ବିଜେଡ଼ିରେ ସାମିଲ ହେଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖି ହବିବ

The Sakala Picture
Published On

ଭଦ୍ରକ: ଭଦ୍ରକ ପୌରାଧ୍ୟାକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କସହ ସେ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ଭାବେ ଭଦ୍ରକରୁ ଜିତିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା। ସଞ୍ଜୟ ଦାସବର୍ମା କହିଥିଲେ ଯେ, ଗୁଲମୁଖୀ କେବେଳ ଜଣେ ଦୃଢ଼ ସଂଗଠକ ନୁହନ୍ତି, ଜଣେ […]

ଭଦ୍ରକ: ଭଦ୍ରକ ପୌରାଧ୍ୟାକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କସହ ସେ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ଭାବେ ଭଦ୍ରକରୁ ଜିତିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା।

ସଞ୍ଜୟ ଦାସବର୍ମା କହିଥିଲେ ଯେ, ଗୁଲମୁଖୀ କେବେଳ ଜଣେ ଦୃଢ଼ ସଂଗଠକ ନୁହନ୍ତି, ଜଣେ ମୁସଲମାନ ମହିଳା ଯିଏ ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଥିଲେ। କେବଳ ଭଦ୍ରକ ପୌର ପରିଷଦ ନୁହେଁ, ଲଢୁଆ ନେତ୍ରୀ ଭାବେ ସାରା ରାଜ୍ୟରେ ତାଙ୍କର ସୁନାମ ରହିଛି। ଲୋକଙ୍କ ସହ ଜଡିତ ହୋଇ ରହିଥିବାରୁ ଆଶୀର୍ବାଦ ପାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ତୃଣମୂଳ ସ୍ତର ବିକାଶ ପହଞ୍ଚାଇବା, ସମୃଦ୍ଧ ଓଡ଼ିଶା ପାଇଁ କାମ ଯୋଗୁଁ ସେ ସାମିଲ ହୋଇଛନ୍ତି।

ଗୁଲମୁଖୀ କହିଥିଲେ ଯେ, ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ଲଢ଼ିବା କାରଣ ସମସ୍ତେ ଜାଣନ୍ତି। ଆମେ ଭଦ୍ରକ ବସୀଙ୍କ ପରାମର୍ଶରେ ଲଢ଼ି ଥିଲୁ ଓ ଆଜି ମିଶିଲୁ। ନବୀନ ପଟ୍ଟନାୟକ ଆମ ଆଦର୍ଶ । ମିଶିକି କାମ କରିବା। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବୁ। ପ୍ରଫୁଲ୍ଲ ସାମଲ ସହ ପାରିବାରିକ ସମ୍ପର୍କ ଥିଲା। ତାଙ୍କ ଆଶୀର୍ବାଦ ମାଗୁଛି। ସମସ୍ତଙ୍କ ସହଯୋଗ ମାଗୁଛି। ଭଣ୍ଡାରିପୋଖରୀ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ, ଭଦ୍ରକ ଲୋକସଭା ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ମଧ୍ୟ ଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

About The Author

ରାଶିଫଳ