ଡାବରକୁ FSSAI ର ବଡ଼ ଝଟକା: '୧୦୦% ଶୁଦ୍ଧ' ଦାବି କରି ଫସିଲା କମ୍ପାନୀ, ଅନେକ ଉତ୍ପାଦ ବିକ୍ରି ଉପରେ ରୋକ
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ପ୍ରସିଦ୍ଧ ଏଫଏମସିଜି କମ୍ପାନୀ ଡାବର (Dabur) ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା '୧୦୦ ପ୍ରତିଶତ (100%)' ଦାବି ସହିତ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ବିକ୍ରି ଉପରେ FSSAI ତୁରନ୍ତ ପ୍ରଭାବରୁ ରୋକ ଲଗାଇଛି। ଏଥିପାଇଁ ଏକ ନିଷେଧାଦେଶ ଜାରି କରାଯାଇଛି ଏବଂ କମ୍ପାନୀକୁ ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେଉଁ ସବୁ ଉତ୍ପାଦ ଉପରେ ଲାଗିଲା କଟକଣା?
FSSAI ଅନୁଯାୟୀ, ଡାବରର ଅନେକ ଉତ୍ପାଦ ଯେପରିକି ମହୁ, ଆପଲ୍ ସାଇଡର୍ ଭିନେଗାର, ଭର୍ଜିନ୍ ନଡ଼ିଆ ତେଲ, ରାଶି ତେଲ, ଗାଇ ଘିଅ, ନଡ଼ିଆ ପାଣି ଏବଂ ନଡ଼ିଆ କ୍ଷୀର ଆଦିରେ ବିଭ୍ରାନ୍ତିକର ଲେବଲ୍ ଲଗାଯାଇ ବିକ୍ରି କରାଯାଉଥିଲା। ଏହି ଉତ୍ପାଦଗୁଡ଼ିକରେ କମ୍ପାନୀ ପକ୍ଷରୁ ମିଥ୍ୟା ଦାବି କରାଯାଇ ଲେଖାଯାଇଥିଲା ଯେ, ଏହା '୧୦୦% ନ୍ୟାଚୁରାଲ୍', '୧୦୦% ପିଓର୍', '୧୦୦% ଅର୍ଗାନିକ୍' ଏବଂ '୧୦୦% ଟେଣ୍ଡର୍ କୋକୋନଟ୍ ୱାଟର୍' ଅଟେ। ଖାଦ୍ୟ ସୁରକ୍ଷା ନିୟାମକ କହିଛନ୍ତି ଯେ ଏପରି ବିଜ୍ଞାପନ ତଥା ଦାବି ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ, ଯାହାକି ଖାଦ୍ୟ ସୁରକ୍ଷା ଏବଂ ମାନକ (ବିଜ୍ଞାପନ ଏବଂ ଦାବି) ନିୟମାବଳୀ, ୨୦୧୮ ର ଉଲ୍ଲଂଘନ ଅଟେ।
ଜୈବିକ ଭାରତ ଲୋଗୋର ଦୁରୁପଯୋଗ
ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ, ଡାବର ହିମାଲୟାନ୍ ଅର୍ଗାନିକ୍ ଆପଲ୍ ସାଇଡର୍ ଭିନେଗାର ଏବଂ ଡାବର ଅର୍ଗାନିକ୍ ହନି (ମହୁ) ରେ ବୈଧ FSSAI ପ୍ରମାଣପତ୍ର ବିନା 'ଜୈବିକ ଭାରତ' (Jaivik Bharat) ଲୋଗୋ ବ୍ୟବହାର କରାଯାଉଥିଲା। ସେହିପରି ଡାବର ହୋମମେଡ୍ ନଡ଼ିଆ କ୍ଷୀରରେ '୧୦୦% ଶୁଦ୍ଧତା' ର ଦାବି କରାଯାଇଥିଲା, ଯାହା କମ୍ପାଉଣ୍ଡ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ନିୟମ ଅନୁସାରେ ଅନୁମୋଦିତ ନୁହେଁ।
ପୂର୍ବରୁ ମଧ୍ୟ FSSAI ପକ୍ଷରୁ ଏହି ବିଭ୍ରାନ୍ତିକର ବିଜ୍ଞାପନକୁ ହଟାଇବା ପାଇଁ କମ୍ପାନୀକୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ ନ ନିଆଯିବାରୁ ଏହି କଠୋର ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ବିଭ୍ରାନ୍ତିକର ଦାବି ଥିବା ସମସ୍ତ ଉତ୍ପାଦର ବିକ୍ରି ତୁରନ୍ତ ବନ୍ଦ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଡାବର ପକ୍ଷରୁ କୁହାଯାଇଛି ଯେ ସେମାନେ ନୋଟିସ୍ ପାଇଛନ୍ତି ଏବଂ ନିଜ ୱେବସାଇଟରେ ଥିବା ବିଷୟବସ୍ତୁର ସମୀକ୍ଷା କରୁଛନ୍ତି।