‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କ ଦେହାନ୍ତ

The Sakala Picture
Published On

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ । ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଲମ୍ବା ସମୟ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗୁଫି ପେଣ୍ଟାଲଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା । ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର […]

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ । ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଲମ୍ବା ସମୟ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗୁଫି ପେଣ୍ଟାଲଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ସାରା ଜୀବନ ମନେ ରଖିବେ । ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ । ତାଙ୍କ ଭାଇ ଅମରଜୀତ ପଟେଲ ବଲିଉଡରେ ଥିବାରୁ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ମହାଭାରତ ସମେତ ସେ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

05 Jun 2023 By The Sakala

‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କ ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ । ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଲମ୍ବା ସମୟ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗୁଫି ପେଣ୍ଟାଲଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା ।

ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ସାରା ଜୀବନ ମନେ ରଖିବେ । ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ । ତାଙ୍କ ଭାଇ ଅମରଜୀତ ପଟେଲ ବଲିଉଡରେ ଥିବାରୁ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ମହାଭାରତ ସମେତ ସେ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର