ମନୋରଞ୍ଜନ
‘ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଲେ, ତେବେ ହାରିଯିବେ ନରେନ୍ଦ୍ର ମୋଦୀ’ : ସଞ୍ଜୟ ରାଉତ
ମୁମ୍ବାଇ : ଉଦ୍ଧବ ବାଲାସାହେବ ଠାକୁର ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରୁ ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ସେ ନିଶ୍ଚିତ ଭାବେ ଜିତିବେ। ଆଉ ମୋଦୀ ହାରିବେ। ସଞ୍ଜୟ ରାଉତ କହିଛନ୍ତି ଯେ ବାରଣାସୀର ଲୋକମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହୁଁଛନ୍ତି। ଯଦି ସେ ବାରାଣାସୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ […]
ମୁମ୍ବାଇ : ଉଦ୍ଧବ ବାଲାସାହେବ ଠାକୁର ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରୁ ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ସେ ନିଶ୍ଚିତ ଭାବେ ଜିତିବେ। ଆଉ ମୋଦୀ ହାରିବେ। ସଞ୍ଜୟ ରାଉତ କହିଛନ୍ତି ଯେ ବାରଣାସୀର ଲୋକମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହୁଁଛନ୍ତି। ଯଦି ସେ ବାରାଣାସୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ସେ ନିଶ୍ଚିତ ଭାବେ ଜିତିବେ। ଏହା ବ୍ୟତୀତ ରାୟବରେଲୀ, ବାରଣାସୀ ଏବଂ ଆମେଥି ସିଟ୍ ଜିତିବା ବିଜେପି ପାଇଁ କଷ୍ଟକର ହେବ ।
ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ରେ ରାହୁଲ ଗାନ୍ଧୀଙ୍କ ସହ ସାରା ଦେଶ ଛିଡ଼ା ହେବ। ଏଥିସହ ସେ ଆମେଥି, ବାରଣାସୀ ଏବଂ ରାୟବରେଲୀ ଆସନରେ ବି କଂଗ୍ରେସର ବିଜୟ ହେବ ବୋଲି ଦାବି କରିଛନ୍ତି। ସମ୍ପ୍ରତି ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀ, ଆମେଥୀରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାୟବରେଲୀ ଆସନରୁ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ସାଂସଦ ଅଛନ୍ତି ।
ଶରଦ-ଅଜିତଙ୍କ ବିଷୟରେ କହିଥିଲେ
ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବାରମ୍ବାର ବୈଠକକୁ ନେଇ ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିପାରନ୍ତି ତେବେ ଶରଦ-ଅଜିତ କାହିଁକି ନୁହେଁ? ରାଉତ କହିଛନ୍ତି ଯେ ଆମେ ଗଣମାଧ୍ୟମରୁ ଜାଣିଛୁ ଯେ ଗତକାଲି ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ଭେଟିଥିଲେ। ଶରଦ ପାୱାର ଖୁବ ଶୀଘ୍ର ଏହା ଉପରେ କହିବେ। ସେ କହିଛନ୍ତି ଯେ ମୁଁ ଭାବୁଛି ଶରଦ ପାୱାର ଅଜିତ ପାୱାରଙ୍କୁ ଇଣ୍ଡିଆ ମେଣ୍ଟକୁ ନିମନ୍ତ୍ରଣ କରିବେ।