ଜୁଲାଇ ୧ରୁ ପାନ କାର୍ଡ ଆବେଦନ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ

The Sakala Picture
Published On

ନୂଆଦିଲ୍ଲୀ : ସରକାର ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ) ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୧ରୁ ପାନ କାର୍ଡ ଆବେଦନ ଲାଗି ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି। ଯଦି କାହା ପାଖରେ ଆଧାର କାର୍ଡ ନ ଥିବ ତେବେ ସେ ଆଉ ପାନ କାର୍ଡ ପ୍ରସ୍ତୁତ କରିପାରିବେ ନାହିଁ। ଏହି ପଦକ୍ଷେପ ଦ୍ବାରା ଟିକସ ଚୋରି ଉପରେ ଲଗାମ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁ ବ୍ୟକ୍ତିଙ୍କ ପାଖରେ ପାନ କାର୍ଡ ରହିଛି ତାଙ୍କୁ […]

ନୂଆଦିଲ୍ଲୀ : ସରକାର ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ) ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୧ରୁ ପାନ କାର୍ଡ ଆବେଦନ ଲାଗି ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି। ଯଦି କାହା ପାଖରେ ଆଧାର କାର୍ଡ ନ ଥିବ ତେବେ ସେ ଆଉ ପାନ କାର୍ଡ ପ୍ରସ୍ତୁତ କରିପାରିବେ ନାହିଁ। ଏହି ପଦକ୍ଷେପ ଦ୍ବାରା ଟିକସ ଚୋରି ଉପରେ ଲଗାମ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ 'ତାରା ଗ୍ୟାସ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ସୁରକ୍ଷିତ ଅଛନ୍ତି ୨୪ ଭାରତୀୟ ନାବିକ

ଯେଉଁ ବ୍ୟକ୍ତିଙ୍କ ପାଖରେ ପାନ କାର୍ଡ ରହିଛି ତାଙ୍କୁ ଡିସେମ୍ବର ୩୧ ସୁଦ୍ଧା ନିଜ ପାନ କାର୍ଡ ସହ ଆଧାର ଲିଙ୍କ୍‌ କରାଇବାକୁ ହେବ। ଏପରି ନ କଲେ ୨୦୨୬ ଜାନୁଆରୀ ୧ରୁ ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ। ୧୦ ଅଙ୍କ ବିଶିଷ୍ଟ ଏହି ପାନ୍‌ ନମ୍ବର ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥାଏ। ଆୟକର ରିଟର୍ଣ୍ଣ ଦାଖଲ, ବ୍ୟାଙ୍କ ଖାତା ଖୋଲିବା ଏବଂ ସେୟାର ବଜାରରେ ନିବେଶ ଆଦି କାର୍ଯ୍ୟ ପାଇଁ ପାନ୍‌ ଜରୁରୀ ହୋଇଥାଏ।

ଆହୁରି ପଢ଼ନ୍ତୁ: ସୁନା ଦରରେ ବଡ଼ ଧରଣର ହ୍ରାସ: ୧.୮୦ ଲକ୍ଷରୁ ଖସି ୧.୨୫ ଲକ୍ଷ ତଳକୁ ଆସିଲା ୧୦ ଗ୍ରାମର ମୂଲ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp