‘ବିଭୂତି’ ଭାବି ଖାଇଦେଲେ ମୂଷା ମରା ଔଷଧ: ବୋର୍ଡ ପରୀକ୍ଷା ପୂର୍ବରୁ ଚାଲିଗଲା ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଜୀବନ

Suryakanta Picture
Published On

ମଧ୍ୟପ୍ରଦେଶର ଭୋପାଳରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମନାକୁ ଆସିଛି। ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଭୁଲବଶତଃ ମୂଷା ମରା ଔଷଧ ଖାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ଘର ମନ୍ଦିରରେ ରଖାଯାଇଥିବା ବିଷକୁ ‘ବିଭୂତି’ କିମ୍ବା ପ୍ରସାଦ ଭାବି ଖାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ହମିଦିଆ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ ବୈଷ୍ଣବୀ ସେନ୍ (୧୭ ବର୍ଷ) ଏବଂ ସେ ଇଣ୍ଟଖେଡି ଥାନା ଅନ୍ତର୍ଗତ ଲାମ୍ବାଖେଡା ଅଞ୍ଚଳର ବାସିନ୍ଦା ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

କିପରି ଘଟିଲା ଏହି ଅଘଟଣ?

ପୋଲିସ ସୂଚନା ଅନୁଯାୟୀ, ଘଟଣାଟି ଜାନୁଆରୀ ୨୬ ତାରିଖ ଦିନ ଘଟିଥିଲା। ବୈଷ୍ଣବୀଙ୍କ ଘରେ ମୂଷାଙ୍କ ଉତ୍ପାତ ବଢିଯାଇଥିବାରୁ ତାଙ୍କ ମା’ ପୂଜା ଘରେ ମୂଷା ମରା ଔଷଧ ରଖିଥିଲେ। ବୈଷ୍ଣବୀ ଗାଧୋଇ ସାରି ପୂଜା କରିବାକୁ ଯାଇଥିବା ବେଳେ ସେଠାରେ ଥିବା ବିଷାକ୍ତ ପାଉଡରକୁ ବିଭୂତି ଭାବି ମୁଣ୍ଡରେ ଲଗାଇବା ସହ ଖାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏହାପରେ ସେ କୋଚିଂ କ୍ଲାସ୍ ପାଇଁ ଚାଲି ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା ଏବଂ ବାନ୍ତି ହୋଇଥିଲା। ଘରକୁ ଫେରି ସେ ମା’ଙ୍କୁ ବିଭୂତି ଖାଇଥିବା କଥା କହିବା ପରେ ପରିବାର ଲୋକେ ସତ୍ୟ ଜାଣିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଭାନପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ପରୀକ୍ଷା ଦେବା ପୂର୍ବରୁ ଚାଲିଗଲା ଜୀବନ

ପ୍ରାଥମିକ ଚିକିତ୍ସା ପରେ ବୈଷ୍ଣବୀ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ତିନି ଦିନ ତଳେ ପୁଣିଥରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହମିଦିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସୋମବାର ସକାଳେ ସେ ଆଖି ବୁଜିଥିଲେ।

ଦୁଃଖର ବିଷୟ ହେଉଛି, ଫେବୃଆରୀ ୧୦ ତାରିଖରୁ ବୈଷ୍ଣବୀଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାର ଥିଲା। ପରିବାର ଲୋକେ ଝିଅର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, କିନ୍ତୁ ଗୋଟିଏ ଛୋଟ ଭୁଲ୍ ସବୁକିଛି ଶେଷ କରିଦେଲା। ପୋଲିସ ଏବେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର