ରେଳବାଇର ନୂଆ ଯୋଜନା : ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟ୍ରେନ୍‌ରେ ରହିବ ସ୍ବତନ୍ତ୍ର ବେବି ବର୍ଥ

The Sakala Picture
Published On

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା ସମୟରେ ଏଣିକି ମା’ ଏବଂ ଶିଶୁଙ୍କ ଯାତ୍ରା ପୂର୍ବାପେକ୍ଷା ଅଧିକ ଆରାମଦାୟକ ହେବ। କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ନିର୍ମାଣ କରିବାକୁ ଯାଉଛି। ଯୋଜନାନୁଯାୟୀ, ଟ୍ରେନରେ ବେବି ବର୍ଥର ଦ୍ୱିତୀୟ ପରୀକ୍ଷା ଆରମ୍ଭ କରାଯିବ। ଏହାର ସଫଳତା ପରେ ସମସ୍ତ ଟ୍ରେନରେ ବେବି ବର୍ଥ ରଖାଯିବ। ପୂର୍ବରୁ ଟ୍ରେନରେ ବେବି ବର୍ଥ ସୁବିଧା ଆରମ୍ଭ କରାଯାଇଥିଲା। ପ୍ରଥମେ […]

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା ସମୟରେ ଏଣିକି ମା’ ଏବଂ ଶିଶୁଙ୍କ ଯାତ୍ରା ପୂର୍ବାପେକ୍ଷା ଅଧିକ ଆରାମଦାୟକ ହେବ। କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ନିର୍ମାଣ କରିବାକୁ ଯାଉଛି। ଯୋଜନାନୁଯାୟୀ, ଟ୍ରେନରେ ବେବି ବର୍ଥର ଦ୍ୱିତୀୟ ପରୀକ୍ଷା ଆରମ୍ଭ କରାଯିବ। ଏହାର ସଫଳତା ପରେ ସମସ୍ତ ଟ୍ରେନରେ ବେବି ବର୍ଥ ରଖାଯିବ। ପୂର୍ବରୁ ଟ୍ରେନରେ ବେବି ବର୍ଥ ସୁବିଧା ଆରମ୍ଭ କରାଯାଇଥିଲା। ପ୍ରଥମେ ଏହାର ପରୀକ୍ଷା ୮ ମେ’ ୨୦୨୨ରେ ଲକ୍ଷ୍ନୌ ମେଲ୍‌ରୁ ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ପିଲାମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ପ୍ରସ୍ତୁତ ଏହି ନୂତନ ଡିଜାଇନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ଏବଂ ନିରାପଦ ରହିବ। ମଧ୍ୟପ୍ରଦେଶର ରାଜ୍ୟସଭା ଏମପି ତଥା ବିଜେପି ନେତା ଡ. ସୁମେର ସିଂ ସୋଲାଙ୍କି କହିଛନ୍ତି. ବେବି ବର୍ଥର ଡିଜାଇନରେ ପରିବର୍ତ୍ତନ ସମ୍ପର୍କରେ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ସାକ୍ଷାତ ବେଳେ ସେ ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେଯେ, ମା ଏବଂ ଶିଶୁଙ୍କ ପାଇଁ ଏକ ସାଧାରଣ ବର୍ଥରେ ଏକାଠି ଶୟନ କରିବାରେ ବହୁତ ସମସ୍ୟା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଏଭଳି ପରିସ୍ଥିତିକୁ ନଜରରେ ରଖି ବେବି ବର୍ଥ ଡିଜାଇନ୍‌ରେ କିଛି ପରିବର୍ତ୍ତନ କରାଯିବା ଉଚିତ। ପ୍ରତ୍ୟେକ କୋଚ୍‌ରେ ପ୍ରତ୍ୟେକ ସିଟ ସହିତ ଏହି ନୂତନ ବେବି-ବର୍ଥ ସ୍ଥାପନ କରିବାର କୌଣସି ଆବଶ୍ୟକତା ରହିବନାହିଁ। ରେଳବାଇ ଏହି ବର୍ଥକୁ ଯାତ୍ରୀଙ୍କୁ ଆବଣ୍ଟନ କରିବ ଯିଏ ଟିକେଟ ବୁକିଂ କରିବା ସମୟରେ ଏହାକୁ ବୁକ୍‌ କରିବେ। ଯାତ୍ରୀମାନେ ପ୍ରତ୍ୟେକ ସିଟ୍‌ରେ ବେବି-ବର୍ଥ ସ୍ଥାପନ ପାଇଁ ଟିଟିଇ କିମ୍ବା ରେଳ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରିବେ।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷାରେ ସ୍ଥିତି ବେହାଲ: ରାଜ୍ୟର ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

10 May 2023 By The Sakala

ରେଳବାଇର ନୂଆ ଯୋଜନା : ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟ୍ରେନ୍‌ରେ ରହିବ ସ୍ବତନ୍ତ୍ର ବେବି ବର୍ଥ

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା ସମୟରେ ଏଣିକି ମା’ ଏବଂ ଶିଶୁଙ୍କ ଯାତ୍ରା ପୂର୍ବାପେକ୍ଷା ଅଧିକ ଆରାମଦାୟକ ହେବ। କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ନିର୍ମାଣ କରିବାକୁ ଯାଉଛି। ଯୋଜନାନୁଯାୟୀ, ଟ୍ରେନରେ ବେବି ବର୍ଥର ଦ୍ୱିତୀୟ ପରୀକ୍ଷା ଆରମ୍ଭ କରାଯିବ। ଏହାର ସଫଳତା ପରେ ସମସ୍ତ ଟ୍ରେନରେ ବେବି ବର୍ଥ ରଖାଯିବ। ପୂର୍ବରୁ ଟ୍ରେନରେ ବେବି ବର୍ଥ ସୁବିଧା ଆରମ୍ଭ କରାଯାଇଥିଲା। ପ୍ରଥମେ ଏହାର ପରୀକ୍ଷା ୮ ମେ’ ୨୦୨୨ରେ ଲକ୍ଷ୍ନୌ ମେଲ୍‌ରୁ ଆରମ୍ଭ କରାଯାଇଥିଲା।

ପିଲାମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ପ୍ରସ୍ତୁତ ଏହି ନୂତନ ଡିଜାଇନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ଏବଂ ନିରାପଦ ରହିବ। ମଧ୍ୟପ୍ରଦେଶର ରାଜ୍ୟସଭା ଏମପି ତଥା ବିଜେପି ନେତା ଡ. ସୁମେର ସିଂ ସୋଲାଙ୍କି କହିଛନ୍ତି. ବେବି ବର୍ଥର ଡିଜାଇନରେ ପରିବର୍ତ୍ତନ ସମ୍ପର୍କରେ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ସାକ୍ଷାତ ବେଳେ ସେ ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେଯେ, ମା ଏବଂ ଶିଶୁଙ୍କ ପାଇଁ ଏକ ସାଧାରଣ ବର୍ଥରେ ଏକାଠି ଶୟନ କରିବାରେ ବହୁତ ସମସ୍ୟା ସୃଷ୍ଟି ହେଉଛି।

ଏଭଳି ପରିସ୍ଥିତିକୁ ନଜରରେ ରଖି ବେବି ବର୍ଥ ଡିଜାଇନ୍‌ରେ କିଛି ପରିବର୍ତ୍ତନ କରାଯିବା ଉଚିତ। ପ୍ରତ୍ୟେକ କୋଚ୍‌ରେ ପ୍ରତ୍ୟେକ ସିଟ ସହିତ ଏହି ନୂତନ ବେବି-ବର୍ଥ ସ୍ଥାପନ କରିବାର କୌଣସି ଆବଶ୍ୟକତା ରହିବନାହିଁ। ରେଳବାଇ ଏହି ବର୍ଥକୁ ଯାତ୍ରୀଙ୍କୁ ଆବଣ୍ଟନ କରିବ ଯିଏ ଟିକେଟ ବୁକିଂ କରିବା ସମୟରେ ଏହାକୁ ବୁକ୍‌ କରିବେ। ଯାତ୍ରୀମାନେ ପ୍ରତ୍ୟେକ ସିଟ୍‌ରେ ବେବି-ବର୍ଥ ସ୍ଥାପନ ପାଇଁ ଟିଟିଇ କିମ୍ବା ରେଳ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର