‘ଇଣ୍ଡିଆନ ବାସ୍କେଟ କ୍ରୁଡ୍‌ ପ୍ରାଇସ’ ଦର ବୃଦ୍ଧି: ପୁଣି ବଢ଼ିପାରେ ପେଟ୍ରୋଲ, ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଲୋକଙ୍କୁ ଅସହ୍ୟ କରିଥିଲା ବେଳେ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରି ଏଗୁଡିକର ମୂଲ୍ୟରେ କିଛିଟା ହ୍ରାସ କରିଥିଲେ। ପେଟ୍ରୋଲ ମୂଲ୍ୟରେ ପ୍ରାୟ ୮ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୭ ଟଙ୍କା ହ୍ରାସ ଘଟିଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ଏପରିକି କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ […]

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଲୋକଙ୍କୁ ଅସହ୍ୟ କରିଥିଲା ବେଳେ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରି ଏଗୁଡିକର ମୂଲ୍ୟରେ କିଛିଟା ହ୍ରାସ କରିଥିଲେ। ପେଟ୍ରୋଲ ମୂଲ୍ୟରେ ପ୍ରାୟ ୮ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୭ ଟଙ୍କା ହ୍ରାସ ଘଟିଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ଏପରିକି କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ ବଜାରରେ ଗତ ମେ ମାସ ୨୨ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ହେଲେ ଏବେ ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର ଆଶଙ୍କା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବର୍ତ୍ତମାନ ‘ଇଣ୍ଡିଆନ ବାସ୍କେଟ୍ କ୍ରୁଡ ଅଏଲ’ ବ୍ୟାରେଲ ମୂଲ୍ୟ ବୃଦ୍ଧି ପାଇଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ସୁଦ୍ଧା ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ବିଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିବା ସହିତ ବ୍ୟାରେଲ ପିଛା ମୂଲ୍ୟ ୧୨୧.୨୮ ଡଲାର ଛୁଇଁଛି। ଯାହାକି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର କାରଣ ହୋଇପାରେ ବୋଲି କୁହାଯାଉଛି। ଏପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ଏହା ମଧ୍ୟ ଚିନ୍ତାର ଅନ୍ୟତମ କାରଣ ହୋଇଛି। ‘ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ(ପିପିଏସି) ’ ଦ୍ୱାରା ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ଗତ ୭ ତାରିଖ ସୁଦ୍ଧା ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭.୭୨ ରହିଥିଲା ବେଳେ ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୧୧୮.୦୬ ଡଲାରକୁ ବୃଦ୍ଧି ପାଇଥିଲା। ଏହାସତ୍ତ୍ବେ ଗତ ମଙ୍ଗଳବାର ସୁଦ୍ଧା ଏହି ମୂଲ୍ୟ ହାରାହାରି ଭାବେ ୧୧୭.୦୧ ଡଲାର ରହିଥିଲା। କିନ୍ତୁ ଅଚାନକ ଭାବେ ଗତକାଲି ଏହି ମୂଲ୍ୟ ୧୨୧ ଡଲାର ପାର୍‌ କରିବା ଘଟଣା ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି ପ୍ରତି ଆଶଙ୍କା ଆଣିଛି। ପିପିଏସି ତଥ୍ୟ ଅନୁସାରେ ଇଣ୍ଡିଆନ ବାସ୍କେଟରେ ଅଶୋଧିତ ତୈଳର ଏହି ଦର ଫେବୃଆରୀ-ମାର୍ଚ୍ଚ ୨୦୧୨ ପରେ ଦ୍ୱିତୀୟ ସର୍ବାଧିକ ସ୍ତର। ଏଭଳି ସ୍ଥିତିରେ ବର୍ତ୍ତମାନ ଘରୋଇ ବଜାରରେ ଏହି ଦୁଇଟି ଇନ୍ଧନ ମୂଲ୍ୟ ପହଞ୍ଚିବା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏହାଦ୍ୱାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏକ ପ୍ରକାର ନିଶ୍ଟିତ ହୋଇଯାଇଥିବା ବେଳେ ସରକାର ଚାହିଁଲେ ବି ଏଥର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରି ନ ପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଉଲ୍ଲେଖଯୋଗ୍ୟ ଯେ, ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଥିବା ବେଳେ ଅଧିକ ମାତ୍ରାରେ ତୈଳ କ୍ରୟ ଲାଗି ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦନକାରୀ ରାଷ୍ଟ୍ର ଉତ୍ସର ସନ୍ଧାନ କରିଥାଏ। ଯାହାକୁ ନେଇ ଅଶୋଧିତ ତୈଳର ଅନ୍ତର୍ଜାତୀୟ ବଜାର ଇଣ୍ଡିଆନ ଅଏଲ ବାସ୍କେଟ ଲାଗି ପୃଥକ ହୋଇଥାଏ। ଏବେ କ୍ରୁଡ ବାସ୍କେଟରେ ତୈଳ ଦର ମହଙ୍ଗା ହେବା ଦେଶରେ ବଜାର ଦରକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଦେଶରେ ମୁଦ୍ରାସ୍ପୀତି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିକଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରି ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନିଅନ୍ତ୍ରିତ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଏକାଥରକେ ପେଟ୍ରୋଲ ମୂଲ୍ୟରେ ଅନ୍ୟୂନ ୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ହେଲେ ସାଂପ୍ରତିକ ସ୍ଥିତିରେ ଏହି ଦୁଇଟି ଇନ୍ଧନ ମୂଲ୍ୟ ପୁଣି ବଢିବା ସହିତ ମୁଦ୍ରାସ୍ଫୀତି ଏବଂ ଖାଉଟି ସ୍ତରରେ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ୨୦୨୨ ପ୍ରାରମ୍ଭରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ବିଶ୍ୱ ତୈଳ ବଜାର ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିଲା। ଫେବୃଆରୀ ୨୪ରେ ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଘୋଷଣା କରିବା ପରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୯ ମଧ୍ୟରେ ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ୧୧୧.୮୬ ଡଲାର ଛୁଇଁଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ସ୍ଥିତିରେ କିଛିଟା ସୁଧାର ଆସିବା ସହିତ ମାର୍ଚ୍ଚ ଶେଷ ଭାଗରୁ ଏପ୍ରିଲ ମଧ୍ୟରେ ଏହି ମୂଲ୍ୟ ୧୦୩.୪୪ ଡଲାରକୁ ହ୍ରାସ ହୋଇଥିଲା। ତେବେ ଗତ ଗୁରୁବାର ପୁଣି ଥରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ଗତ ୧୩ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧିର ପ୍ରଭାବ ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଅନୁଭୂତ ହୋଇ ନଥିଲେ ହେଁ ଆଗାମୀ ଦିନରେ ଏହା ବଜାରକୁ ପ୍ରଭାବିତ କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଇଣ୍ଡିଆନ ବାସ୍କେଟ କ୍ରୁଡ୍‌ କ’ଣ
ଭାରତ ନିଜର ତୈଳ ଆବଶ୍ୟକତାର ସର୍ବାଧିକ ଭାଗ ବିଦେଶରୁ ଆମଦାନୀ କରିଥାଏ। ଯାହାକି ଉପସାଗରୀୟ ରାଷ୍ଟ୍ର ଏବଂ ଆମେରିକୀୟ ବଜାରରୁ ସର୍ବାଧିକ ଆମଦାନୀ ହୋଇଥାଏ। ତେବେ ବିଭିନ୍ନ ଦିଗକୁ ନେଇ ସାଉଦି ଆରବ , ଓମାନ ଏବଂ ୟୁଏଇ ଭଳି ଉପସାଗରୀୟ ରାଷ୍ଟ୍ରଗୁଡିକର ତୈଳ ଦର ଏବଂ ଆମେରିକାର ‘ବ୍ରେଣ୍ଟ କ୍ରୁଡ’ ତୈଳ ମୂଲ୍ୟ ମଧ୍ୟରେ କିଛିଟା ଫରକ୍‌ ରହିଥାଏ। ଭାରତ ଆମଦାନୀ କରୁଥିବା ଏହି ଦୁଇଟି କିସମର ତୈଳର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ ଇଣ୍ଡିଆନ ବାସ୍କେଟ(ଆଇବି) ବୋଲି କୁହାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର