ବିଶ୍ବର ସୃଷ୍ଟିକର୍ତ୍ତା ବିଶ୍ବକର୍ମା ….

The Sakala Picture
Published On

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପ୍ରାଚୀନ ଗ୍ରନ୍ଥ, ପୁରାଣ, ଉପନିଷଦ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ବକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା। ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ବିଶ୍ବକର୍ମା । ଅତ୍ୟନ୍ତ ସୁନ୍ଦର, ତେଜସ୍ବୀ, ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ସେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର […]

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପ୍ରାଚୀନ ଗ୍ରନ୍ଥ, ପୁରାଣ, ଉପନିଷଦ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ବକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା। ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ବିଶ୍ବକର୍ମା । ଅତ୍ୟନ୍ତ ସୁନ୍ଦର, ତେଜସ୍ବୀ, ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ସେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତୀୟମାନ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ ବୋଲି ତାଙ୍କୁ ଦେବଶିଳ୍ପୀ କୁହାଯାଏ । ବିଶ୍ବକର୍ମା ସକଳ ଶିଳ୍ପକଳାର ଜନକ। ଦେବତାମାନଙ୍କର ସମସ୍ତ ଶସ୍ତ୍ର ଓ ବିମାନ ଆଦି ବିଶ୍ବକର୍ମାଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ସ୍ବର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ବିଶ୍ବକର୍ମାଙ୍କୁ ପୂଜା କରାଯାଇଥାଏ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

ଏହି ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍‌, ୱେଲଡର୍‌, ମେକାନିକ୍‌ ଏବଂ ଅନ୍ୟମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି । ଆହୁରି ମଧ୍ୟ ଦୋକାନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନର ମାଲିକମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ପୂଜା ଆୟୋଜନ କରିଥାନ୍ତି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ, ପୂରା ବିଶ୍ବ ହେଉଛି ବିଶ୍ବକର୍ମାଙ୍କ ମାନସ ସନ୍ତାନ। ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି। କେବଳ ସେତିକି ନୁହେଁ, ଲଙ୍କାପତି ରାବଣ ବିଶ୍ବକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ। ଏହାଛଡ଼ା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର ଏବଂ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ବକର୍ମାଙ୍କ ସୃଷ୍ଟି। ଏସବୁ ବାଦ୍‌ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ବାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ବକର୍ମା। ବିଶ୍ବକର୍ମା ନିଜେ ଶିଳ୍ପୀ ନୁହଁନ୍ତି, ସେ ଶିଳ୍ପୀ ସମାଜର ସ୍ରଷ୍ଟା। ମର୍ତ୍ତ୍ୟଲୋକରେ ମଧ୍ୟ ନିର୍ମାଣ ହୋଇଥିବା ବଢେଇଙ୍କ ଯନ୍ତ୍ରପାତି, କଳକାରଖାନା, ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି । ସେଥିପାଇଁ ପ୍ରତିବର୍ଷ ଏହି ତିଥିରେ ବିଶ୍ବକର୍ମାଙ୍କ ପୂଜା କରାଯାଇଥାଏ ଏବଂ ଯନ୍ତ୍ରପାତିକୁ କୃତଜ୍ଞତା ଜଣାଇ ବିରାମ ଦିଆଯାଇଥାଏ। କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ନିର୍ମାଣର ଅଧିଦେବତା ଭଗବାନ ବିଶ୍ବକର୍ମାଙ୍କୁ ସମଗ୍ର ଭାରତ ଏବଂ ନେପାଳରେ ପୂଜା କରାଯାଏ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର