ସହରୀ ଡାକ୍ତର; ଗାଁ ଲୋକଙ୍କ ସ୍ବାସ୍ଥ୍ୟସେବାରେ ଉତ୍ସର୍ଗୀକୃତ

The Sakala Picture
Published On

ଭୁବନେଶ୍ୱର : ନିରୀହ ଗାଁ ଲୋକଙ୍କ ପାଇଁ ସେ ହେଲେ ଭଗବାନ। ଯେଉଁଠି କରୋନା ଭେକ୍‍ସିନେସନ୍‍ରେ ସାମିଲ ହେବା ପାଇଁ ଡିଜିଟାଲ୍‍ ଗ୍ୟାଜେଟ୍‍ ବାଧକ ସାଜିଛି ସେଠାରେ ସେ ପହଞ୍ଚିଛନ୍ତି ସହଯୋଗର ପ୍ରତିଶ୍ରୁତି ନେଇ। ଭେକ୍‍ସିନେସନ୍‍ ପୋର୍ଟାଲ୍‍ରେ ନିଜେ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରୁଛନ୍ତି ଓ ଭେକ୍‍ସିନେସନ୍‍ ଡ୍ରାଇଭ୍‍ରେ ସେମାନଙ୍କୁ ସାମିଲ ବି କରୁଛନ୍ତି। ଯେଉଁଠି ପ୍ରଶାସନ କି ଡାକ୍ତରୀ ଦଳ ପହଞ୍ଚିପାରୁନି ସେଠାରେ ସେ ଟେଲି-ମେଡିସିନ୍‍ ସେବା ଯୋଗାଇ ଲୋକଙ୍କୁ କରୋନା ପାଇଁ ମାଗଣାରେ ପରାମର୍ଶ […]

ଭୁବନେଶ୍ୱର : ନିରୀହ ଗାଁ ଲୋକଙ୍କ ପାଇଁ ସେ ହେଲେ ଭଗବାନ। ଯେଉଁଠି କରୋନା ଭେକ୍‍ସିନେସନ୍‍ରେ ସାମିଲ ହେବା ପାଇଁ ଡିଜିଟାଲ୍‍ ଗ୍ୟାଜେଟ୍‍ ବାଧକ ସାଜିଛି ସେଠାରେ ସେ ପହଞ୍ଚିଛନ୍ତି ସହଯୋଗର ପ୍ରତିଶ୍ରୁତି ନେଇ। ଭେକ୍‍ସିନେସନ୍‍ ପୋର୍ଟାଲ୍‍ରେ ନିଜେ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରୁଛନ୍ତି ଓ ଭେକ୍‍ସିନେସନ୍‍ ଡ୍ରାଇଭ୍‍ରେ ସେମାନଙ୍କୁ ସାମିଲ ବି କରୁଛନ୍ତି। ଯେଉଁଠି ପ୍ରଶାସନ କି ଡାକ୍ତରୀ ଦଳ ପହଞ୍ଚିପାରୁନି ସେଠାରେ ସେ ଟେଲି-ମେଡିସିନ୍‍ ସେବା ଯୋଗାଇ ଲୋକଙ୍କୁ କରୋନା ପାଇଁ ମାଗଣାରେ ପରାମର୍ଶ ଦେଉଛନ୍ତି। କରୋନା ଯୁଦ୍ଧର ଏମିତି ଜଣେ ସମ୍ମୁଖ ଯୋଦ୍ଧା ହେଲେ ଭିମ୍‍ସାରର ଡାକ୍ତର ସଞ୍ଜିବ ମିଶ୍ର।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

ସହର ଡେଇଁ କରୋନ ଏବେ ଗାଁ ମୁହାଁ। କରୋନା କବଳରେ କେତେଯେ ନିରିହ ପ୍ରାଣ ଗଲାଣି ତା’ର ହିସାବ କାହାପାଖେ ନାହିଁ। ଏଣେ ନିଜ ପ୍ରିୟଜନକୁ ହରାଇ ନିରୀହ ଗାଁ ଲୋକ ବ୍ୟତିବ୍ୟସ୍ତ। ଏଭଳି ସମୟରେ କରୋନା କବଳରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଭିମ୍‍ସାରସ୍ଥିତ ସିନିୟର ରେସିଡେଣ୍ଟ ଡିପାର୍ଟମେ ଅଫ୍‍ କମ୍ୟୁନିଟି ମେଡିସିନ୍‍ର ଡାକ୍ତର ସଞ୍ଜିବ ଓ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଉଦୟନ୍‍ ନାୟକ। ଭେକ୍‍ସିନେସନ୍‍ ଡ୍ରାଇଭ୍‍ର ଦାୟିତ୍ୱକୁ ଛାଡ଼ିଦେଲେ ବୁର୍ଲାଠାରୁ ଦୁଇ କିଲୋମିଟର ଦୂର କଣ୍ଟାପାଲି ଗାଁରେ ଏମାନେ ପକାଇଛନ୍ତି ଅସ୍ଥାୟୀ ଶିବିର। ଏଥିପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ପାଇଲଟ୍‌ ପ୍ରୋଜେକ୍ଟ ହିସାବରେ ଏହି କାମଟିକୁ ହାତକୁ ନେଇଛନ୍ତି। ଏଠାରେ ସଫଳ ହେବା ପରେ ଅନ୍ୟ ଅଭ୍ୟନ୍ତର ଗ୍ରାମଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକୁ ହାତକୁ ନିଆଯାଇ ଗରିବ ତଥା କରୋନା ସଂପର୍କରେ ସଚେତନ ନଥିବା ଲୋକଙ୍କ ସେବା କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ଆଶା ଦିଦି ଓ ସମ୍ବଲପୁର ପୌରପାଳିକାର ୱାର୍ଡ ଅଧିକାରୀମାନଙ୍କ ସହଯୋଗରେ ସେମାନେ ଏଠାରେ ଗାଁର ସବୁ ଲୋକଙ୍କୁ ଟିକାଦାନ କରାଇବାରେ ସକ୍ଷମ ହୋଇ ପାରିଛନ୍ତି। ଆଧାରକାର୍ଡ ଓ ଆବଶ୍ୟକ କାଗଜପତ୍ର ନ ଥିବା ହିତାଧିକାରୀଙ୍କ ନାମକୁ ହାତରେ ଲେଖି ସେମାନଙ୍କୁ ଟିକାଦାନ କରାଉଛନ୍ତି। ପରବର୍ତ୍ତୀ ସମୟରେ ଏହାକୁ ଯାଇ ପୋର୍ଟାଲ୍‍ରେ ଅପ୍‍ଡେଟ୍‍ ମଧ୍ୟ କରାଯାଉଛି। ଇତିମଧ୍ୟରେ ସେ ନିଜ ବନ୍ଧୁଙ୍କ ସହ ୪୮୦ରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରି ପାରିଛନ୍ତି। ଏହାସହ ସଞ୍ଜିବ ନିଜସ୍ୱ ଉଦ୍ୟମରେ ଏକ ଟେଲି ମେଡିସିନ୍‍ ସେବା ବି ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ନିଜ ବ୍ୟକ୍ତିଗତ ମୋବାଇଲ୍‍ ନମ୍ବର ୯୪୩୮୪୦୪୨୪୫ କୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି। ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ଏହି ନମ୍ବରରେ ଫୋନ୍‍ କରି ଜଣେ କରୋନା ସମ୍ପର୍କରେ ସବୁ ତଥ୍ୟ ପାଇ ପାରୁଛି।

ଆହୁରି ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

କରୋନା ଲକ୍ଷଣ ଥିବା ବ୍ୟକ୍ତି କେଉଁସବୁ ଔଷଧ କେତେଦିନ ପର୍ଯ୍ୟନ୍ତ ଖାଇବା ଦରକାର, ଏହି ସମୟରେ କେଉଁସବୁ ସତର୍କତା ଅବଲମ୍ବନ କରିବାକୁ ହେବ, ଅକ୍ସିଜେନ୍‍ ସାଚୁରେସନ୍‍, ରୋଗର ପ୍ରତିଷେଧକ ଆଦି ବାବଦରେ ମାଗଣା ଉପଦେଶ ପାଇ ପାରୁଛନ୍ତି। ଏ ବାବଦରେ ସଞ୍ଜିବ କହନ୍ତି ପ୍ରଥମେ ପ୍ରଥମେ କେବଳ ସମ୍ବଲପୁରରୁ ଲୋକେ ଫୋନ୍‍ କରୁଥିଲେ। ପରେ ଏହା ଭୁବନେଶ୍ୱର, କଟକ, ପୁରୀ, ଜଗତସିଂପୁର, ମୟୂରଭଞ୍ଜ ଯାଏଁ ଯାଇଥିଲା। ଏବେ ରାଜ୍ୟ ବାହାରର ଲୋକ ବି ଫୋନ୍‍ କରି ବିଭିନ୍ନ ପ୍ରକାର କରୋନା ସମ୍ପର୍କିତ ପରାମର୍ଶ ନେଉଛନ୍ତି। ଦିନକୁ ୧୩୦ରୁ ୧୫୦ ଫୋନ୍‍ ଅସୁଥିବା ବେଳେ ସଞ୍ଜିବ ସମସ୍ତ ଫୋନ୍‍ର ଉତ୍ତର ରଖିଥାନ୍ତି।

କରୋନାର ପ୍ରଥମ ଲହର ସମୟରୁ ହିଁ ସଞ୍ଜିବ କରୋନା ଲକ୍ଷଣ ଥିବା ରୋଗୀଙ୍କ ପାଖେ ପାଖେ ରହି ସେମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ପ୍ରଥମେ ପ୍ରଥମେ ସେ କୋଭିଡ କେୟାର ସେଣ୍ଟରର ନୋଡାଲ ଅଫିସର ଭାବେ ଦାୟିତ୍ୱ ଗ୍ରହଣ କରି ଲୋକଙ୍କୁ ସମସ୍ତ ସହଯୋଗ କରିଥିଲେ। ପରେ ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କରୋନା ସର୍ଭିଲାନ୍ସ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ବୈଷୟିକ ସହଯୋଗ ଓ ତାଲିମ ବି ପ୍ରଦାନ କରିଥିଲେ। ଆଉ ଏବେ ଭେକ୍‍ସିନେସନ୍‍ ଡ୍ରାଇଭ୍‍ର କୋର୍ଡିନେଟର ଭାବେ ବିଭିନ୍ନ ସେ ରରେ ଏହା କିପରି ଶୃଙ୍ଖଳିତ ଭାବେ କରାଯାଇ ପାରିବ ସେ ଉପରେ ଧ୍ୟାନ ରଖୁଛନ୍ତି।
ସଞ୍ଜିବଙ୍କ ପତ୍ନୀ ବି ଡାକ୍ତର ଥିବା ବେଳେ ଘରେ ୫ ବର୍ଷର ପୁଅ ଓ ଝିଅ ଅଛନ୍ତି। ଏସବୁ ପାରିବାରିକ ବନ୍ଧନ ଥିବା ସଞ୍ଜିବ କେବେ ଦାୟିତ୍ୱରୁ ଓହରି ନାହାଁନ୍ତି; ବରଂ କରୋନା ଭେକ୍‍ସିନେସନ୍‍ର ଫଳାଫଳକୁ ନେଇ କରାଯାଉଥିବା ଗବେଷଣାର ଗୁରୁ ଦାୟିତ୍ୱ ନିଭାଉଛନ୍ତି।

ସଞ୍ଜିବ କହନ୍ତି, କରୋନା ଭେକ୍‍ସିନେସନ୍‍ ଡ୍ରାଇଭ୍‍ର ପ୍ରଥମରୁ ଆମେ ରାଜ୍ୟ ସରକାରଙ୍କ ଅନୁଦାନରେ ଏକ ଗବେଷଣା ଆରମ୍ଭ କରିଛୁ। କରୋନା ଭେକ୍‍ସିନେସନ୍‍ ଦ୍ୱାରା କେତେ ପରିମାଣରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ଓ ଏହା କେତେ ଦିନ ଧରି ରହିବ ସେ ଉପରେ ଗବେଷଣା କରାଯାଉଛି। ଭିମ୍‍ସାର ଓ ଆଇସିଏମ୍‍ଆର ମିଶି ଏହି କାମ କରୁଛନ୍ତି। ଏଥିରେ ଭେକ୍‍ସିନ୍‍ ନେଇଥିବା ଲୋକଙ୍କ ସାମ୍ପଲ୍‍ ସଂଗ୍ରହ କରାଯାଇ ତାକୁ ପ୍ରୋସେସିଂ କରାଯାଉଛି। -୨୦ ଡିଗ୍ରୀରେ ସେରମ୍‍କୁ ରଖି ତାକୁ ପରୀକ୍ଷା ପାଇଁ ଆର୍‍ଏମ୍‍ଆର୍‍ସିକୁ ପଠାଯାଉଛି। ଶେଷରେ ସମ୍ପୂର୍ଣ୍ଣ ଫଳାଫଳକୁ ସଂଗ୍ରହ କରାଯାଇ ତାକୁ ଅନୁଶୀଳନ କରାଯାଉଛି। ଏହି ପ୍ରକ୍ରିୟା ଚାଲିଥିବା ବେଳେ ଖୁବ୍‍ଶୀଘ୍ର ରାଜ୍ୟ ସରକାରଙ୍କୁ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ।

01 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର