ଆସନ୍ତା ୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ୧୪ ଯାଏଁ ବର୍ଷା…

The Sakala Picture
Published On

ଭୁବନେଶ୍ୱର: ବର୍ତ୍ତମାନ ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍‌ଲାଇନ୍‌ ମଧ୍ୟ ଗତି କରିଛି। ଏହା ପ୍ରଭାବରେ ପ୍ରାୟ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସ୍ଥିତି ପର୍ଯ୍ୟାୟକ୍ରମେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଆସନ୍ତା ୬ତାରିଖ ବେଳକୁ ଆଉ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି […]

ଭୁବନେଶ୍ୱର: ବର୍ତ୍ତମାନ ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍‌ଲାଇନ୍‌ ମଧ୍ୟ ଗତି କରିଛି। ଏହା ପ୍ରଭାବରେ ପ୍ରାୟ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସ୍ଥିତି ପର୍ଯ୍ୟାୟକ୍ରମେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଆସନ୍ତା ୬ତାରିଖ ବେଳକୁ ଆଉ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ଓଡ଼ିଶା ଦେଇ ଗତି କରିବା ସମ୍ଭାବନା ଥିବା ବେଳେ ପୁଣି ୧୧/୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଛି। ଏହା ପ୍ରଭାବରେ ରାଜ୍ୟରେ ୧୨-୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରର ଏକ କାର୍ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖାରେ ପାଣି କମିଛି। କେଉଁ ବେସିନ୍‌ (ନଦୀ)ରେ ପାଣି ଅଧିକ ନାହିଁ। ତେଣୁ ସତର୍କ ସୂଚନା କେଉଁଠି ନାହିଁ ବୋଲ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ସେ କହିଛନ୍ତି ଛତିଶଗଡ଼ରେ ବର୍ଷା ହେଉଛି। ଛତିଶଗଡ଼ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ। ସ୍ୱାଭାବିକ ପ୍ରକ୍ରିୟାରେ ଏସ୍‌ଓପି ଅନୁସାରେ ହୀରାକୁଦର ୬ ଗେଟ ଖୋଲା ହେବ। ହେଲେ ସତର୍କ ସ୍ଥିତି ନାହିଁ। ୬୩୦ ଫୁଟ ହୀରାକୁଦ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡ଼ା ଆଉ କେଉଁଠି ବର୍ଷା ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର