ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Suryakanta Picture
Published On

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ବାଟ ଫିଟିଛି। ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ସ୍ଥଳ (ରାଜଘାଟ) ଠାରେ ଏହି ସ୍ମୃତିପୀଠ ନିର୍ମାଣ କରିବା ନେଇ ଦିଲ୍ଲୀ ସହରାଞ୍ଚଳ କଳା ଆୟୋଗ (DUAC) ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ତେବେ ଏହି ଅନୁମୋଦନ ସହିତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପାଇଁ କିଛି ସ୍ୱତନ୍ତ୍ର ସର୍ତ୍ତ ମଧ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

କମିଶନଙ୍କ ସର୍ତ୍ତ ଏବଂ ନିର୍ଦ୍ଦେଶ

ଆୟୋଗର ଅଗଷ୍ଟ ୨୫ ତାରିଖ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ସର୍ତ୍ତ ଅନୁଯାୟୀ, ନୂତନ ସ୍ମାରକୀର ସ୍ଥାପତ୍ୟ, ବ୍ୟବହୃତ ସାମଗ୍ରୀ ଏବଂ ଲ୍ୟାଣ୍ଡସ୍କେପିଂ (ଭୂ-ଦୃଶ୍ୟ) ରାଜଘାଟରେ ଥିବା ଅନ୍ୟ ସ୍ମାରକୀଗୁଡ଼ିକ ସହିତ ସାମଞ୍ଜସ୍ୟ ରଖିବା ଆବଶ୍ୟକ। କେନ୍ଦ୍ରୀୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଭୂମି ଏବଂ ବିକାଶ କାର୍ଯ୍ୟାଳୟ (L&DO) ର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି କମିଶନ କହିଛନ୍ତି ଯେ ସ୍ମାରକୀର ଡିଜାଇନ୍, ରଙ୍ଗ ଏବଂ ଚାରିପାଖର ପରିବେଶକୁ ବର୍ତ୍ତମାନର ସାମାଧିସ୍ଥଳ ସହ ଖାପ ଖୁଆଇବା ଭଳି ପ୍ରସ୍ତୁତ କରାଯିବା ଉଚିତ୍। ଯଦି ସ୍ମାରକୀର ବାହ୍ୟ ରୂପରେ କୌଣସି ବଡ଼ ପରିବର୍ତ୍ତନ କରାଯାଏ, ତେବେ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ପ୍ରକଳ୍ପର ପୃଷ୍ଠଭୂମି ଓ ପ୍ରସ୍ତୁତି

ସ୍ମାରକୀ ନିର୍ମାଣର ଏହି ପ୍ରସ୍ତାବ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (CPWD) ଦ୍ୱାରା ଆଗତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପ୍ରାୟ ୯୦୦ ବର୍ଗ ମିଟର ପରିମିତ ଜାଗାରେ ଏହି ସ୍ମାରକୀ ନିର୍ମାଣ ହେବ, ଯାହା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିକଟରେ ଅବସ୍ଥିତ। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ମନମୋହନ ସିଂହଙ୍କ ପରିବାର ପକ୍ଷରୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର