ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଅଣସର ପିଣ୍ଡିରେ ଉପଚାର ବିଧି, ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ସେବା

The Sakala Picture
Published On

ପୁରୀ : ସ୍ନାନବେଦୀରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଲାଗିଛନ୍ତି। ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଓ ପଣାଭୋଗ କରାଯାଇଥିଲା। ତେବେ ଦାରୁବିଗ୍ରହଙ୍କ ୧୫ ଦିନ ଉପଚାର ବିଧି ସମ୍ପର୍କରେ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆଷାଢ କୃଷ୍ଣ ତୃତୀୟାରେ ଠାକୁରଙ୍କ ଓଦା ବସ୍ତ୍ର ଖୋଲାଯାଏ। ଚତୁର୍ଥୀରେ ବର୍ଷସାରା ଲାଗିଥିବା ଚନ୍ଦନ […]

ପୁରୀ : ସ୍ନାନବେଦୀରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଲାଗିଛନ୍ତି। ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଓ ପଣାଭୋଗ କରାଯାଇଥିଲା। ତେବେ ଦାରୁବିଗ୍ରହଙ୍କ ୧୫ ଦିନ ଉପଚାର ବିଧି ସମ୍ପର୍କରେ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆଷାଢ କୃଷ୍ଣ ତୃତୀୟାରେ ଠାକୁରଙ୍କ ଓଦା ବସ୍ତ୍ର ଖୋଲାଯାଏ। ଚତୁର୍ଥୀରେ ବର୍ଷସାରା ଲାଗିଥିବା ଚନ୍ଦନ ଏବଂ ବସ୍ତ୍ର ଫିଟା (ଶ୍ରୀଅଙ୍ଗ ଫିଟା) ନୀତି ସମ୍ପନ୍ନ ହୁଏ। ପଞ୍ଚମୀରେ ଓଡ଼ିଆ ମଠ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଫୁଲୁରୀ ତେଲ ଠାକୁରଙ୍କୁ ଲାଗି କରାଯାଏ। ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥାଏ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ଝୁଣା ଓ ରାଶି ତେଲରେ ଏହା ପ୍ରସ୍ତୁତ ହୋଇଥାଏ। ଦଶମୀରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୁଏ। ତିନୋଟି ମୁଗୁନି ପଥରରେ ଚକା ଅଣସର ପିଣ୍ଡିରେ ରଖାଯାଇ ଠାକୁରଙ୍କୁ ଏହା ଉପରକୁ ଦଇତାପତି ସେବକମାନେ ବିଜେ କରାଇଥାନ୍ତି। ଚକା ବିଜେ ପରେ କସ୍ତୁରୀ ଓ କୁଙ୍କୁମର ଏକ ସ୍ୱତନ୍ତ୍ର ଲେପ ଦିଆଯାଏ। ଏହିଦିନ ଚତୁର୍ଦ୍ଦାବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତି। ଏକାଦଶୀ ତିଥିରେ ଖଳି ପ୍ରସାଦ ଲାଗି ହୋଇଥାଏ। ଅଣସର ଘରେ ପ୍ରବେଶ କରିବାଠାରୁ ଏକାଦଶୀ ପର୍ଯ୍ୟନ୍ତ ଶୁକ୍ଲବସ୍ତ୍ର, ଧଳାଫୁଲ ଏବଂ ବିନା ତୁଳସୀରେ ଠାକୁରଙ୍କ ବେଶ ହୋଇଥାଏ ଏବଂ ଭୋଗ ଲାଗି ହୁଏ। ଏକାଦଶୀରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ। ରାଜବୈଦ୍ୟଙ୍କ ଘରୁ ଦଶମୀ ଦିନ ଆସିଥିବା ଦଶମୂଳ ମୋଦକ ପତିମହାପାତ୍ର ଲାଗି କରିଥାନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଲର୍ଟ: ଭାରତ ପାଇଁ ଗୀତା ଗୋପୀନାଥଙ୍କ ତିନୋଟି ବଡ଼ ଚେତାବନୀ

ଏହିଦିନ ଗୀତଗୋବିନ୍ଦ ଖଣ୍ଡୁଆ, ତୁଳସୀ ଏବଂ ବିଭିନ୍ନ ପୁଷ୍ପ ମଧ୍ୟ ପରିଧାନ କରନ୍ତି। ଦଶମୂଳ ମୋଦକ ସେବନ କରିବା ପରେ ସୁସ୍ଥ ହୁଅନ୍ତି ମହାପ୍ରଭୁ। ଦ୍ୱାଦଶୀରେ ରାଜପ୍ରସାଦ ବିଜେ ଏବଂ ଠାକୁରଙ୍କ ସପ୍ତାବରଣ କାର୍ଯ୍ୟ ଆରମ୍ଭ କରାଯାଏ। ତ୍ରୟୋଦଶୀ ଦିନ ଘଣାଲାଗି ନୀତି ଅନୁଷ୍ଠିତ ହୁଏ। ଏହି ଘଣାଲାଗିରେ ଶ୍ରୀବିଗ୍ରହଙ୍କଠାରେ ପାଟଡୋରି ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି କରାଯାଏ। ପରେ ମହାପ୍ରଭୁଙ୍କ ବନକଲାଗି କରାଯାଏ। ଚତୁର୍ଦ୍ଦଶୀ ଦିନ ତାଟିଦିଅଁଙ୍କୁ ବଡ଼ସିଂହାର ଭୋଗ ହେବା ପରେ ଅଣସର ଘରେ ପଣା ଓ ଚକଟା ଭୋଗ ହୋଇଥାଏ। ଏହାପରେ ଅଣସର ଘରେ ରହିଥିବା ପ୍ରସାଦ ଏବଂ ଫୁଲ ବାହାର କରାଯିବା ପରେ ଦତ୍ତମହାପାତ୍ର ବନକଲାଗି କରିଥାନ୍ତି। ଶେଷ ହୁଏ ମହାପ୍ରଭୁଙ୍କ ଅଣସର ନୀତି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ

16 Jun 2022 By The Sakala

ଅଣସର ପିଣ୍ଡିରେ ଉପଚାର ବିଧି, ଆରମ୍ଭ ହେଲା ମହାପ୍ରଭୁଙ୍କ ଗୁପ୍ତ ସେବା

ପୁରୀ : ସ୍ନାନବେଦୀରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଲାଗିଛନ୍ତି। ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଓ ପଣାଭୋଗ କରାଯାଇଥିଲା। ତେବେ ଦାରୁବିଗ୍ରହଙ୍କ ୧୫ ଦିନ ଉପଚାର ବିଧି ସମ୍ପର୍କରେ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆଷାଢ କୃଷ୍ଣ ତୃତୀୟାରେ ଠାକୁରଙ୍କ ଓଦା ବସ୍ତ୍ର ଖୋଲାଯାଏ। ଚତୁର୍ଥୀରେ ବର୍ଷସାରା ଲାଗିଥିବା ଚନ୍ଦନ ଏବଂ ବସ୍ତ୍ର ଫିଟା (ଶ୍ରୀଅଙ୍ଗ ଫିଟା) ନୀତି ସମ୍ପନ୍ନ ହୁଏ। ପଞ୍ଚମୀରେ ଓଡ଼ିଆ ମଠ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଇଥିବା ଫୁଲୁରୀ ତେଲ ଠାକୁରଙ୍କୁ ଲାଗି କରାଯାଏ। ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥାଏ।

ଝୁଣା ଓ ରାଶି ତେଲରେ ଏହା ପ୍ରସ୍ତୁତ ହୋଇଥାଏ। ଦଶମୀରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୁଏ। ତିନୋଟି ମୁଗୁନି ପଥରରେ ଚକା ଅଣସର ପିଣ୍ଡିରେ ରଖାଯାଇ ଠାକୁରଙ୍କୁ ଏହା ଉପରକୁ ଦଇତାପତି ସେବକମାନେ ବିଜେ କରାଇଥାନ୍ତି। ଚକା ବିଜେ ପରେ କସ୍ତୁରୀ ଓ କୁଙ୍କୁମର ଏକ ସ୍ୱତନ୍ତ୍ର ଲେପ ଦିଆଯାଏ। ଏହିଦିନ ଚତୁର୍ଦ୍ଦାବିଗ୍ରହ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତି। ଏକାଦଶୀ ତିଥିରେ ଖଳି ପ୍ରସାଦ ଲାଗି ହୋଇଥାଏ। ଅଣସର ଘରେ ପ୍ରବେଶ କରିବାଠାରୁ ଏକାଦଶୀ ପର୍ଯ୍ୟନ୍ତ ଶୁକ୍ଲବସ୍ତ୍ର, ଧଳାଫୁଲ ଏବଂ ବିନା ତୁଳସୀରେ ଠାକୁରଙ୍କ ବେଶ ହୋଇଥାଏ ଏବଂ ଭୋଗ ଲାଗି ହୁଏ। ଏକାଦଶୀରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ। ରାଜବୈଦ୍ୟଙ୍କ ଘରୁ ଦଶମୀ ଦିନ ଆସିଥିବା ଦଶମୂଳ ମୋଦକ ପତିମହାପାତ୍ର ଲାଗି କରିଥାନ୍ତି।

ଏହିଦିନ ଗୀତଗୋବିନ୍ଦ ଖଣ୍ଡୁଆ, ତୁଳସୀ ଏବଂ ବିଭିନ୍ନ ପୁଷ୍ପ ମଧ୍ୟ ପରିଧାନ କରନ୍ତି। ଦଶମୂଳ ମୋଦକ ସେବନ କରିବା ପରେ ସୁସ୍ଥ ହୁଅନ୍ତି ମହାପ୍ରଭୁ। ଦ୍ୱାଦଶୀରେ ରାଜପ୍ରସାଦ ବିଜେ ଏବଂ ଠାକୁରଙ୍କ ସପ୍ତାବରଣ କାର୍ଯ୍ୟ ଆରମ୍ଭ କରାଯାଏ। ତ୍ରୟୋଦଶୀ ଦିନ ଘଣାଲାଗି ନୀତି ଅନୁଷ୍ଠିତ ହୁଏ। ଏହି ଘଣାଲାଗିରେ ଶ୍ରୀବିଗ୍ରହଙ୍କଠାରେ ପାଟଡୋରି ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି କରାଯାଏ। ପରେ ମହାପ୍ରଭୁଙ୍କ ବନକଲାଗି କରାଯାଏ। ଚତୁର୍ଦ୍ଦଶୀ ଦିନ ତାଟିଦିଅଁଙ୍କୁ ବଡ଼ସିଂହାର ଭୋଗ ହେବା ପରେ ଅଣସର ଘରେ ପଣା ଓ ଚକଟା ଭୋଗ ହୋଇଥାଏ। ଏହାପରେ ଅଣସର ଘରେ ରହିଥିବା ପ୍ରସାଦ ଏବଂ ଫୁଲ ବାହାର କରାଯିବା ପରେ ଦତ୍ତମହାପାତ୍ର ବନକଲାଗି କରିଥାନ୍ତି। ଶେଷ ହୁଏ ମହାପ୍ରଭୁଙ୍କ ଅଣସର ନୀତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର