୟତାମୂଳକ ନିୟମକୁ ବୋର୍ଣ୍ଣୋଭିଟା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କମ୍ପାନୀକୁ ନୋଟିସ୍‌ ଜାରି କରାଯାଇଛି। କିଛି ଦିନ ତଳେ […]

ନୂଆଦିଲ୍ଲୀ: ‘ବୋର୍ଣ୍ଣଭିଟା’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବୋର୍ଣ୍ଣଭିଟା ବନାଉ ଥିବା କମ୍ପାନୀ ମୋଣ୍ଡେଲେଜ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଲିମିଟେଡକୁ ନ୍ୟାସନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ନୋଟିସ୍‌ ଜାରି କରିଛନ୍ତି। କମ୍ପାନୀ ଭ୍ରମାତ୍ମକ ବିଜ୍ଞାପନ ଏବଂ ପ୍ୟାକେଜିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିନି ମାତ୍ରାକୁ ନେଇ ଥିବା ବାଧ୍ୟତାମୂଳକ ନିୟମକୁ ବୋର୍ଣ୍ଣୋଭିଟା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କମ୍ପାନୀକୁ ନୋଟିସ୍‌ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

କିଛି ଦିନ ତଳେ ଜଣେ ସେଲିବ୍ରିଟି ବୋର୍ଣ୍ଣଭିଟାରେ ଚିନି ମାତ୍ରାକୁ ନେଇ ପ୍ରଶ୍ନ ଉଠାଇ ଥିଲେ। ଭିଡିଓରେ ସେ କହିଥିଲେ ଯେ ବୋର୍ଣ୍ଣଭିଟାର ଟ୍ୟାଗ ଲାଇନ ‘ତୈୟାରୀ ଜିତ୍‌ କି (ବିଜୟ ପାଇଁ ପ୍ରସ୍ତୁତି)’ ନୁହେଁ, ବରଂ ‘ ତୈୟାରୀ ଡାଇବେଟିସ୍‌ କି (ମଧୁମେହ ପାଇଁ ପ୍ରସ୍ତୁତି)’ ହେବା ଉଚିତ୍‌। ଏଥିରେ କୁହାଯାଇଥିଲା ଯେ ବୋର୍ଣ୍ଣଭିଟା ପ୍ୟାକେଟରେ ଚିନି ଅଧା ରହିଛି। ଏହାକୁ ନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ଏନସିପିସିଆର ନୋଟିସ ଜାରି କରି ସମସ୍ତ ଭ୍ରମାତ୍ମକ ବିଜ୍ଞାପନ, ପ୍ୟାକେଜିଂ ଏବଂ ସ୍ତରର ସମୀକ୍ଷା କରି ତାହାକୁ ହଟାଇବାକୁ କହିଛନ୍ତି। ଏନସିପିସିଆର କମ୍ପାନୀର ଉତ୍ପାଦ ଏବଂ ବୋର୍ଣ୍ଣଭିଟା ପ୍ୟାକେଜିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ବ୍ୟବହାର କରାଯାଉଥିବା ଉତ୍ପାଦନ ଉପରେ ୭ ଦିନ ମଧ୍ୟରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ପ୍ୟାକେଜିଂରେ ଉପାଦାନର ସଠିକ୍‌ ବିବରଣୀ ଦେଇ ନ ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

୭୫ ବର୍ଷର ଏହି ପୁରୁଣା ବ୍ରାଣ୍ଡ ନିଜକୁ ଚକଲେଟ ହେଲ୍‌ଥ ଡ୍ରିଙ୍କ କହିଥାଏ। କିନ୍ତୁ ସୋସିଆଲ ମିଡିଆ ଇନଫ୍ଲୁଏନସର ରେୱନ୍ତ ହିମତସିଙ୍ଗକା ଏକ ଭିଡିଓ ଜାରି କରି ଏଥିରେ ଥିବା ହାନିକାର ତତ୍ତ୍ବ ବିଷୟରେ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ, ଅଭିନେତା ଆର୍‌ ମାଧବାନ ଏବଂ ପରେଶ ରାୱଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଜାଦ ନିଜ ଓକିଲଙ୍କ ସହ ପରାମର୍ଶ କରିବେ ବୋଲି ମଧ୍ୟ କହିଥିଲେ। ରେୱନ୍ତ ଏପ୍ରିଲ ୧ରେ କହିଥିଲେ ଯେ, କ୍ୟାଡବରି ହେଲ୍‌ଥ କମ୍ପାନୀ ନୁହେଁ। ଏହା ଏକ ଚକଲେଟ କମ୍ପାନୀ। ବୋର୍ଣ୍ଣଭିଟାରେ ଥିବା ରଙ୍ଗ (୧୫୦ ସି) କର୍କଟ କାରଣ ପାଲଟି ପାରେ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିପାରେ। ଏହାର ଉପାଦାନ ସ୍ତର ଅନୁଯାୟୀ ପ୍ରତି ଶହେ ଗ୍ରାମରେ ୫୦ ଗ୍ରାମ ଚିନି ରହିଥାଏ। ସେ ନିଜ ଶିଶୁଙ୍କୁ ଏହା ନ ଦେବା ପାଇଁ ମାତାପିତାଙ୍କୁ ଅନୁରୋଧ କରିଥିଲେ। ଏହି ମିଥ୍ୟା ଦାବି ଉପରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିବେଦନ କରିଥିଲେ।

ଏହି ଭିଡିଓ ପରେ କମ୍ପାନୀ କ୍ୟାଡବରୀ ଇନ୍‌ଫ୍ଲୁଏନ୍ସରଙ୍କୁ ଆଇନ ନୋଟିସ ପଠାଇ ଥିଲା। ଏହା ପରେ ରେୱନ୍ତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କମ୍ପାନୀକୁ କ୍ଷମା ମାଗିଥିଲେ। ଆଇନ ନୋଟିସ ପରେ ସେ ଭିଡିଓକୁ ହଟାଇ ଦେଇଥିଲେ। କମ୍ପାନୀ ଏହାକୁ ନେଇ ନିଜ ଟ୍ବିଟର ଆକାଉଣ୍ଟରେ ବିବୃତି ଜାରି କରିଥିଲା। ଏଥିରେ ଭିଟାମିନ ଏ, ସି, ଡି ଆଇରନ, ଜିଙ୍କ, କପର ଏବଂ ସଲେନିୟମ ଭଳି ପୋଷକ ତତ୍ତ୍ବ ଥିବା କହିଥିଲା। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ବୋଲି ଉଲ୍ଲେଖ କରିଥିଲା। ଅନେକ ବର୍ଷ ହେଲା ଏହି ଉପାଦାନ ଦିଆଯାଉଛି ବୋଲି କୁହାଯାଇଥିଲା। ଇନ୍‌ଫ୍ଲୁଏନ୍ସରଙ୍କୁ ଆଇନ ନୋଟିସ ପଠାଇବାକୁ ନେଇ କମ୍ପାନୀକୁ ଲୋକେ ସମାଲୋଚନା କରିଥିଲେ।

27 Apr 2023 By The Sakala

https://www.thesakala.in/business/ncpcr-says-to-bournvita-to-withdraw-misleading-ads-packaging-and-labels/article-21146
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp