ଗୌତମ ଆଦାନୀ : ପ୍ଲାଷ୍ଟିକ ବ୍ୟବସାୟରୁ ଖୋଲିଥିଲା ଭାଗ୍ୟ, ଆଉ ଏବେ ଏସିଆର ନମ୍ବର ଓ୍ବାନ୍ ଧନୀ
ନୂଆଦିଲ୍ଲୀ : ରୋଷେଇ ଘରଠାରୁ ବିମାନ ବନ୍ଦର ଏବଂ ବିଦ୍ୟୁତ କ୍ଷେତ୍ର ସବୁଠି ନିଜର ଉପସ୍ଥିତି ଜାହିର କରିପାରିଥିବା ଆଦାନୀ ଗ୍ରୁଫ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ଗତ ଶୁକ୍ରବାର ଠାରୁ ଏସିଆର ସବୁଠାରୁ ଧନୀ ହୋଇଯାଇଛନ୍ତି । ପୂର୍ବରୁ ସେ ଭାରତର ସବୁଠାରୁ ବଡ ଧନୀ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଶୀର୍ଷକୁ ଉଠିଥିଲେ । ଏହାପରେ ପୁଣି ଆହୁରି ଆଗକୁ ଯାଇ ଏସିଆର ନମ୍ବର ଓ୍ବାନ୍ ଧନୀ […]
ନୂଆଦିଲ୍ଲୀ : ରୋଷେଇ ଘରଠାରୁ ବିମାନ ବନ୍ଦର ଏବଂ ବିଦ୍ୟୁତ କ୍ଷେତ୍ର ସବୁଠି ନିଜର ଉପସ୍ଥିତି ଜାହିର କରିପାରିଥିବା ଆଦାନୀ ଗ୍ରୁଫ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ଗତ ଶୁକ୍ରବାର ଠାରୁ ଏସିଆର ସବୁଠାରୁ ଧନୀ ହୋଇଯାଇଛନ୍ତି । ପୂର୍ବରୁ ସେ ଭାରତର ସବୁଠାରୁ ବଡ ଧନୀ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଶୀର୍ଷକୁ ଉଠିଥିଲେ । ଏହାପରେ ପୁଣି ଆହୁରି ଆଗକୁ ଯାଇ ଏସିଆର ନମ୍ବର ଓ୍ବାନ୍ ଧନୀ ହୋଇଛନ୍ତି । କେବଳ ସେତିକି ନୁହେଁ, ଗୌତମ ଆଦାନୀ ଏବେ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି । ଏହାରି ମଧ୍ୟରେ ଦ୍ରୁତ ଗତିରେ ବଢୁଛି ଆଦାନି ଗ୍ରୁପ କମ୍ପାନୀର ମାଲିକ ଗୌତମ ଆଦାନୀଙ୍କ ସମ୍ପତି। ଆପଣଙ୍କ ରୋଷେଇ ଘରଠାରୁ ଆରମ୍ଭ କରି ଦେଶର ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ରଖିଛି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁଫ୍।
ଦେଶରେ ଆଦାନିଙ୍କର ବିଭିନ୍ନ ବ୍ୟବସାୟ ରହିଛି । ଫୁଡ ପ୍ରୋସେସିଂ ୟୁନିଟ, ବିମାନ ବନ୍ଦର ପରିଚାଳନା, ରୋଡ୍ ଆଣ୍ଡ ଟ୍ରାନ୍ସପୋର୍ଟ ଆଦି ମୁଖ୍ୟ କମ୍ପାନୀ ରହିଛି । ଏହାରି ଭିତରେ ଗ୍ରୀନ ଏନର୍ଜି, ଗ୍ୟାସ, ଶକ୍ତି, ସୌର ଶକ୍ତି, ଥର୍ମାଲ, ଡାଟା ସେଂଟର ଆଦି ରହିଛି । ଗୁଜରାଟ ଅହମଦାବାଦରେ ରହିଛି ଏହି କମ୍ପାନୀର ମୁଖ୍ୟ ଅଫିସ । ଆଦାନି ଗ୍ରୁପ ପ୍ରଥମେ ମାଇନ୍ସ ଏବଂ କୋଇଲା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲା ।
ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୧.୨ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି। ଯେତେବେଳେ କି, ମୁକେଶ ଅମ୍ବାନୀ ୯୧.୦ ବିଲିୟନ ଡ଼ଲାର ସହିତ ବିଶ୍ବର ଧନୀ ତାଲିକାରେ ୧୧ମ ସ୍ଥାନରେ ରହିଛନ୍ତି।ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ସମ୍ପତ୍ତି ଗୁରୁବାର ଦିନ ୨.୧ ବିଲିୟନ ଡ଼ଲାରର ବୃଦ୍ଧି ପାଇଛି।
ଗୌତମ ଆଦାନୀଙ୍କ ଜୀବନ ଯାତ୍ରା
ଗୌତମ ଆଦାନୀ ୨୪ ଜୁନ୍ ୧୯୬୨ ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ଅହମ୍ମଦାବାଦର ପୋଲ ଅଞ୍ଚଳରେ ଶେଥ୍ ଚୋଳରେ ରହୁଥିଲେ। ଗୁଜୁରାଟ ୟୁନିଭରସିଟିରୁ ବି.କମ୍ ଅଧ୍ୟୟନ କରିବା ପରେ ଗୌତମ ଆଦାନୀ ବ୍ୟବସାୟ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ ଏବଂ ଏଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୭୮ ରେ ହୀରା ବଜାରରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ବ୍ୟବସାୟ ଏତେ ଭଲ ଚାଲିନଥିଲା। କିନ୍ତୁ ୧୯୮୧ ମସିହାରେ ଗୌତମ ଆଦାନୀଙ୍କ ଭାଗ୍ୟ ଖୋଲିଥିଲା। ଯେତେବେଳେ ତାଙ୍କ ବଡ ଭାଇ ତାଙ୍କୁ ପ୍ଲାଷ୍ଟିକ ବ୍ୟବସାୟରେ ଯୋଗଦେବା ପାଇଁ ଅହମ୍ମଦାବାଦକୁ ଡାକିଲେ । ଏହା ପରେ ୧୯୮୮ ରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ବୃଦ୍ଧି ଘଟିଥିଲା, ଯାହା ଥର୍ମାଲ,କୃଷିଜାତ ଦ୍ରବ୍ୟ ଏବଂ ବସ୍ତ୍ର ପରି ଦ୍ରବ୍ୟରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲା ।
୧୯୯୧ ପରେ ଆଉ ପଛକୁ ଚାହିଁ ନାହାନ୍ତି ଗୌତମ ଆଦାନୀ
୧୯୯୧ ରେ ଅର୍ଥନୈତିକ ସଂସ୍କାର ହେତୁ, ଆଦାନୀ ଗୋଷ୍ଠୀର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ସେମାନେ ବହୁରାଷ୍ଟ୍ରୀୟ ବ୍ୟବସାୟୀ ଭାବରେ ଉଭା ହେଲେ । ୧୯୯୫ ଗୌତମ ଆଦାନୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହେଲା, ଯେତେବେଳେ ତାଙ୍କ କମ୍ପାନୀ ମୁଣ୍ଡ୍ରା ବନ୍ଦର ପରିଚାଳନା ପାଇଁ ଚୁକ୍ତିନାମା ପାଇଲା | ଗୌତମ ଆଦାନୀ ତାଙ୍କ ବ୍ୟବସାୟର ବିବିଧକରଣ ଜାରି ରଖିଥିଲେ ଏବଂ ୧୯୯୬ ରେ ଆଦାନୀ ପାୱାର ଲିମିଟେଡ୍ ଆରମ୍ଭ ହୋଇଥିଲା। ୧୦ ବର୍ଷ ପରେ, କମ୍ପାନୀ ବିଦ୍ୟୁତ୍ ଉତ୍ପାଦନ ବ୍ୟବସାୟରେ ପ୍ରବେଶ କଲା । ଏହା ପରେ, ସେ ପଛକୁ ଚାହିଁ ନଥିଲେ ଏବଂ ଘରୋଇ ରାସନରୁ କୋଇଲା ଖଣି, ରେଳବାଇ ,ବିମାନବନ୍ଦର ଏବଂ ବନ୍ଦର ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସାୟରେ ନିଜର ଉପସ୍ଥିତି ଜାହିର କରିଥିଲେ।
ସାତୋଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ
ସମ୍ପ୍ରତି, ଆଦାନୀ ଗ୍ରୁପର ଏକ କମ୍ପାନୀ ଆଦାନୀ ୱିଲମାର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇ ନିବେଶକମାନଙ୍କ ପସନ୍ଦ ସାବ୍ୟସ୍ତ ହୋଇଛି। ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ଗ୍ରୁପ୍ ର ଏହା ହେଉଛି ସପ୍ତମ କମ୍ପାନୀ । ଏହାପୂର୍ବରୁ ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଟ୍ରାନ୍ସମିସନ୍, ଆଦାନୀ ବନ୍ଦର ଏବଂ ଆଦାନୀ ପାୱାର ତାଲିକାଭୁକ୍ତ ହୋଇଛି । ୨୦୨୦ ଆରମ୍ଭରୁ ଆଦାନୀ ଗ୍ରୀନ୍ ଏବଂ ଆଦାନୀ ଟୋଟାଲ୍ ଗ୍ୟାସର ସେୟାର ୧୦୦୦ ପ୍ରତିଶତରୁ ଅଧିକ ଲାଭ କରିଛି । ଆଦାନୀ ଏଣ୍ଟରପ୍ରାଇଜେସ୍ ଅନୁଯାୟୀ ୧୯୯୪ ମସିହାରେ, ପ୍ରଥମ କମ୍ପାନୀର ସେୟାରଗୁଡିକ BSE ଏବଂ NSE ରେ ତାଲିକାଭୁକ୍ତ ହୋଇଥିଲା । ସେତେବେଳେ ଗୋଟିଏ ଅଂଶର ମୂଲ୍ୟ ୧୫୦ ଟଙ୍କା ଥିଲା।
ମୁଣ୍ଡ୍ରା ବନ୍ଦର
୧୯୯୫ ମସିହାରେ, ଆଦାନୀ ଗୋଷ୍ଠୀ ମୁଣ୍ଡ୍ରା ବନ୍ଦରର କାର୍ଯ୍ୟ ଆରମ୍ଭ କରିଥିଲା। ୮୦୦୦ ହେକ୍ଟରରୁ ଅଧିକ ପରିସରରେ ଆଦାନୀଙ୍କ ମୁଣ୍ଡ୍ରା ବନ୍ଦର ହେଉଛି ଭାରତର ସବୁଠାରୁ ବଡ ଘରୋଇ ବନ୍ଦର । ଏହା ଆଦାନୀ ଗ୍ରୁପ୍ ପାଇଁ ସବୁଠାରୁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।
ରାସନ ବ୍ୟବସାୟ
ଜାନୁୟାରୀ ୧୯୯୯ ରେ ଆଦାନୀ ଗ୍ରୁପ୍ ୱିଲ୍ ଆଗ୍ରି ବିଜନେସ୍ ଗ୍ରୁପ୍ ୱିଲମାର ସହିତ ହାତ ମିଶାଇ ଖାଇବା ତେଲ ବ୍ୟବସାୟରେ ପ୍ରବେଶ କରିଥିଲା। ଆଜି, ଆଦାନୀ-ୱିଲମର୍ କମ୍ପାନୀ ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଫର୍ଚୁନ୍ ଖାଇବା ତେଲ ଉତ୍ପାଦନ କରେ | କମ୍ପାନୀ ମଇଦା, ଚାଉଳ, ଡାଲି, ଚିନି ମଧ୍ୟ ପ୍ରସ୍ତୁତ କରିଥାଏ ।
ଶସ୍ୟ ସଂରକ୍ଷଣ
ରାସନ ଉତ୍ପାଦ ଉତ୍ପାଦନ ସହିତ, ୨୦୦୫ ମସିହାରେ ଆଦାନୀ ଗ୍ରୁପ୍ ଆଉ ଏକ ବଡ ପଦକ୍ଷେପ ନେଇ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ସହଯୋଗରେ ଦେଶରେ ବଡ଼ ସିଲୋ ଉତ୍ପାଦନ ଆରମ୍ଭ କଲା |। ବହୁ ପରିମାଣର ଶସ୍ୟ ସିଲୋରେ ଗଚ୍ଛିତ ରହିଛି।
କୋଇଲା ଖଣି
୨୦୧୦ ରେ ଆଦାନୀ ଗ୍ରୁପ ୧୨,୧୪୭ କୋଟିରେ ଅଷ୍ଟ୍ରେଲିଆର ଲିଙ୍କ ଏନର୍ଜିରୁ ଏକ କୋଇଲା ଖଣି କିଣିଥିଲା। ଜିଲି ବେଷ୍ଟ କୁଇନ୍ ଦ୍ୱୀପରେ ଅବସ୍ଥିତ ଏହି ଖଣିରେ ୭.୮ ବିଲିୟନ ଟନ୍ ଖଣିଜ ଜମା ରହିଛି ଯାହା ପ୍ରତିବର୍ଷ ୬୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିପାରିବ ।
ପ୍ରତିରକ୍ଷା ଉପକରଣ
୨୦୧୫ ବର୍ଷ ପରେ, ଆଦାନୀ ଗୋଷ୍ଠୀ ମଧ୍ୟ ସେନାକୁ ପ୍ରତିରକ୍ଷା ଉପକରଣ ଯୋଗାଣ କାର୍ଯ୍ୟ ଆରମ୍ଭ କଲା । ଏହା ସହିତ, କିଛି ସମୟ ପରେ ଆଦାନୀ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କଲା ।୨୦୧୭ରେ ତାଙ୍କ କମ୍ପାନୀ ସୋଲାର ପିଭି ପ୍ୟାନେଲ ଉତ୍ପାଦନ ଆରମ୍ଭ କଲା ।
ବିମାନବନ୍ଦର
୨୦୧୯ ରେ ଆଦାନୀ ଗ୍ରୁପ୍ ବିମାନବନ୍ଦର ସେକ୍ଟରରେ ନିଜର ଉପସ୍ଥିତି ଜାହିର କରିଥିଲା। ଆଦାନୀ ଗ୍ରୁପ୍ ବର୍ତ୍ତମାନ ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୁରୁ, ଜୟପୁର, ଗୁଆହାଟି ଏବଂ ଥିରୁବନନ୍ତପୁରମ୍ ସମେତ ଦେଶର ୬ଟି ବିମାନବନ୍ଦରର ଆଧୁନିକୀକରଣ ଏବଂ କାର୍ଯ୍ୟ କରୁଛି। ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡରେ୭୪ ପ୍ରତିଶତ ଅଂଶଧନ କିଣିଛି। ଏହା ସହିତଆଦାନୀଙ୍କ ଗ୍ରୁପ୍ ହେଉଛି ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବିମାନବନ୍ଦର ଅପରେଟର, ପାୱାର ଜେନେରେଟର ଏବଂ ସିଟି ଗ୍ୟାସ ରିଟେଲର ।