ଚାଉଳ ରପ୍ତାନି ନେଇ ଭାରତର ପ୍ରତିବନ୍ଧକ: ଚାଇନାରେ ଦେଖାଦେବ ଖାଦ୍ୟ ସଙ୍କଟ

The Sakala Picture
Published On

ନୂଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଆକାଶଛୁଆଁ ଦରଦାମ୍‌ ଯୋଗୁ ଖାଉଟି ନୟାନ୍ତ। ବଜାରରେ ଚାଉଳ କିଲୋ ପିଛା ଦର ୩୦ ଟଙ୍କାରୁ ବୃଦ୍ଧି ଘଟି ୪୦ ଟଙ୍କାରେ ପହଞ୍ଚିଛି। ଏଭଳି ସମୟରେ ଘରୋଇ ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ନିକଟରେ ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ। ସରକାର […]

ନୂଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଆକାଶଛୁଆଁ ଦରଦାମ୍‌ ଯୋଗୁ ଖାଉଟି ନୟାନ୍ତ। ବଜାରରେ ଚାଉଳ କିଲୋ ପିଛା ଦର ୩୦ ଟଙ୍କାରୁ ବୃଦ୍ଧି ଘଟି ୪୦ ଟଙ୍କାରେ ପହଞ୍ଚିଛି। ଏଭଳି ସମୟରେ ଘରୋଇ ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ନିକଟରେ ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ। ସରକାର ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ଲାଗୁ କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଏବେ ଠୁ ଆଶଙ୍କା କରାଯାଉଛି। ଏପରିକି ଏଥିଯୋଗୁ ସମ୍ପୂର୍ଣ୍ଣ ଏସୀୟ ବଜାରରେ ସଙ୍କଟଜନକ ସ୍ଥିତି ମଧ୍ୟ ଦେଖାଦେଇପାରେ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ଏଠାରେ ସୂଚନାଯୋଗ୍ୟ ଯେ, ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଚାଉଳ ଉତ୍ପାଦନକାରୀ। ୨୦୨୧-୨୨ ଆର୍ଥିକବର୍ଷରେ ଭାରତ ୨୧.୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଥିଲା। ତଥାପି ଚଳିତବର୍ଷ କମ୍ ବର୍ଷା ହେତୁ ଧାନ ବୁଣାଯାଇଥିବା ଜମି ଆକାରରେ ୬% ହ୍ରାସ ପାଇ ୩୬୭.୫୫ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ। ଏହାର ମୁଖ୍ୟ କାରଣ ହେଉଛି ଭଙ୍ଗା ଚାଉଳର ବେଜିଂ ହେଉଛି ସବୁଠାରୁ ବଡ କ୍ରେତା। ଏଭଳି ପରିସ୍ଥିତିରେ ଭାରତର ଏହି ପଦକ୍ଷେପ ଚାଇନାରେ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇପାରେ। ଚାଇନାରେ ଭଙ୍ଗା ଚାଉଳ ମୁଖ୍ୟତ ଗୋଖାଦ୍ୟ, ନୁଡୁଲ୍ସ ଏବଂ ମଦ ତିଆରି ପାଇଁ ବ୍ୟବହୃତ ହୋଇଥାଏ। କେତେକ ଆଫ୍ରିକୀୟ ଦେଶକୁ ଭଙ୍ଗା ଚାଉଳ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ରାଷ୍ଟ୍ର। ଚାଇନାର କୃଷି ସୂଚନା ନେଟୱାର୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କ୍ରେତା। ଏପ୍ରିଲ୍ ୨୦୨୧ରେ ଡ୍ରାଗନ୍‌ ଏହା ଭାରତରୁ ୧୧ ଲକ୍ଷ ଟନ୍ ଭଙ୍ଗା ଚାଉଳ ଆମଦାନୀ କରିଥିଲା।​| ଏଥି ସହିତ ଭାରତ ୨୦୨୧ରେ ରେକର୍ଡ ୨୧.୫ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି, ଯାହା ଥାଇଲ୍ୟାଣ୍ଡ, ଭିଏତ୍‌ନାମ, ପାକିସ୍ଥାନ ଏବଂ ଆମେରିକାର ବିଶ୍ବର ଚାରି ରପ୍ତାନିକାରୀଙ୍କ ରପ୍ତାନିଠାରୁ ଅଧିକବ ଏ ସମ୍ପର୍କରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର କହିବା ହେଉଛି, କେତେକ ଭୌଗୋଳିକ ରାଜନୈତିକ ପରିସ୍ଥିତି ଯୋଗୁଁ ଭଙ୍ଗା ଚାଉଳର ବିଶ୍ବ ବଜାରରେ ଚାହିଦା ବଢ଼ିବାରେ ଲାଗିଛି, ଯାହା ଗୋଖାଦ୍ୟ ସମେତ ଅନ୍ୟ ଦ୍ରବ୍ୟର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି।

ଆହୁରି ପଢ଼ନ୍ତୁ: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ। ବିଶ୍ୱ ରପ୍ତାନୀର ଏହା ୪୦ ପ୍ରତିଶତ ନିୟନ୍ତ୍ରଣ କରିଥାଏ। ଭାରତ ପ୍ରାୟ ୧୫୦ରୁ ଅଧିକ ଦେଶକୁ ଚାଉଳ ବିକ୍ରି କରିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ, ଅତ୍ୟଧିକ ଗରମ ଏବଂ ପୃଥିବୀର ଅନେକ ସ୍ଥାନରେ ମରୁଡ଼ି ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି। ଏଭଳି ପରିସ୍ଥିତିରେ ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଯୋଗୁଁ ଖାଦ୍ୟ ସଙ୍କଟ ବଢ଼ାଇପାରେ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

13 Sep 2022 By The Sakala

ଚାଉଳ ରପ୍ତାନି ନେଇ ଭାରତର ପ୍ରତିବନ୍ଧକ: ଚାଇନାରେ ଦେଖାଦେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଆକାଶଛୁଆଁ ଦରଦାମ୍‌ ଯୋଗୁ ଖାଉଟି ନୟାନ୍ତ। ବଜାରରେ ଚାଉଳ କିଲୋ ପିଛା ଦର ୩୦ ଟଙ୍କାରୁ ବୃଦ୍ଧି ଘଟି ୪୦ ଟଙ୍କାରେ ପହଞ୍ଚିଛି। ଏଭଳି ସମୟରେ ଘରୋଇ ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ନିକଟରେ ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ। ସରକାର ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ଲାଗୁ କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଏବେ ଠୁ ଆଶଙ୍କା କରାଯାଉଛି। ଏପରିକି ଏଥିଯୋଗୁ ସମ୍ପୂର୍ଣ୍ଣ ଏସୀୟ ବଜାରରେ ସଙ୍କଟଜନକ ସ୍ଥିତି ମଧ୍ୟ ଦେଖାଦେଇପାରେ।

ଏଠାରେ ସୂଚନାଯୋଗ୍ୟ ଯେ, ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଚାଉଳ ଉତ୍ପାଦନକାରୀ। ୨୦୨୧-୨୨ ଆର୍ଥିକବର୍ଷରେ ଭାରତ ୨୧.୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଥିଲା। ତଥାପି ଚଳିତବର୍ଷ କମ୍ ବର୍ଷା ହେତୁ ଧାନ ବୁଣାଯାଇଥିବା ଜମି ଆକାରରେ ୬% ହ୍ରାସ ପାଇ ୩୬୭.୫୫ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ। ଏହାର ମୁଖ୍ୟ କାରଣ ହେଉଛି ଭଙ୍ଗା ଚାଉଳର ବେଜିଂ ହେଉଛି ସବୁଠାରୁ ବଡ କ୍ରେତା। ଏଭଳି ପରିସ୍ଥିତିରେ ଭାରତର ଏହି ପଦକ୍ଷେପ ଚାଇନାରେ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇପାରେ। ଚାଇନାରେ ଭଙ୍ଗା ଚାଉଳ ମୁଖ୍ୟତ ଗୋଖାଦ୍ୟ, ନୁଡୁଲ୍ସ ଏବଂ ମଦ ତିଆରି ପାଇଁ ବ୍ୟବହୃତ ହୋଇଥାଏ। କେତେକ ଆଫ୍ରିକୀୟ ଦେଶକୁ ଭଙ୍ଗା ଚାଉଳ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ରାଷ୍ଟ୍ର। ଚାଇନାର କୃଷି ସୂଚନା ନେଟୱାର୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କ୍ରେତା। ଏପ୍ରିଲ୍ ୨୦୨୧ରେ ଡ୍ରାଗନ୍‌ ଏହା ଭାରତରୁ ୧୧ ଲକ୍ଷ ଟନ୍ ଭଙ୍ଗା ଚାଉଳ ଆମଦାନୀ କରିଥିଲା।​| ଏଥି ସହିତ ଭାରତ ୨୦୨୧ରେ ରେକର୍ଡ ୨୧.୫ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି, ଯାହା ଥାଇଲ୍ୟାଣ୍ଡ, ଭିଏତ୍‌ନାମ, ପାକିସ୍ଥାନ ଏବଂ ଆମେରିକାର ବିଶ୍ବର ଚାରି ରପ୍ତାନିକାରୀଙ୍କ ରପ୍ତାନିଠାରୁ ଅଧିକବ ଏ ସମ୍ପର୍କରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର କହିବା ହେଉଛି, କେତେକ ଭୌଗୋଳିକ ରାଜନୈତିକ ପରିସ୍ଥିତି ଯୋଗୁଁ ଭଙ୍ଗା ଚାଉଳର ବିଶ୍ବ ବଜାରରେ ଚାହିଦା ବଢ଼ିବାରେ ଲାଗିଛି, ଯାହା ଗୋଖାଦ୍ୟ ସମେତ ଅନ୍ୟ ଦ୍ରବ୍ୟର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ। ବିଶ୍ୱ ରପ୍ତାନୀର ଏହା ୪୦ ପ୍ରତିଶତ ନିୟନ୍ତ୍ରଣ କରିଥାଏ। ଭାରତ ପ୍ରାୟ ୧୫୦ରୁ ଅଧିକ ଦେଶକୁ ଚାଉଳ ବିକ୍ରି କରିଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ, ଅତ୍ୟଧିକ ଗରମ ଏବଂ ପୃଥିବୀର ଅନେକ ସ୍ଥାନରେ ମରୁଡ଼ି ଖାଦ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟାଇଛି। ଏଭଳି ପରିସ୍ଥିତିରେ ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଯୋଗୁଁ ଖାଦ୍ୟ ସଙ୍କଟ ବଢ଼ାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର