ରୁଷରୁ ଶସ୍ତା ତେଲ କିଣି ୩୫,୦୦୦ କୋଟି କମାଇଲେଣି କମ୍ପାନୀ; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଗୋଟିଏ ସମୟରେ ଏହା ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଥିଲା, ଯାହାକୁ ୨୦୦୮ ପରେ ଅନ୍ୟତମ ସର୍ବୋଚ୍ଚ ସ୍ତର ରହିଥିଲା, କିନ୍ତୁ ଗତ ସପ୍ତାହରେ ଏହାର ମୂଲ୍ୟ ୯୦ ଡଲାର ତଳକୁ ହ୍ରାସ ଘଟିଥିଲା। ଦୁର୍ବଳ ଚାହିଦା ଏବଂ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁ ଦର ହ୍ରାସ ପାଇଛି। ଅପରପକ୍ଷେ କ୍ରମାଗତ ଭାବେ […]

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଗୋଟିଏ ସମୟରେ ଏହା ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଥିଲା, ଯାହାକୁ ୨୦୦୮ ପରେ ଅନ୍ୟତମ ସର୍ବୋଚ୍ଚ ସ୍ତର ରହିଥିଲା, କିନ୍ତୁ ଗତ ସପ୍ତାହରେ ଏହାର ମୂଲ୍ୟ ୯୦ ଡଲାର ତଳକୁ ହ୍ରାସ ଘଟିଥିଲା। ଦୁର୍ବଳ ଚାହିଦା ଏବଂ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁ ଦର ହ୍ରାସ ପାଇଛି। ଅପରପକ୍ଷେ କ୍ରମାଗତ ଭାବେ ପାଞ୍ଚ ମାସ ଧରି ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଜେଲ ଉପରେ ଲିଟର ପିଛା ୮ ଟଙ୍କା କ୍ଷତି ସହୁଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ଦେଶ ରୁଷଠାରୁ ତେଲ ନେବା ବନ୍ଦ କରିଦେଲେ। ଏହି କାରଣରୁ ଭାରତୀୟ କମ୍ପାନୀଗୁଡିକ ଶସ୍ତା ମୂଲ୍ୟରେ ରୁଷଠାରୁ ତେଲ କିଣିଛନ୍ତି। ଫଳରେ ଚାଇନା ପରେ ଭାରତ ରୁଷ ତେଲର ଦ୍ୱିତୀୟ ବୃହତ୍ତମ କ୍ରୟକାରୀ ପାଲଟିଛି। ତେବେ ଜୁନ୍ ମାସରୁ ରୁଷରୁ ତେଲ ଆମଦାନୀ କ୍ରମାଗତ ଭାବେ ହ୍ରାସ ପାଉଛି। ତିନି ମାସର ବ୍ୟବଧାନ ପରେ ଅଗଷ୍ଟରେ ସାଉଦି ଆରବ ପୁଣିଥରେ ଭାରତର ଦ୍ୱିତୀୟ ବୃହତ ତୈଳ ଯୋଗାଣକାରୀ ହୋଇଛି। ରୁଷଠାରୁ ଶସ୍ତା ତେଲ କିଣି ଭାରତ ସରକାର ୩୫,୦୦୦ କୋଟି ଟଙ୍କା ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ, ହାଜତ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

କିନ୍ତୁ ଏହି ଲାଭ କମାଇଥିଲା ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏହାର କାଣିଚାଏ ଲାଭ ଖାଉଟିଙ୍କୁ ଦେଇନାହାଁନ୍ତି। ଦିଲ୍ଲୀରେ ପେଟ୍ରୋଲ ଲିଟର ବର୍ତ୍ତମାନ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ରହିଛି। ଏପ୍ରିଲ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୮ ଡଲାର କିମ୍ବା ତା’ଠାରୁ କମ୍ ରହିଥାଏ, ତେବେ ଗ୍ରାହକମାନେ କିଛି ମାତ୍ରାରେ ମୂଲ୍ୟରେ ରିଆତି ପାଇବେ, କିନ୍ତୁ ଏହାପୂର୍ବରୁ କମ୍ପାନୀମାନଙ୍କୁ ସେମାନଙ୍କର କ୍ଷତିପୂରଣ ଦେବାକୁ ସୁଯୋଗ ଦିଆଯିବ।

ଆହୁରି ପଢ଼ନ୍ତୁ: ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍, ଶନିବାର ପ୍ରକାଶ ପାଇବ ପରୀକ୍ଷା ଫଳ

21 Sep 2022 By The Sakala

ରୁଷରୁ ଶସ୍ତା ତେଲ କିଣି ୩୫,୦୦୦ କୋଟି କମାଇଲେଣି କମ୍ପାନୀ; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଗୋଟିଏ ସମୟରେ ଏହା ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଥିଲା, ଯାହାକୁ ୨୦୦୮ ପରେ ଅନ୍ୟତମ ସର୍ବୋଚ୍ଚ ସ୍ତର ରହିଥିଲା, କିନ୍ତୁ ଗତ ସପ୍ତାହରେ ଏହାର ମୂଲ୍ୟ ୯୦ ଡଲାର ତଳକୁ ହ୍ରାସ ଘଟିଥିଲା। ଦୁର୍ବଳ ଚାହିଦା ଏବଂ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁ ଦର ହ୍ରାସ ପାଇଛି। ଅପରପକ୍ଷେ କ୍ରମାଗତ ଭାବେ ପାଞ୍ଚ ମାସ ଧରି ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷଜ୍ଞମାନେ କହିଛନ୍ତି ଯେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଜେଲ ଉପରେ ଲିଟର ପିଛା ୮ ଟଙ୍କା କ୍ଷତି ସହୁଛନ୍ତି।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକ ପାଶ୍ଚାତ୍ୟ ଦେଶ ରୁଷଠାରୁ ତେଲ ନେବା ବନ୍ଦ କରିଦେଲେ। ଏହି କାରଣରୁ ଭାରତୀୟ କମ୍ପାନୀଗୁଡିକ ଶସ୍ତା ମୂଲ୍ୟରେ ରୁଷଠାରୁ ତେଲ କିଣିଛନ୍ତି। ଫଳରେ ଚାଇନା ପରେ ଭାରତ ରୁଷ ତେଲର ଦ୍ୱିତୀୟ ବୃହତ୍ତମ କ୍ରୟକାରୀ ପାଲଟିଛି। ତେବେ ଜୁନ୍ ମାସରୁ ରୁଷରୁ ତେଲ ଆମଦାନୀ କ୍ରମାଗତ ଭାବେ ହ୍ରାସ ପାଉଛି। ତିନି ମାସର ବ୍ୟବଧାନ ପରେ ଅଗଷ୍ଟରେ ସାଉଦି ଆରବ ପୁଣିଥରେ ଭାରତର ଦ୍ୱିତୀୟ ବୃହତ ତୈଳ ଯୋଗାଣକାରୀ ହୋଇଛି। ରୁଷଠାରୁ ଶସ୍ତା ତେଲ କିଣି ଭାରତ ସରକାର ୩୫,୦୦୦ କୋଟି ଟଙ୍କା ଲାଭ କରିଛନ୍ତି।

କିନ୍ତୁ ଏହି ଲାଭ କମାଇଥିଲା ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏହାର କାଣିଚାଏ ଲାଭ ଖାଉଟିଙ୍କୁ ଦେଇନାହାଁନ୍ତି। ଦିଲ୍ଲୀରେ ପେଟ୍ରୋଲ ଲିଟର ବର୍ତ୍ତମାନ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ରହିଛି। ଏପ୍ରିଲ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୮ ଡଲାର କିମ୍ବା ତା’ଠାରୁ କମ୍ ରହିଥାଏ, ତେବେ ଗ୍ରାହକମାନେ କିଛି ମାତ୍ରାରେ ମୂଲ୍ୟରେ ରିଆତି ପାଇବେ, କିନ୍ତୁ ଏହାପୂର୍ବରୁ କମ୍ପାନୀମାନଙ୍କୁ ସେମାନଙ୍କର କ୍ଷତିପୂରଣ ଦେବାକୁ ସୁଯୋଗ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର