ଇନ୍ଧନ ସଙ୍କଟ ଓ ପଶ୍ଚିମ ଏସିଆ ବିବାଦ: ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ଉଡ଼ାଣ ହ୍ରାସ କଲା ଏୟାର ଇଣ୍ଡିଆ

Madhusudan Das Picture
Published On

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ, ବିମାନ ଇନ୍ଧନ ଦର ବୃଦ୍ଧି ଏବଂ ଆକାଶମାର୍ଗ କଟକଣାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏକ ବଡ଼ ପଦକ୍ଷେପ ନେଇଛି। ଜୁନ୍‌ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୨୯ଟି ଅନ୍ତର୍ଜାତୀୟ ରୁଟ୍‌ରେ ବିମାନ ଉଡ଼ାଣ ବାତିଲ ଏବଂ ହ୍ରାସ କରିବାକୁ କମ୍ପାନୀ ବୁଧବାର ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର

ବିମାନ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଇରାନ ଯୁଦ୍ଧ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅଞ୍ଚଳରେ ଅସ୍ଥିରତା କାରଣରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ତେଣୁ ଯାତ୍ରୀମାନଙ୍କୁ ଶେଷ ମୁହୂର୍ତ୍ତରେ ହେଉଥିବା ଅସୁବିଧାରୁ ରକ୍ଷା କରିବା ଏବଂ ପରିଚାଳନାଗତ ସ୍ଥିରତା ଆଣିବା ପାଇଁ ଏହି ଅସ୍ଥାୟୀ ପରିବର୍ତ୍ତନ କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକାଶମାର୍ଗ କଟକଣା ଏବଂ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ରେକର୍ଡସ୍ତରୀୟ ଇନ୍ଧନ ଦର ଯୋଗୁଁ ବାଣିଜ୍ୟିକ କ୍ଷତିକୁ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଉଡ଼ାଣ ହ୍ରାସ ସତ୍ତ୍ୱେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରତି ମାସରେ ପାଞ୍ଚଟି ମହାଦେଶକୁ ୧୨୦୦ରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଜାରି ରହିବ। ଏଥିରେ ଉତ୍ତର ଆମେରିକାକୁ ସପ୍ତାହକୁ ୩୩ଟି ଉଡ଼ାଣ, ୟୁରୋପକୁ ୪୭ଟି, ବ୍ରିଟେନକୁ ୫୭ଟି, ଅଷ୍ଟ୍ରେଲିଆକୁ ୮ଟି, ଦୂର ପ୍ରାଚ୍ୟ, ଦକ୍ଷିଣ-ପୂର୍ବ ଏସିଆ ଓ ସାର୍କ ଅଞ୍ଚଳକୁ ୧୫୮ଟି ଏବଂ ମରିସସକୁ ୭ଟି ଉଡ଼ାଣ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆ ପ୍ରାୟ ୨୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ଆକଳନ କରାଯାଇଛି। ଖର୍ଚ୍ଚ ନିୟନ୍ତ୍ରଣ ପାଇଁ କମ୍ପାନୀ ମେ ମାସରେ ମଧ୍ୟ ଦୈନିକ ପ୍ରାୟ ୯୦ଟି ବିମାନ ଉଡ଼ାଣ ହ୍ରାସ କରିଥିଲା। ଏହି ନୂଆ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହୋଇଥିବା ଯାତ୍ରୀମାନଙ୍କୁ ବିନା ମୂଲ୍ୟରେ ତାରିଖ ପରିବର୍ତ୍ତନ କିମ୍ବା ସମ୍ପୂର୍ଣ୍ଣ ରିଫଣ୍ଡ (ଅର୍ଥ ଫେରସ୍ତ) ସୁବିଧା ଯୋଗାଇ ଦିଆଯିବ ବୋଲି ବିମାନ ସଂସ୍ଥା ପ୍ରତିଶ୍ରୁତି ଦେଇଛି। ଏଥିସହ ଖର୍ଚ୍ଚ କାଟ୍ ପାଇଁ ଘରୋଇ ତଥା ସ୍ୱଳ୍ପ ଦୂରଗାମୀ ଅନ୍ତର୍ଜାତୀୟ ଉଡ଼ାଣରେ ଭୋଜନ ସେବାକୁ ଇଚ୍ଛାଧୀନ କରିବାକୁ ମଧ୍ୟ ବିଚାର କରାଯାଉଛି।

ସୂଚନାଯୋଗ୍ୟ, ପଶ୍ଚିମ ଏସିଆ ବିବାଦ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ଏବଂ ବିମାନଗୁଡ଼ିକୁ ସୁରକ୍ଷିତ ଆକାଶମାର୍ଗ ଦେଇ ଅଧିକ ବାଟ ବୁଲି ଯିବାକୁ ପଡ଼ୁଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ଏହି ଆର୍ଥିକ ତଥା ଇନ୍ଧନ ସଙ୍କଟ ମଧ୍ୟରେ ବୈଦେଶିକ ମୁଦ୍ରା ସଂରକ୍ଷଣ ପାଇଁ ଅନାବଶ୍ୟକ ବିଦେଶ ଯାତ୍ରାକୁ ସ୍ଥଗିତ ରଖିବା ସହ ଘରୁ କାମ (Work from Home) ଏବଂ ଭର୍ଚୁଆଲ ମିଟିଂକୁ ଆପଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ନିବେଦନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର