ସୋସିଆଲ ମିଡିଆ ପାଲଟିଛି ଗୁଜବର ମାଧ୍ୟମ : କିଏ ସତ କୁହୁଛି… ଆଉ କିଏ ମିଛ? ଜାଣିବା କଷ୍ଟ…

The Sakala Picture
Published On

ଭୁବନେଶ୍ୱର: ଗୁଜବର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଯିଏ ଯାହା ପାଇଲା ଲେଖିଲା ଏବଂ ଭିଡିଓ ଏଡିଟ୍‌‌ କରି ଛାଡ଼ିଲା। ଯାହାଫଳରେ ସତ କ’ଣ, ମିଛ କ’ଣ ତାହା ଜାଣିବା ଲୋକଙ୍କ ପକ୍ଷେ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏହି ମିଛ ଖବର ଆଖି ପିଚ୍ଛୁଳାକେ ପବନ ବେଗରେ ବ୍ୟାପିଯାଉଛି। ଯାହାକୁ ସାଧାରଣ ଲୋକ ସତ ଭାବି ନେଉଛନ୍ତି। ଏବେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ମିଛ ଖବର ଅନେକ […]

ଭୁବନେଶ୍ୱର: ଗୁଜବର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଯିଏ ଯାହା ପାଇଲା ଲେଖିଲା ଏବଂ ଭିଡିଓ ଏଡିଟ୍‌‌ କରି ଛାଡ଼ିଲା। ଯାହାଫଳରେ ସତ କ’ଣ, ମିଛ କ’ଣ ତାହା ଜାଣିବା ଲୋକଙ୍କ ପକ୍ଷେ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏହି ମିଛ ଖବର ଆଖି ପିଚ୍ଛୁଳାକେ ପବନ ବେଗରେ ବ୍ୟାପିଯାଉଛି। ଯାହାକୁ ସାଧାରଣ ଲୋକ ସତ ଭାବି ନେଉଛନ୍ତି। ଏବେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ମିଛ ଖବର ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଗୁଜବରେ ଯୁଦ୍ଧ ଅପେକ୍ଷା ଯୁଦ୍ଧ ଭୟରେ କିଭଳି ବିଭିନ୍ନ ସାମଗ୍ରୀ ମହଜୁଦ ରଖିବ ତାହାକୁ ନେଇ ଭଳିକି ଭଳି ମାର୍ଗନିର୍ଦ୍ଦେଶିକା ଛଡ଼ାଯାଉଛି। ତେବେ ଏଭଳି ମାର୍ଗନିର୍ଦ୍ଦେଶିକା କିଏ କେଉଁଠାରୁ ଛାଡୁଛି ତାହାର କୌଣସି ସୂଚନା ନଥିବାବେଳେ ଲୋକେ କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଅଧିକ ଭାବରେ ସେୟାର କରିବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଚକ୍କର କାଟୁଥିବା ଏହି ବେନାମୀ ମାର୍ଗଦର୍ଶିକାରେ ପ୍ରଥମେ ରହିଛି ଯୁଦ୍ଧ ସମୟରେ ନିଜ ପାଖରେ ଅତି କମରେ ନଗଦ ୫୦ହଜାର ଟଙ୍କା ଗଚ୍ଛିତ ରଖନ୍ତୁ। ଏଥି ସହିତ ଗାଡ଼ି ପାଇଁ ତେଲ, ରୋଗୀଙ୍କ ପାଇଁ ଔଷଧ ସହିତ ଅନ୍ୟାନ୍ୟ ସାମଗ୍ରୀ କଥା ଉଲ୍ଲେଖ କରାଯାଇଛି। ଏଭଳି ମାର୍ଗଦର୍ଶିକା ଏବେ ଏ ମୋବାଇଲ୍‌‌ରୁ ସେ ମୋବାଇଲ୍‌‌ ଚକ୍କର କାଟୁଥିବାବେଳେ ଲୋକେ ବି ଏହା ସହିତ ଆଉ କିଛି ସୂଚନା ଯୋଡ଼ି ଛାଡ଼ିବାରେ ଲାଗିଛନ୍ତି। ଏଭଳି ବେନାମୀ ବାର୍ତ୍ତା ସହରରୁ ଗାଁ ପର୍ଯ୍ୟନ୍ତ ବ୍ୟାପୁଥିବାରୁ ଲୋକଙ୍କ ଉପରେ ମଧ୍ୟ ଧୀରେ ଧୀରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି। କିଛି ଲୋକେ ଏଥିରେ ପ୍ରଭାବିତ ହୋଇ ଏଟିଏମ୍‌‌ରୁ ଟଙ୍କା ଉଠାଇବା ସହିତ ନିଜ ପାଖରେ ଥିବା ଟଙ୍କାକୁ ଆଉ ବ୍ୟାଙ୍କ ଜମା କରୁନାହାନ୍ତି। ନଗଦ ଗଚ୍ଛିତ ରଖିବା ପାଇଁ କିଛି ଲୋକ ଖର୍ଚ୍ଚ ବି କମାଇବାରେ ଲାଗିଛନ୍ତି। ଏଥି ସହିତ ଔଷଧ ମଧ୍ୟ କିଣିବାରେ ଲାଗିଛନ୍ତି। ଏଭଳି ବେନାମୀ ମାର୍ଗଦର୍ଶିକା ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଆହୁରି ପଢ଼ନ୍ତୁ: ସ୍ମାର୍ଟଫୋନରେ କାହିଁକି ଥାଏ 'Restart' ଫିଚର? ଜାଣନ୍ତୁ କେବେ ଏବଂ କାହିଁକି କରିବେ ଫୋନ୍ ରିଷ୍ଟାର୍ଟ

ଚରିତ୍ର ସଂହାର ଯୋଗୁଁ ଲୋକଙ୍କ ଜୀବନ ଯାଉଛି
ଏବେ ସୋସିଆଲ ମିଡିଆ ଲୋକଙ୍କ ଚରିତ୍ର ସଂହାରର ମୁଖ୍ୟ ମାଧ୍ୟମ ସାଜିଛି। କିଛି ଠକ ଦଳ ଜାଣିଶୁଣି ମିଛରେ ନିଉଜ ଚ୍ୟାନେଲ କରୁଛନ୍ତି। ମିଛରେ ଜଣେ ବ୍ୟକ୍ତିଙ୍କ ଫଟୋକୁ ଏଡିଟ୍‌‌ କରି ଅତିରଞ୍ଜିତ କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଖବର ମିଛ ହୋଇଥିଲେ ମଧ୍ୟ ଅତିରଞ୍ଜିତ ଏବଂ ମନଗଢ଼ା କାହାଣୀ ଏଥିରେ ଥିବାରୁ ଲୋକ ସହଜରେ ବିଶ୍ୱାସ କରିଯାଉଛନ୍ତି। ଆଉ ଉକ୍ତ ବ୍ୟକ୍ତିଙ୍କୁ ଦୋଷୀ ବୋଲି ସଜାଉଛନ୍ତି। ଆଉ ତାଙ୍କ ପରିବାର ଏବଂ ପିଲାଙ୍କୁ ଟାହି ଟାପରା କରୁଛନ୍ତି। ଯେଉଁଥି ପାଇଁ ବାଧ୍ୟ ହୋଇ ଜଣେ ଆତ୍ମହତ୍ୟା କରୁଛନ୍ତି। ତେଣୁ ମିଛ ଖବର ଏବେ ଲୋକଙ୍କ ଜୀବନ ନେବାକୁ ପଛାଉନାହିଁ। ତେଣୁ ଏହା ଉପରେ ଏକ ରୋକ ଲାଗିବା ନିହାତି ଆବଶ୍ୟକ ବୋଲି ସାଇବର ଏକ୍ସପର୍ଟମାନେ ମତ ଦେଇଛନ୍ତି। ସାଇବର ଠକେଇ ଠାରୁ ଏଭଳି ଅପରାଧ ଅଧିକ ମାତ୍ରାରେ ବଢ଼଼ିବାରେ ଲାଗିଛି।

ବ୍ଲାକ୍‌‌ମେଲ କରି ଟଙ୍କା ମାଗୁଛନ୍ତି
ଏବେ କିଛ ଠକ ମାର୍କେଟରେ ବୁଲୁଛନ୍ତି। ସେମାନେ ଭଲ ଟଙ୍କା ଥିବା ବ୍ୟକ୍ତିଙ୍କୁ ଖୋଜି ଟାର୍ଗେଟ କରୁଛନ୍ତି। ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପରେ ତାଙ୍କର ଫଟୋ ଏବଂ କିଛି ସାଧାରଣ ଭିଡିଓ ସଂଗ୍ରହଣ କରନ୍ତି। ପରେ ତାକୁ ଏଡିଟ କରି ତାଙ୍କୁ ବ୍ଲାକ୍‌‌ମେଲିଂ କରନ୍ତି। ଟଙ୍କା ନଦେଲେ ଏହାକୁ ତାଙ୍କର ନିଜ୍ୟୁ ଚ୍ୟାନେଲରେ ଛାଡ଼ି ଦେବେ ବୋଲି ଧମକ ଦିଅନ୍ତି। ଏହା ବଦଳରେ ତାଙ୍କ ଠାରୁ ଟଙ୍କା ଆଦାୟ କରିନ୍ତି। ଟଙ୍କା ନଦେଲେ ଏହି ମିଛ ଏଡିଟ୍‌‌ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ି ଚରିତ୍ର ସଂହାର କରନ୍ତି। ତେଣୁ ପୁଲିସ ଏଭଳି ମିଛ ଖବର, ଏବଂ ଫେକ୍‌‌ ନିଉଜ୍‌‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଫଳରେ ଅନେକ ଲୋକ ଏହାର ଶିକାର ହେବାରୁ ବର୍ତ୍ତିଯିବେ ବୋଲି କୁହାଯାଉଛି।

12 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର