ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ; ସରକାରଙ୍କୁ ଘେରିଲେ ବିଜେଡି, କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର: ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧କୋଟି ଟପିଛି। ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନଠାରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ପ୍ରତିଦିନ ବିଭିନ୍ନ ଅଭିଯୋଗ ଆସୁଛି। କାର୍ଡ ସଂଖ୍ୟା ବଢ଼ୁଥିଲେ ମଧ୍ୟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେଉନଥିବା ବେଳେ ପୂର୍ବପରି ବଡ଼ବଡ଼ ହସ୍ପିଟାଲରେ ସହଜରେ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏହି ପ୍ରସଙ୍ଗରେ ସରକାରଙ୍କୁ […]

ଭୁବନେଶ୍ୱର: ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧କୋଟି ଟପିଛି। ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନଠାରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ପ୍ରତିଦିନ ବିଭିନ୍ନ ଅଭିଯୋଗ ଆସୁଛି। କାର୍ଡ ସଂଖ୍ୟା ବଢ଼ୁଥିଲେ ମଧ୍ୟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେଉନଥିବା ବେଳେ ପୂର୍ବପରି ବଡ଼ବଡ଼ ହସ୍ପିଟାଲରେ ସହଜରେ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆୟୁଷ୍ମାନ ଯୋଜନା ମାଧ୍ୟମରେ ଧୀରେଧୀରେ ଲୋକଙ୍କୁ ଶ୍ମଶାନ ଆଡ଼କୁ ଠେଲି ଦିଆଯାଉଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ବିଜେଡି ବିଧାକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ବିଜେପି ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କୁ ଧୋକା ଦେଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସବୁ ଘରୋଇ ହସ୍ପିଟାଲରେ ସହଜରେ ଏବଂ ମାଗଣାରେ ଚିକିତ୍ସା ସେବା ମିଳୁଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକମାନେ ଚିକିତ୍ସା ସେବା ସହଜରେ ପାଇପାରୁନାହାନ୍ତି। ରୋଗୀ ଆଡମିସନ୍‌ ନେଲେ ମଧ୍ୟ ହସ୍ପିଟାଲରେ କାର୍ଡକୁ ଆପ୍ରୁଭାଲ ମିଳିବାରେ ବିଳମ୍ୱ ହେଉଛି। ଆୟୁଷ୍ମାନ କାର୍ଡରେ ଏକାଧିକ ଜଟିଳ ନିୟମ ଥିବାରୁ ପ୍ରତିଦିନ ଲୋକମାନେ ହଇରାଣ ହେବା ସହ ଚିକିତ୍ସା ସେବା ପାଇବାରୁ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିଗିଡ଼ି ଯାଇଛି। ବିଜେଡି ସରକାର ସମୟରେ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ଗରିବ ଲୋକମାନେ ମାଗଣାରେ ଚିକିତ୍ସା ହୋଇ ଉପକୃତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନାରେ ଲୋକେ ହଇରାଣ ହେଉଛନ୍ତି। ବିଶେଷକରି କାର୍ଡରେ ଥିବା ଏକାଧିକ ଜଟିଳ ପ୍ରକ୍ରିୟା ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ତେବେ ବିଜେପି ବିଧାୟକ ସରୋଜ ପାଢ଼ୀ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଠିକ୍‌ ଭାବେ କାମ କରୁଛି। କାର୍ଡକୁ ବ୍ୟବହାର କରି ସହଜରେ ଚିକିତ୍ସା ସେବା ପାଇପାରୁଥିବା ବେଳେ ଗାଁ ଗହଳିରେ ଲୋକେ ଏନେଇ ବହୁତ ଖୁସି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

15 Jun 2025 By The Sakala

ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ; ସରକାରଙ୍କୁ ଘେରିଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର: ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ସଂଖ୍ୟା ୧କୋଟି ଟପିଛି। ମାତ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ଦିନଠାରୁ ଓଡ଼ିଶାବାସୀ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ପ୍ରତିଦିନ ବିଭିନ୍ନ ଅଭିଯୋଗ ଆସୁଛି। କାର୍ଡ ସଂଖ୍ୟା ବଢ଼ୁଥିଲେ ମଧ୍ୟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେଉନଥିବା ବେଳେ ପୂର୍ବପରି ବଡ଼ବଡ଼ ହସ୍ପିଟାଲରେ ସହଜରେ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଆୟୁଷ୍ମାନ ଯୋଜନା ମାଧ୍ୟମରେ ଧୀରେଧୀରେ ଲୋକଙ୍କୁ ଶ୍ମଶାନ ଆଡ଼କୁ ଠେଲି ଦିଆଯାଉଛି ବୋଲି କହିଛନ୍ତି।

ବିଜେଡି ବିଧାକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ବିଜେପି ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କୁ ଧୋକା ଦେଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସବୁ ଘରୋଇ ହସ୍ପିଟାଲରେ ସହଜରେ ଏବଂ ମାଗଣାରେ ଚିକିତ୍ସା ସେବା ମିଳୁଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ବହୁ ସମସ୍ୟା ଥିବାରୁ ଲୋକମାନେ ଚିକିତ୍ସା ସେବା ସହଜରେ ପାଇପାରୁନାହାନ୍ତି। ରୋଗୀ ଆଡମିସନ୍‌ ନେଲେ ମଧ୍ୟ ହସ୍ପିଟାଲରେ କାର୍ଡକୁ ଆପ୍ରୁଭାଲ ମିଳିବାରେ ବିଳମ୍ୱ ହେଉଛି। ଆୟୁଷ୍ମାନ କାର୍ଡରେ ଏକାଧିକ ଜଟିଳ ନିୟମ ଥିବାରୁ ପ୍ରତିଦିନ ଲୋକମାନେ ହଇରାଣ ହେବା ସହ ଚିକିତ୍ସା ସେବା ପାଇବାରୁ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିଗିଡ଼ି ଯାଇଛି। ବିଜେଡି ସରକାର ସମୟରେ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ଗରିବ ଲୋକମାନେ ମାଗଣାରେ ଚିକିତ୍ସା ହୋଇ ଉପକୃତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନାରେ ଲୋକେ ହଇରାଣ ହେଉଛନ୍ତି। ବିଶେଷକରି କାର୍ଡରେ ଥିବା ଏକାଧିକ ଜଟିଳ ପ୍ରକ୍ରିୟା ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ତେବେ ବିଜେପି ବିଧାୟକ ସରୋଜ ପାଢ଼ୀ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଠିକ୍‌ ଭାବେ କାମ କରୁଛି। କାର୍ଡକୁ ବ୍ୟବହାର କରି ସହଜରେ ଚିକିତ୍ସା ସେବା ପାଇପାରୁଥିବା ବେଳେ ଗାଁ ଗହଳିରେ ଲୋକେ ଏନେଇ ବହୁତ ଖୁସି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର