ବାସୁମତୀ ଆଗରେ ‘ଟେକ୍ସମତୀ’ ଫେଲ୍‌, ପୁଣି ଟ୍ରମ୍ପ୍‌ ଦେଲେ ଅତିରିକ୍ତ ଟାରିଫ୍‌ ଧମକ...

Deviprasad Mohanty Picture
Published On

ୱାଶିଂଟନ୍‌: ଭାରତୀୟ ବାସମତୀ ଚାଉଳର ସୁଗନ୍ଧ ଓ ଚାହିଦା ସାରା ବିଶ୍ୱରେ ରହିଛି। ତେବେ ଆମେରିକାରେ ମଧ୍ୟ ବାସୁମତୀ ଚାଉଳର ଚାହିଦା ଅଧିକ। ଆମେରିକା ଏହାର ଆମଦାନୀ ହ୍ରାସ କରିବା ଏବଂ ସେଠାକାର ବଜାରରେ ଭାରତୀୟ ବାସମତୀର ମୁକାବିଲା ନିମନ୍ତେ ୧୯୮୦ ଦଶକରେ ‘ଟେକ୍ସମତୀ’ ନାମରେ କପି ଚାଉଳ ପଉତ୍ପାଦନ କରିଥ଄ଲା। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆମେରିକୀୟ ହାଇବ୍ରିଡ ଚାଉଳ ଭାରତୀୟ ବାସମତୀର ସମକକ୍ଷ ହୋଇପାରିନି। ଆଜି ପରିସ୍ଥିତି ଏପରି ଯେ ଆମେରିକୀୟ ଚାଷୀ ଚାପରେ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଟାରିଫର ଚେତାବନୀ ଦେଇ ନୂଆ ବିବାଦ ଛିଡା କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସମ୍ପ୍ରତି, ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶରୁ ଆସୁଥିବା ଚାଉଳ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। ଏଥ଄ରେ ଆମେରିକାକୁ ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ। ଭାରତ ପୂର୍ବରୁ ଆମେରିକାର ଗହମ ସହାୟତା ଉପରେ ନିର୍ଭର କରୁଥିଲା ଏବଂ ବର୍ତ୍ତମାନ ଏହାର ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ। ଯଦିଓ ଆମେରିକା ‘ଟେକ୍ସମତୀ’ ଏବଂ ଜସମତୀ ପରି କିସମ ଚାଷ କରି ଚାଉଳ ଆମଦାନୀ ହ୍ରାସ କରିବାକୁ ଚେଷ୍ଟା କରିଥିଲା, ଏହି କିସମଗୁଡ଼ିକ ଭାରତୀୟ ବାସୁମତୀ ସହିତ ପ୍ରତିଯୋଗିତା କରିପାରିଲା ନାହିଁ। 

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଆମେରିକାର ଟେକ୍ସାସ-ଭିତ୍ତିକ କମ୍ପାନୀ ରାଇସଟେକ୍ ଆମେରିକୀୟ ଲମ୍ବା-ଦାନା ଚାଉଳକୁ ବାସୁମତୀ ସହିତ ମିଶ୍ରଣ କରି ଏକ ହାଇବ୍ରିଡ୍ ଚାଉଳ କିସମ ବିକଶିତ କରିଥିଲା। ଲକ୍ଷ୍ୟ ଥିଲା ବାସୁମତୀ ପରି ସୁଗନ୍ଧ ଏବଂ ଆମେରିକୀୟ ଜଳବାୟୁ ପରିସ୍ଥିତିରେ ବଢ଼ିପାରୁଥିବା ଲମ୍ବା ଶସ୍ୟ ସହିତ ଚାଉଳ ସୃଷ୍ଟି କରିବା। ଏହାକୁ ‹ଟେକ୍ସମତୀ› ନାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଆମେରିକା ଜସମତୀ ଚାଉଳ ପ୍ରଚଳନ କରିଥିଲା। ବାସମତିର ଆକୃତି ଥାଇ ଜସମତୀ ଚାଉଳର ସୁଗନ୍ଧ ସହିତ ମିଶ୍ରଣ କରିଥିଲା, କିନ୍ତୁ ଏହା ମଧ୍ୟ ବିଫଳ ହୋଇଥିଲା। ଏହାକୁ ରୋଷେଇ କଲେ ସ୍ୱାଦ ଓ ସୁଗନ୍ଧରେ ମୂଳ ବାସମତୀ ଚାଉଳ ସମକକ୍ଷ ହୋଇ ପାରୁନି। ଏଣୁ ଆମେରିକୀୟ ଉପଭୋକ୍ତା ଧିରେ ଧିରେ ପୁଣି ଭାରତୀୟ ବାସମତୀକୁ ଫେରି ଆସିଥିଲେ। ଏଣୁ ଆମେରିକୀୟ ବଜାରରେ ଭାରତୀୟ ବାସମତୀର ଚାହିଦା ପାଖାପାଖି ୮୫% ପର୍ଯ୍ୟନ୍ତ ରହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏବେ ବାସମତୀର ବଢୁଥିବା ଲୋକପ୍ରିୟତା ଆମେରିକୀୟ ଚାଷୀଙ୍କ ଉପରେ ଚାପ ପକାଉଛି। ଅନେକ ମିଲ୍ ମାଲିକ ବିଦେଶୀ ଚାଉଳ ଆମେରିକା ଉତ୍ପାଦିତ ଚାଉଳର ବଜାର ଅଂଶ କମାଉଥିବାର ଅଭିଯୋଗ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏହାଛଡା ଟ୍ରମ୍ପ ଆମେରିକୀୟ ଚାଷୀଙ୍କ ଲାଗି ୧୨ ବିଲିୟନ ଡଲାରର ଆର୍ଥ଄କ ପ୍ୟାକେଜ୍‌  ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଆମେରିକୀୟ ଟାରିଫର ଭାରତୀୟ ବାସମତୀ ଉପରେ ଆଂଶିକ ପ୍ରଭାବ ରହିବ। କାରଣ ଆମେରିକାକୁ ମାତ୍ର ୩% ଭାରତୀୟ ଚାଉଳ ରପ୍ତାନୀ ହେଉଛି। ଏହାଛଡା ଭାରତୀୟ ଚାଉଳର ମୁଖ୍ୟ ଆମଦାନୀକାରୀ ଉପସାଗରୀୟ ଦେଶ। ଏଥିରେ ଏବେ ଆଫ୍ରିକା ବଜାର ନୂଆ କରି ଯୋଡିହୋଇଛି। ଏଣୁ  ଟ୍ରମ୍ପ୍‌ ପ୍ରଶାସନ  ଟାରିଫ ବଢାଇଲେ ଆମେରିକୀୟ ଉପଭୋକ୍ତା ପ୍ରଭାବିତ ହେବେ ଓ ଦେଶରେ ଭାରତୀୟ ରପ୍ତାନୀ ଚାଉଳର ମୂଲ୍ୟ ବଢିବ। ତେବେ ଏଥିରେ ଭାରତୀୟ ରପ୍ତାନୀକାରୀ ପ୍ରଭାବିତ ହେବେନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର