ଇତିହାସ ରଚିଲେ ଏଲନ୍ ମସ୍କ; ସମ୍ପତ୍ତି ଟପିଲା ୬୦୦ ବିଲିୟନ ଡଲାର, ଦିନକରେ ବଢ଼ିଲା ୧୫ ଲକ୍ଷ କୋଟି ଟଙ୍କା

Deviprasad Mohanty Picture
Published On

ନ୍ୟୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୦୦ ବିଲିୟନ ଡଲାର ବା ପ୍ରାୟ ୫୪.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏତେ ବିପୁଳ ପରିମାଣର ସମ୍ପତ୍ତିର ମାଲିକ ହେବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ପାଲଟିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମସ୍କଙ୍କ ମହାକାଶ ଗବେଷଣା ସଂସ୍ଥା 'ସ୍ପେସ୍-ଏକ୍ସ'ର ଭାଲ୍ୟୁଏସନ୍ ୮୦୦ ବିଲିୟନ ଡଲାରରେ ପହଞ୍ଚିବା ଏବଂ ଆଗାମୀ ଆଇପିଓ (IPO) ଖବର ପରେ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୧୬୮ ବିଲିୟନ ଡଲାର (୧୫ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମସ୍କ ଗୋଟିଏ ଦିନରେ ଯେତିକି ରୋଜଗାର କରିଛନ୍ତି, ତାହା ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି (୧୧୦ ବିଲିୟନ ଡଲାର) ଠାରୁ ମଧ୍ୟ ଅଧିକ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବର୍ତ୍ତମାନ ମସ୍କଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୩୮ ବିଲିୟନ ଡଲାରରେ ପହଞ୍ଚିଛି। ଇନସାଇଡର୍ ସେୟାର୍ ବିକ୍ରି ପରେ ସ୍ପେସ୍-ଏକ୍ସ ବିଶ୍ୱର ସବୁଠାରୁ ମୂଲ୍ୟବାନ ଘରୋଇ କମ୍ପାନୀ ପାଲଟିଛି। ଏହି କମ୍ପାନୀରେ ମସ୍କଙ୍କର ୪୨% ଅଂଶଧନ ରହିଛି। ଫୋର୍ବସ୍ ଅନୁଯାୟୀ, ଯଦି କମ୍ପାନୀ ଆମେରିକୀୟ ଷ୍ଟକ୍ ମାର୍କେଟରେ ସଫଳତାର ସହ ତାଲିକାଭୁକ୍ତ ହୁଏ, ତେବେ ମସ୍କ ବିଶ୍ୱର ପ୍ରଥମ 'ଟ୍ରିଲିୟନେୟାର' (Trillionaire) ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କେବଳ ସ୍ପେସ୍-ଏକ୍ସ ନୁହେଁ, ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଏବଂ ଏଆଇ କମ୍ପାନୀ xAI ମଧ୍ୟ ମସ୍କଙ୍କ ସମ୍ପତ୍ତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୨୫ ବର୍ଷରେ ଟେସଲାର ସେୟାର ମୂଲ୍ୟ ୧୩% ବୃଦ୍ଧି ପାଇଛି। ଟେସଲାରେ ଥିବା ମସ୍କଙ୍କ ୧୨% ଅଂଶଧନର ମୂଲ୍ୟ ବର୍ତ୍ତମାନ ୧୯୭ ବିଲିୟନ ଡଲାର ରହିଛି। ସେହିପରି ତାଙ୍କର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ xAI ମଧ୍ୟ ୨୩୦ ବିଲିୟନ ଡଲାର ଭାଲ୍ୟୁଏସନରେ ନୂତନ ପୁଞ୍ଜି ସଂଗ୍ରହ କରିବାକୁ ଯାଉଛି।

ଏଲନ୍ ମସ୍କ ମାତ୍ର ୧୨ ବର୍ଷ ବୟସରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖି ଏକ ଭିଡିଓ ଗେମ୍ ତିଆରି କରି ୫୦୦ ଡଲାରରେ ବିକ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସେ Zip-2 ଏବଂ PayPal ଭଳି କମ୍ପାନୀ ପ୍ରତିଷ୍ଠା କରି ବିକ୍ରି କରିଥିଲେ। ସେଠାରୁ ମିଳିଥିବା ଅର୍ଥକୁ ବିନିଯୋଗ କରି ସେ ଆଜି ସ୍ପେସ୍-ଏକ୍ସ, ଟେସଲା ଏବଂ ନ୍ୟୁରାଲିଙ୍କ ଭଳି ବିଶ୍ୱସ୍ତରୀୟ କମ୍ପାନୀ ଛିଡ଼ା କରିପାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର