‘ପରିକ୍ରମା’ ବିରୋଧରେ କୁଚକ୍ରୀଙ୍କ ଷଡ଼ଯନ୍ତ୍ର

The Sakala Picture
Published On

ପୁରୀ : ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିରର ସୁରକ୍ଷା ଭିତ୍ତିଭୂମିର ଉନ୍ନତି ସହ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ ନିମନ୍ତେ ଆରମ୍ଭ ହୋଇଛି ‘ପରିକ୍ରମା’ ପ୍ରକଳ୍ପ। ଆରମ୍ଭରୁ କିଛି କୁଚକ୍ରୀ ଏହି ପ୍ରକଳ୍ପକୁ ବିରୋଧ କରି ଆସିଛନ୍ତି। ନିଜ ସ୍ୱାର୍ଥସାଧନ ନିମନ୍ତେ ଏନ୍‌‌ଏମ୍‌‌ଏ, ଏଏସ୍‌‌ଆଇ ଓ ଆମସାରକୁ ଆୟୁଧ କରି ପ୍ରକଳ୍ପ ରୋକିବାକୁ ଚେଷ୍ଟା କରିଛନ୍ତି। ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ହେଉଥିବା କାର୍ଯ୍ୟ ‘ନିର୍ମାଣ’ ପର୍ଯ୍ୟାୟଭୁକ୍ତ […]

ପୁରୀ : ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିରର ସୁରକ୍ଷା ଭିତ୍ତିଭୂମିର ଉନ୍ନତି ସହ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ ନିମନ୍ତେ ଆରମ୍ଭ ହୋଇଛି ‘ପରିକ୍ରମା’ ପ୍ରକଳ୍ପ। ଆରମ୍ଭରୁ କିଛି କୁଚକ୍ରୀ ଏହି ପ୍ରକଳ୍ପକୁ ବିରୋଧ କରି ଆସିଛନ୍ତି। ନିଜ ସ୍ୱାର୍ଥସାଧନ ନିମନ୍ତେ ଏନ୍‌‌ଏମ୍‌‌ଏ, ଏଏସ୍‌‌ଆଇ ଓ ଆମସାରକୁ ଆୟୁଧ କରି ପ୍ରକଳ୍ପ ରୋକିବାକୁ ଚେଷ୍ଟା କରିଛନ୍ତି। ଏପରିକି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ହେଉଥିବା କାର୍ଯ୍ୟ ‘ନିର୍ମାଣ’ ପର୍ଯ୍ୟାୟଭୁକ୍ତ ନୁହେଁ ବୋଲି ସୁପ୍ରିମ୍‌‌କୋର୍ଟ ଉଲ୍ଲେଖ କରିବା ସହ ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରିଛନ୍ତି। ଅନୁରୂପ ଭାବରେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌‌ଏମ୍‌‌ଏ) ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସବୁଜସଙ୍କେତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ

ଆହୁରି ପଢ଼ନ୍ତୁ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍, ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ

ଏହା ସତ୍ତ୍ବେ କିଛି ଷଡ଼ଯନ୍ତ୍ରକାରୀ ପ୍ରକଳ୍ପକୁ ପୁଣି ବିବାଦକୁ ଟାଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ‘ପରିକ୍ରମା’ ପଥରେ ପଦଚାରୀ ଓ ଗାଡ଼ିମୋଟର ଯାତାୟତ ପଥକୁ ବିଭକ୍ତ କରିବା ପାଇଁ ପ୍ରସ୍ତୁତ ପ୍ରାଚୀନ ସ୍ଥାପତ୍ୟ ଆଧାରିତ ପଥର ‘ବିଭାଜକ’କୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଗାଡ଼ିମୋଟର ଯାତାୟତ କାଳରେ ଯେପରି ଶ୍ରୀମନ୍ଦିର ପରିକ୍ରମା କରୁଥିବା ପଦଚାରୀ ଭକ୍ତମାନଙ୍କ ପାଇଁ ସମସ୍ୟା ସୃଷ୍ଟି ନ ହେବ ଓ ସେମାନେ ନିର୍ବିଘ୍ନରେ ପରିକ୍ରମା କରିପାରିବେ ସେଥିପାଇଁ ୬୦ ଇଞ୍ଚ ଉଚ୍ଚତାର ପଥର ବିଭାଜକ ସ୍ଥାପନ କରାଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁରକ୍ଷିତ ବ୍ୟବସ୍ଥାକୁ କିଛି ଷଡ଼ଯନ୍ତ୍ରକାରୀ ହଜମ କରିପାରି ନାହାନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଏହାକୁ ନେଇ ବିବାଦ ସୃଷ୍ଟି ପାଇଁ ସାନି ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ମାତ୍ର ୨୭ ଫୁଟ ଉଚ୍ଚ ପାଇଁ ମାତ୍ର ୬୦ ଇଞ୍ଚର ପଥର ବିଭାଜକକୁ ‘ମେଘନାଦ’ ପାଚେରୀ ସହ ତୁଳନା କରି ଅପପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିର ଆବେଦନକୁ ବିଚାର କରି ଏନ୍‌‌ଏମ୍‌‌ଏ ପଦଚାରୀଙ୍କ ସୁରକ୍ଷିତ ଯାତାୟତ ବ୍ୟବସ୍ଥା ନିମନ୍ତେ ସବୁଜସଙ୍କେତ ଦେଇଛି। ଶ୍ରଦ୍ଧାଳୁଙ୍କ ହିତଜନିତ କାର୍ଯ୍ୟଗୁଡ଼ିକ ନିମନ୍ତେ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ କରିଛି। ମହିଳା ଓ ପୁରୁଷ ଭକ୍ତଙ୍କ ଲାଗି ଶୌଚାଳୟ, କ୍ଲକ ରୁମ୍‌‌, ମିନି କ୍ଲକରୁମ୍‌‌, ସେଲ୍‌ଫଟର ପାଭିଲିଅନ, ସେବାୟତଙ୍କ ଲାଗି ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ୍‌‌ ନିର୍ମାଣ ଲାଗି ଅନୁମତି ମିଳିଛି।

ସଂରକ୍ଷଣ ଓ ସୁରକ୍ଷା ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ସୂଚନା କେନ୍ଦ୍ର, ଦାନ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର ଓ ଏଟିଏମ୍‌‌ ଆଦି ନିର୍ମାଣ କାର୍ଯ୍ୟ ଚାଲିଛି। ଅନୁମତିପତ୍ରରେ ସ୍ପଷ୍ଟ ଭାବରେ ‘ଫୁଟ୍‌‌ପାଥ’ ଶବ୍ଦଟି ଉଲ୍ଲେଖ କରାଯାଇ ନିର୍ମାଣ ଲାଗି ଅନୁମତି ମିଳିଛି। ଯାତ୍ରୀଙ୍କ ଯାତାୟତ ଓ ସୁରକ୍ଷା ଦୃଷ୍ଟିରୁ ୬୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ‘ବିଭାଜକ’ ଏହାର ଅଂଶବିଶେଷ ହୋଇଥିବା ସତ୍ତ୍ବେ ଏହାକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମକୁ ବିଭିନ୍ନ ମହଲରେ କଟୁ ସମାଲୋଚନା କରାଯାଇଛି।
ଏ ସମ୍ପର୍କରେ ଓଡ଼ିଶା ସେତୁ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଜେ.କେ.ଦାସ କହିଛନ୍ତି ଯେ ପରିକ୍ରମା ପ୍ରକଳ୍ପର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଏନ୍‌‌ଏମ୍‌‌ଏର ଅନୁମତି ଆଧାରରେ କରାଯାଉଛି।

ପରିକ୍ରମା ପରିସରରେ ଯାତ୍ରୀ ତଥା ଭକ୍ତଙ୍କ ପରିକ୍ରମାକୁ ସୁରକ୍ଷିତ ଓ ସୁଗମ କରିବା ପାଇଁ ଫୁଟପାଥରେ ଏକ ‘ବିଭାଜକ’ ସ୍ଥାପନ କରାଯାଉଛି। ଏହି ବିଭାଜକଗୁଡ଼ିକ ବହୁ ପୂର୍ବରୁ ନିର୍ମାଣ ସରିଛି। ଏକ ଼ ଢ଼ାଞ୍ଚା ଉପରେ ଏହି ବିଭାଜକଗୁଡ଼ିକ ସ୍ଥାନୀତ କରାଯିବ। ଯାହା ଫଳରେ ଯାତ୍ରୀ ଓ ଭକ୍ତମାନଙ୍କ ଯାତାୟତ ସୁରକ୍ଷିତ ରହିବ; ଗାଡ଼ି ମୋଟର ଚଳାଚଳ ସତ୍ତ୍ବେ ଭକ୍ତମାନେ ସ୍ୱଚ୍ଛନ୍ଦରେ ଯାତାୟତ କରିପାରିବେ। ଶ୍ରୀମନ୍ଦିର ମେଘନାଦ ପାଚେରୀର ଉଚ୍ଚତା ୨୭ ମିଟର; ମାତ୍ର ପଥଚାରୀଙ୍କ ସୁରକ୍ଷା ପାଇଁ ଫୁଟପାଥରେ ମାତ୍ର ୬୦ ଇଞ୍ଚ ଉଚ୍ଚତାର ପାଚେରୀ ନିର୍ମାଣ ହେଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ଅନୁରୂପ ଭାବରେ ଶ୍ରୀମନ୍ଦିର ସେବାୟତ ଓ ପୁରୀ ବାସିନ୍ଦା ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତ ଅପପ୍ରଚାରକୁ କଟୁ ନିନ୍ଦା କରିଛନ୍ତି। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି ଯେ ଭକ୍ତମାନେ କିପରି ମୌଳିକ ସୁବିଧା ପାଇପାରିବେ ଏବଂ ଶ୍ରୀମନ୍ଦିର ସୁରକ୍ଷାକୁ ଯେପରି ଆହୁରି ନିଶ୍ଚିତ କରାଯାଇପାରିବ ସେଥିପାଇଁ ପରିକ୍ରମା ପ୍ରକଳ୍ପ କରାଯାଉଛି। ହାତଗଣତି କିଛି ଲୋକ ଆରମ୍ଭରୁ ଏହାକୁ ବିରୋଧ କରିଆସୁଛନ୍ତି। ନ୍ୟାୟିକ ବ୍ୟବସ୍ଥାରେ ସେମାନଙ୍କୁ ପ୍ରତ୍ୟାଖ୍ୟାତ ହେବାକୁ ପଡ଼ିଛି। ସେମାନେ ଜାଣିବା ଦରକାର ଏହା ମହାପ୍ରଭୁଙ୍କ କାମ। ଏବେ ଯେଉଁ ସୁରକ୍ଷା ପ୍ରାଚୀର କରାଯାଉଛି ତାହା ଭକ୍ତ ଏବଂ ସହରବାସୀଙ୍କ ସୁବିଧା ପାଇଁ କରାଯାଉଥିବା ଓବିସିସି ଅଧିକାରୀ କହିଛନ୍ତି।

ତେଣୁ ପ୍ରାଚୀରକୁ ନେଇ ଅଯଥା ବିବାଦ ଛିଡା ନ କରି ଏହାକୁ ଆମେ ସମସ୍ତେ ସ୍ୱାଗତ କରିବା ଦରକାର ବୋଲି ଗୌରହରି କହିଛନ୍ତି। ସେହିପରି କୁମ୍ଭକାର ନିଯୋଗ ସମ୍ପାଦକ ମହେନ୍ଦ୍ର ବିଶୋୟୀ କହିଛନ୍ତି। ଏନଏମ୍‌‌ଏ ଅନୁମତି ଦେବା ପରେ କୌଣସି ନିର୍ମାଣ କାମକୁ ଆଉ ବିରୋଧ କରାଯିବା ଉଚିତ୍‌‌ ନୁହେଁ। ଏହି ପ୍ରକଳ୍ପର ସମସ୍ତ ନିର୍ମାଣ ଉପରେ ସମସ୍ତଙ୍କର ନଜର ରହିଛି। ଯେଉଁ ଦ୍ୱିତୀୟ ପାଚେରୀ କଥା କୁହାଯାଉଛି ତାହା ଯେପରି ଭକ୍ତଜନଙ୍କ ସୁବିଧା ଆସିପାରିବ ସେଥିପ୍ରତି ସରକାର ଏବଂ ନିର୍ମାଣ କରୁଥିବା କର୍ତ୍ତୃପକ୍ଷ ଉପଯୁକ୍ତ ଭାବେ ଧ୍ୟାନ ଦେବା ବାଞ୍ଛନୀୟ। ଆମେ କୌଣସି ବାଦବିବାଦକୁ ନ ଯାଇ ଯଥାଶୀଘ୍ର ଏହି ପ୍ରକଳ୍ପ ପରିସମାପ୍ତ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା।

ଅନୁରୂପ ଭାବରେ ପୁରୀ ବାସିନ୍ଦା ହିମାଂଶୁ ଚନ୍ଦ୍ର ସାହୁ କହିଛନ୍ତି ଯେ ଶ୍ରୀମନ୍ଦିରର ସୁରକ୍ଷା ଏବଂ ଶ୍ରଦ୍ଧାଳୁମାନଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟା କରିଆସୁଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏହାର ଜ୍ୱଳନ୍ତ ଉଦାହରଣ। ପ୍ରକଳ୍ପ ମଧ୍ୟରେ ନିର୍ମାଣ ହେଉଥିବା ପ୍ରାଚୀର ଆଗାମୀ ଦିନରେ ଭକ୍ତମାନଙ୍କ ପାଇଁ ସୁବିଧା ହେବ। ଏଥିସହ ପୁରୀ ସହରବାସୀ ମଧ୍ୟ ଠିକ୍‌‌ ଭାବେ ଚଳପ୍ରଚଳ କରିପାରିବେ ବୋଲି ଆଶା କରାଯାଉଛି। ତେଣୁ ଏହାକୁ ବିରୋଧ ନ କରି ଶ୍ରୀମନ୍ଦିର ଚତୁଃପାର୍ର୍ଶ୍ବରେ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନକୁ ସହଯୋଗ କରିବା ଦରକାର ବୋଲି ଶ୍ରୀ ସାହୁ କହିଛନ୍ତି।

03 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର