ପୁଣି କନ୍ଦାଇବ ପିଆଜ ଦର! କମୁଛି ଆମଦାନୀ, ୪୦ ଛୁଇଁଲାଣି ଦର….

The Sakala Picture
Published On

କଟକ : ନିର୍ବାଚନ ସରି ଫଳାଫଳ ଘୋଷଣା ପରେ ନୂଆ ସରକାର ମଧ୍ୟ ଗଠନ ହୋଇସାରିଲାଣି । ହେଲେ ଏହାରି ଭିତରେ ପିଆଜ ଦର ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇବା ଆରମ୍ଭ କରିଛି। କିଛି ଦିନ ଧରି ଦର ନିୟନ୍ତ୍ରଣରେ ଥିଲା ବେଳେ ପୁଣି ଏହି ଦର ବଢିବାରେ ଲାଗିଛି । ମାତ୍ର ଏକ ସପ୍ତାହ ଭିତରେ ପିଆଜ ଦର କିଲୋ ପ୍ରତି ୧୦ଟଙ୍କା ବୃଦ୍ଧି ପାଇଲାଣି । ଖୁଚୁରା ବଜାରରେ ବଡ ପିଆଜ ଦର […]

କଟକ : ନିର୍ବାଚନ ସରି ଫଳାଫଳ ଘୋଷଣା ପରେ ନୂଆ ସରକାର ମଧ୍ୟ ଗଠନ ହୋଇସାରିଲାଣି । ହେଲେ ଏହାରି ଭିତରେ ପିଆଜ ଦର ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇବା ଆରମ୍ଭ କରିଛି। କିଛି ଦିନ ଧରି ଦର ନିୟନ୍ତ୍ରଣରେ ଥିଲା ବେଳେ ପୁଣି ଏହି ଦର ବଢିବାରେ ଲାଗିଛି । ମାତ୍ର ଏକ ସପ୍ତାହ ଭିତରେ ପିଆଜ ଦର କିଲୋ ପ୍ରତି ୧୦ଟଙ୍କା ବୃଦ୍ଧି ପାଇଲାଣି । ଖୁଚୁରା ବଜାରରେ ବଡ ପିଆଜ ଦର କିଲୋ ପ୍ରତି ୩୫ରୁ ୪୦ଟଙ୍କା ଛୁଇଁଛି । ଗୋଟି ଏପଟରେ ଆଳୁ ଦର ସହ ପିଆଜ ଦର କିନ୍ତୁ ଆକାଶଛୁଆଁ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆହୁରି ୫ ଦିନ ଯାଏ ଛେଚିବ

କଟକର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରକୁ ପିଆଜ ଆମଦାନୀ କମିଥିବାର କୁହାଯାଉଛି । ଏପରିକି ଏହି  ପରିବା ବଜାରକୁ ପିଆଜ ଗାଡି ମଧ୍ୟ ସବୁ ଦିନ ଅଧିକ ପରିମାଣରେ ଆସିପାରୁନାହିଁ । ଛତ୍ରବଜାରରେ ଗତ କିଛି ଦିନ ତଳେ କିଲୋ ପ୍ରତି ୨୦-୩୦ଟଙ୍କାରେ ବିକ୍ରି ହେଉଥିଲା । ତାହା ଏବେ ୩୦ରୁ ୪୦ଟଙ୍କା ହୋଇଛି । ବ୍ୟବସାୟୀଙ୍କ କହିବାନୁଯାୟୀ ମହାରାଷ୍ଟ୍ରର ନାସିକର ନୂଆ ଅମଳ ବାଧାପ୍ରାପ୍ତ ହୋଇଛି । ସେଠାରେ ଦର ଉଚ୍ଚ ରହିଥିବାରୁ ଏଠାରେ ମଧ୍ୟ ପିଆଜ ଦର ଅଧିକ ରହିଥିବାର କୁହନ୍ତି । କଟକ ଛତ୍ରବଜାରକୁ ଦୈନିକ ୭ଟ୍ରକ ପିଆଜ ଆମଦାନୀ ହେଉଥିଲା ବେଳେ ଅଧିକ ଦରରେ କିଣିବାକୁ ପଡୁଛି । ସେହିପରି ଆଗକୁ ପୁନେ ଅଞ୍ଚଳର ପିଆଜ ଆସିଲେ ଦର କମିବ ବୋଲି କୁହାଯାଉଛି। ଏବେ କେବଳ ନାସିକରୁ ପିଆଜ ଆସୁଛି । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରୁ ଆଦି ଅଞ୍ଚଳରୁ ପିଆଜ ଆମଦାନୀ ଏବେ ବନ୍ଦ ରହିଛି । ଅଧିକାଂଶ ପଡୋଶୀ ରାଜ୍ୟରେ ପିଆଜ ଚାଷ ଏଥର କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ ବି ନାସିକ ଉପରେ ନିର୍ଭର କରୁଛନ୍ତି । ଅନୁଗୁଳ, ଟିଟିଲାଗଡ ଆଦି ଅଞ୍ଚଳର ପିଆଜ ଅମଳ ଏଥର କମିଥିବାରୁ ଏହା ଚାହିଦା ପୂରଣ କରିପାରୁନଥିବା ବ୍ୟବସାୟୀ ମତ ଦିଅନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଅନ୍ୟପଟେ ମହାରାଷ୍ଟ୍ରର ନାସିକରେ ଥିବା ଏସିଆର ସର୍ବବୃହତ୍ ପିଆଜମଣ୍ଡି ଲାସଲଗାଓଁରେ ପିଆଜର ହାରାହାରି ପାଇକାରୀ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସୋମବାର ଏଠାରେ ହାରାହାରି ପାଇକାରୀ ଦର କିଲୋ ପିଛା ୨୬ ଟଙ୍କା ଥିବା ବେଳେ ଗତ ମାସ ୨୫ ତାରିଖରେ ଏହା କିଲୋ ପିଛା ୧୭ ଟଙ୍କା ଥିଲା। ତେବେ ମହାରାଷ୍ଟ୍ରର ଅନେକ ହୋଲସେଲ ବଜାରରେ ଉତ୍ତମ ମାନର ପିଆଜ ଦର କିଲୋ ପିଛା ୩୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ପିଆଜ ୩୦ ଟଙ୍କା ହେବା ଅର୍ଥ ଦେଶଅନ୍ୟ ସ୍ଥାନରେ ଦର ୫୦ ଉପରକୁ ଉଠିବା ସୁନିଶ୍ଚିତ ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଚିଠି, ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ନିଷ୍ପତ୍ତି

11 Jun 2024 By The Sakala

ପୁଣି କନ୍ଦାଇବ ପିଆଜ ଦର! କମୁଛି ଆମଦାନୀ, ୪୦ ଛୁଇଁଲାଣି ଦର….

କଟକ : ନିର୍ବାଚନ ସରି ଫଳାଫଳ ଘୋଷଣା ପରେ ନୂଆ ସରକାର ମଧ୍ୟ ଗଠନ ହୋଇସାରିଲାଣି । ହେଲେ ଏହାରି ଭିତରେ ପିଆଜ ଦର ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇବା ଆରମ୍ଭ କରିଛି। କିଛି ଦିନ ଧରି ଦର ନିୟନ୍ତ୍ରଣରେ ଥିଲା ବେଳେ ପୁଣି ଏହି ଦର ବଢିବାରେ ଲାଗିଛି । ମାତ୍ର ଏକ ସପ୍ତାହ ଭିତରେ ପିଆଜ ଦର କିଲୋ ପ୍ରତି ୧୦ଟଙ୍କା ବୃଦ୍ଧି ପାଇଲାଣି । ଖୁଚୁରା ବଜାରରେ ବଡ ପିଆଜ ଦର କିଲୋ ପ୍ରତି ୩୫ରୁ ୪୦ଟଙ୍କା ଛୁଇଁଛି । ଗୋଟି ଏପଟରେ ଆଳୁ ଦର ସହ ପିଆଜ ଦର କିନ୍ତୁ ଆକାଶଛୁଆଁ ହେବାରେ ଲାଗିଛି।

କଟକର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରକୁ ପିଆଜ ଆମଦାନୀ କମିଥିବାର କୁହାଯାଉଛି । ଏପରିକି ଏହି  ପରିବା ବଜାରକୁ ପିଆଜ ଗାଡି ମଧ୍ୟ ସବୁ ଦିନ ଅଧିକ ପରିମାଣରେ ଆସିପାରୁନାହିଁ । ଛତ୍ରବଜାରରେ ଗତ କିଛି ଦିନ ତଳେ କିଲୋ ପ୍ରତି ୨୦-୩୦ଟଙ୍କାରେ ବିକ୍ରି ହେଉଥିଲା । ତାହା ଏବେ ୩୦ରୁ ୪୦ଟଙ୍କା ହୋଇଛି । ବ୍ୟବସାୟୀଙ୍କ କହିବାନୁଯାୟୀ ମହାରାଷ୍ଟ୍ରର ନାସିକର ନୂଆ ଅମଳ ବାଧାପ୍ରାପ୍ତ ହୋଇଛି । ସେଠାରେ ଦର ଉଚ୍ଚ ରହିଥିବାରୁ ଏଠାରେ ମଧ୍ୟ ପିଆଜ ଦର ଅଧିକ ରହିଥିବାର କୁହନ୍ତି । କଟକ ଛତ୍ରବଜାରକୁ ଦୈନିକ ୭ଟ୍ରକ ପିଆଜ ଆମଦାନୀ ହେଉଥିଲା ବେଳେ ଅଧିକ ଦରରେ କିଣିବାକୁ ପଡୁଛି । ସେହିପରି ଆଗକୁ ପୁନେ ଅଞ୍ଚଳର ପିଆଜ ଆସିଲେ ଦର କମିବ ବୋଲି କୁହାଯାଉଛି। ଏବେ କେବଳ ନାସିକରୁ ପିଆଜ ଆସୁଛି । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରୁ ଆଦି ଅଞ୍ଚଳରୁ ପିଆଜ ଆମଦାନୀ ଏବେ ବନ୍ଦ ରହିଛି । ଅଧିକାଂଶ ପଡୋଶୀ ରାଜ୍ୟରେ ପିଆଜ ଚାଷ ଏଥର କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ ବି ନାସିକ ଉପରେ ନିର୍ଭର କରୁଛନ୍ତି । ଅନୁଗୁଳ, ଟିଟିଲାଗଡ ଆଦି ଅଞ୍ଚଳର ପିଆଜ ଅମଳ ଏଥର କମିଥିବାରୁ ଏହା ଚାହିଦା ପୂରଣ କରିପାରୁନଥିବା ବ୍ୟବସାୟୀ ମତ ଦିଅନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରର ନାସିକରେ ଥିବା ଏସିଆର ସର୍ବବୃହତ୍ ପିଆଜମଣ୍ଡି ଲାସଲଗାଓଁରେ ପିଆଜର ହାରାହାରି ପାଇକାରୀ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସୋମବାର ଏଠାରେ ହାରାହାରି ପାଇକାରୀ ଦର କିଲୋ ପିଛା ୨୬ ଟଙ୍କା ଥିବା ବେଳେ ଗତ ମାସ ୨୫ ତାରିଖରେ ଏହା କିଲୋ ପିଛା ୧୭ ଟଙ୍କା ଥିଲା। ତେବେ ମହାରାଷ୍ଟ୍ରର ଅନେକ ହୋଲସେଲ ବଜାରରେ ଉତ୍ତମ ମାନର ପିଆଜ ଦର କିଲୋ ପିଛା ୩୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ପିଆଜ ୩୦ ଟଙ୍କା ହେବା ଅର୍ଥ ଦେଶଅନ୍ୟ ସ୍ଥାନରେ ଦର ୫୦ ଉପରକୁ ଉଠିବା ସୁନିଶ୍ଚିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର