ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲ ଦାୟିତ୍ବ , ଖୁବ୍‌ ଶୀଘ୍ର ହେବ ଅଧ୍ୟକ୍ଷ ଘୋଷଣା

The Sakala Picture
Published On

ମୁମ୍ବଇ : ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ମୁକେଶ ଅମ୍ବାନୀ ତାଙ୍କ ଶିଳ୍ପ ସାମ୍ରାଜ୍ୟକୁ ପରବର୍ତ୍ତୀ ପିଢ଼ୀ ହାତରେ ଟେକିଦେବାକୁ ଯୋଜନା କରୁଛନ୍ତି। ବ୍ଲୁମବର୍ଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, […]

ମୁମ୍ବଇ : ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ମୁକେଶ ଅମ୍ବାନୀ ତାଙ୍କ ଶିଳ୍ପ ସାମ୍ରାଜ୍ୟକୁ ପରବର୍ତ୍ତୀ ପିଢ଼ୀ ହାତରେ ଟେକିଦେବାକୁ ଯୋଜନା କରୁଛନ୍ତି। ବ୍ଲୁମବର୍ଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଇଶା ଅମ୍ବାନୀ ରିଲାଏନ୍ସ ରିଟେଲର ଅଧ୍ୟକ୍ଷ ହେବାର ଘୋଷଣା ଖୁବ୍‌ ଶୀଘ୍ର ଘୋଷଣା କରାଯାଇପାରେ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଇଶା ବର୍ତ୍ତମାନ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦ୍ଦେଶକ ରହିଛନ୍ତି। ଇଶା ୟେଲେ ଏବଂ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରେ ଅଧ୍ୟୟନ କରିଥିଲେ। ୨୦୧୫ରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ସେ ଜିଓ ଲିମିଟେଡ୍ ଜିଓ ପ୍ଲାଟଫର୍ମ ବୋର୍ଡରେ ମଧ୍ୟ ରହିଛନ୍ତି। ଡିସେମ୍ବର ୨୦୧୮ରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁତ୍ର ଆନନ୍ଦ ପିରାମଲଙ୍କୁ ସେ ବିବାହ କରିଥିଲେ। ୧୬ ବର୍ଷ ବୟସରେ ଇଶା ଅମ୍ବାନୀ ପ୍ରଥମେ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲେ। ସେ ଦୁନିଆର ସର୍ବକନିଷ୍ଠ ବିଲିୟନେୟାର ଉତ୍ତରାଧିକାରୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୬ରେ ଫ୍ୟାଶନ୍ ପୋର୍ଟାଲ୍ ଆଜିଓର ଶୁଭାରମ୍ଭ ପାଇଁ ଇଶାଙ୍କୁ ଶ୍ରେୟ ଦିଆଯାଇପାରେ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

30 Jun 2022 By The Sakala

ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲ ଦାୟିତ୍ବ , ଖୁବ୍‌ ଶୀଘ୍ର ହେବ ଅଧ୍ୟକ୍ଷ ଘୋଷଣା

ମୁମ୍ବଇ : ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ମୁକେଶ ଅମ୍ବାନୀ ତାଙ୍କ ଶିଳ୍ପ ସାମ୍ରାଜ୍ୟକୁ ପରବର୍ତ୍ତୀ ପିଢ଼ୀ ହାତରେ ଟେକିଦେବାକୁ ଯୋଜନା କରୁଛନ୍ତି। ବ୍ଲୁମବର୍ଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଇଶା ଅମ୍ବାନୀ ରିଲାଏନ୍ସ ରିଟେଲର ଅଧ୍ୟକ୍ଷ ହେବାର ଘୋଷଣା ଖୁବ୍‌ ଶୀଘ୍ର ଘୋଷଣା କରାଯାଇପାରେ।

ଇଶା ବର୍ତ୍ତମାନ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦ୍ଦେଶକ ରହିଛନ୍ତି। ଇଶା ୟେଲେ ଏବଂ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରେ ଅଧ୍ୟୟନ କରିଥିଲେ। ୨୦୧୫ରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ସେ ଜିଓ ଲିମିଟେଡ୍ ଜିଓ ପ୍ଲାଟଫର୍ମ ବୋର୍ଡରେ ମଧ୍ୟ ରହିଛନ୍ତି। ଡିସେମ୍ବର ୨୦୧୮ରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁତ୍ର ଆନନ୍ଦ ପିରାମଲଙ୍କୁ ସେ ବିବାହ କରିଥିଲେ। ୧୬ ବର୍ଷ ବୟସରେ ଇଶା ଅମ୍ବାନୀ ପ୍ରଥମେ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲେ। ସେ ଦୁନିଆର ସର୍ବକନିଷ୍ଠ ବିଲିୟନେୟାର ଉତ୍ତରାଧିକାରୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୬ରେ ଫ୍ୟାଶନ୍ ପୋର୍ଟାଲ୍ ଆଜିଓର ଶୁଭାରମ୍ଭ ପାଇଁ ଇଶାଙ୍କୁ ଶ୍ରେୟ ଦିଆଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp