ଆଜି ବିଶ୍ବ ସାଇକଲ ଦିବସ

The Sakala Picture
Published On

ନିୟମିତ ସାଇକଲ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ସାଇକଲ କେବଳ ବ୍ୟକ୍ତିର ପରିବହନର ମାଧ୍ୟମ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟି ଯାଇଛି। ସାଇକଲର ବ୍ୟବହାରକୁ ବହୁଳ ଭାବେ ବଢ଼ାଇବା ପାଇଁ ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ଘୋଷଣା କରିଛି ‘ମିଳିତ ଜାତିସଂଘ’ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ […]

ନିୟମିତ ସାଇକଲ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ସାଇକଲ କେବଳ ବ୍ୟକ୍ତିର ପରିବହନର ମାଧ୍ୟମ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟି ଯାଇଛି। ସାଇକଲର ବ୍ୟବହାରକୁ ବହୁଳ ଭାବେ ବଢ଼ାଇବା ପାଇଁ ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ଘୋଷଣା କରିଛି ‘ମିଳିତ ଜାତିସଂଘ’ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ଏବେ ସାଇକେଲ ଅଛି ସତ । କିନ୍ତୁ ଗଡ଼ିବା ଅବସ୍ଥାରେ ନାହିଁ । ସହରର ରାସ୍ତାଗୁଡ଼ିକରେ ବହୁତ କମ୍‌ ସଂଖ୍ୟାରେ ସାଇକଲ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଦୁଇଚକିଆ, ଚାରିଚକିଆ ଗାଡ଼ିର ହର୍ଣ୍ଣ ମଧ୍ୟରେ ହଜିଗଲାଣି ସାଇକଲ କ୍ରିଂ କ୍ରିଂ ଶବ୍ଦ। ଅତି ଗରିବ ଶ୍ରେଣୀର ଲୋକେ ମଧ୍ୟ ସାଇକଲ ଛାଡ଼ି ମୋଟର ସାଇକଲ ଚଢ଼ିବା ଉପରେ ଗୁରୁତ୍ବ ଦେଉଛନ୍ତି। ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ‘ବିଶ୍ବ ସାଇକଲ ଦିବସ’ ପାଳନ କରାଯାଉଛି। ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ, ଯେଉଁଠି ଆଜି ବି ସାଇକଲ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି। ସାଇକଲ ଚଳାଇବା ଦ୍ବାରା ଏହା ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌କୁ ଭଲ ରଖିବାରେ ସାହାଯ୍ୟ କରେ। ନିୟମିତ ଅଧଘଣ୍ଟା ସାଇକଲ ଚଳାଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଇଥାଏ। କେବଳ ସେତିକି ନୁହେଁ, ନିୟମିତ ସାଇକଲ ଚଳାଇବା ଦ୍ବାରା ଶରୀରର ଇମ୍ୟୁନୋ ସିଷ୍ଟମ୍‌ ଠିକ୍‌ ଭାବେ କାମ କରିଥାଏ। ୧୯୬୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଇକଲର ସମୟ ଥିଲା। ଏବେ କିନ୍ତୁ ସାଇକଲ କେବଳ ବ୍ୟାୟାମ କରିବା ଉଦ୍ଦେଶ୍ୟରେ ତଥା ଆଥ୍‌ଲେଟିକ୍ସମାନଙ୍କ ଦ୍ବାରା ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ସମୟ ସହ ତାଳ ଦେଇ ସାଇକଲରେ ଅନେକ ପରିବର୍ତ୍ତନ ଆସିଛି। ଦିନ ଥିଲା ‘ରାଲେ’, ‘ଆଟ୍‌ଲାସ୍‌’, ‘ହରକ୍ୟୁଲେସ୍’ଏବଂ ‘ହିରୋ’ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଜଗତୀକରଣ ପରେ ବିଶ୍ୱର ନାମୀଦାମୀ କମ୍ପାନୀର ସାଇକଲ ଏବେ ହାତ ପାହାନ୍ତାରେ ମିଳି ପାରୁଛି। ଅଳ୍ପ ଦୂରରେ ଥିବା ସ୍ଥାନଗୁଡ଼ିକୁ ଯିବା ଆସିବା ପାଇଁ ବାଇକ୍ କିମ୍ବା ଚାରିଚକିଆ ଯାନ ପରିବର୍ତ୍ତେ ସାଇକଲ୍ ବ୍ୟବହାର କରିବା ଦ୍ବାରା ଦିନକୁ ହଜାର ହଜାର ଲିଟରର ପେଟ୍ରୋଲ୍‌ ଓ ଡିଜେଲ୍‌ ନଷ୍ଟ ହେବାରୁ ରକ୍ଷା ମିଳିବା ସହ ପ୍ରଦୂଷଣ ସ୍ତର ମଧ୍ୟ ହ୍ରାସ ପାଇବ। ସାଇକଲକୁ ଓଡ଼ିଆରେ ଆଗରୁ ‘ଶୁନଗାଡ଼ି’ କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ। ତେବେ ପ୍ରତିବର୍ଷ ଆଜିର ଦିନରେ ବିଶ୍ବ ସାଇକଲ ଦିବସ ପାଳନ କରି ଏହାର ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରନ୍ତି ସାଇକଲ ପ୍ରେମୀ। ସେହିଭଳି ଏହି ଦିନ ସାଇକଲ Ñଲି, ପୋଷ୍ଟର ପ୍ରତିଯୋଗିତା, ବିତର୍କ, ନିବନ୍ଧ ଲିଖନ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଏ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

03 Jun 2025 By The Sakala

ଆଜି ବିଶ୍ବ ସାଇକଲ ଦିବସ

ନିୟମିତ ସାଇକଲ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ସାଇକଲ କେବଳ ବ୍ୟକ୍ତିର ପରିବହନର ମାଧ୍ୟମ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟି ଯାଇଛି। ସାଇକଲର ବ୍ୟବହାରକୁ ବହୁଳ ଭାବେ ବଢ଼ାଇବା ପାଇଁ ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ଘୋଷଣା କରିଛି ‘ମିଳିତ ଜାତିସଂଘ’ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ଏବେ ସାଇକେଲ ଅଛି ସତ । କିନ୍ତୁ ଗଡ଼ିବା ଅବସ୍ଥାରେ ନାହିଁ । ସହରର ରାସ୍ତାଗୁଡ଼ିକରେ ବହୁତ କମ୍‌ ସଂଖ୍ୟାରେ ସାଇକଲ ଦେଖିବାକୁ ମିଳୁଛି।

ଦୁଇଚକିଆ, ଚାରିଚକିଆ ଗାଡ଼ିର ହର୍ଣ୍ଣ ମଧ୍ୟରେ ହଜିଗଲାଣି ସାଇକଲ କ୍ରିଂ କ୍ରିଂ ଶବ୍ଦ। ଅତି ଗରିବ ଶ୍ରେଣୀର ଲୋକେ ମଧ୍ୟ ସାଇକଲ ଛାଡ଼ି ମୋଟର ସାଇକଲ ଚଢ଼ିବା ଉପରେ ଗୁରୁତ୍ବ ଦେଉଛନ୍ତି। ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ‘ବିଶ୍ବ ସାଇକଲ ଦିବସ’ ପାଳନ କରାଯାଉଛି। ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ, ଯେଉଁଠି ଆଜି ବି ସାଇକଲ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି। ସାଇକଲ ଚଳାଇବା ଦ୍ବାରା ଏହା ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌କୁ ଭଲ ରଖିବାରେ ସାହାଯ୍ୟ କରେ। ନିୟମିତ ଅଧଘଣ୍ଟା ସାଇକଲ ଚଳାଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଇଥାଏ। କେବଳ ସେତିକି ନୁହେଁ, ନିୟମିତ ସାଇକଲ ଚଳାଇବା ଦ୍ବାରା ଶରୀରର ଇମ୍ୟୁନୋ ସିଷ୍ଟମ୍‌ ଠିକ୍‌ ଭାବେ କାମ କରିଥାଏ। ୧୯୬୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଇକଲର ସମୟ ଥିଲା। ଏବେ କିନ୍ତୁ ସାଇକଲ କେବଳ ବ୍ୟାୟାମ କରିବା ଉଦ୍ଦେଶ୍ୟରେ ତଥା ଆଥ୍‌ଲେଟିକ୍ସମାନଙ୍କ ଦ୍ବାରା ବ୍ୟବହାର କରାଯାଉଛି।

ସମୟ ସହ ତାଳ ଦେଇ ସାଇକଲରେ ଅନେକ ପରିବର୍ତ୍ତନ ଆସିଛି। ଦିନ ଥିଲା ‘ରାଲେ’, ‘ଆଟ୍‌ଲାସ୍‌’, ‘ହରକ୍ୟୁଲେସ୍’ଏବଂ ‘ହିରୋ’ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଜଗତୀକରଣ ପରେ ବିଶ୍ୱର ନାମୀଦାମୀ କମ୍ପାନୀର ସାଇକଲ ଏବେ ହାତ ପାହାନ୍ତାରେ ମିଳି ପାରୁଛି। ଅଳ୍ପ ଦୂରରେ ଥିବା ସ୍ଥାନଗୁଡ଼ିକୁ ଯିବା ଆସିବା ପାଇଁ ବାଇକ୍ କିମ୍ବା ଚାରିଚକିଆ ଯାନ ପରିବର୍ତ୍ତେ ସାଇକଲ୍ ବ୍ୟବହାର କରିବା ଦ୍ବାରା ଦିନକୁ ହଜାର ହଜାର ଲିଟରର ପେଟ୍ରୋଲ୍‌ ଓ ଡିଜେଲ୍‌ ନଷ୍ଟ ହେବାରୁ ରକ୍ଷା ମିଳିବା ସହ ପ୍ରଦୂଷଣ ସ୍ତର ମଧ୍ୟ ହ୍ରାସ ପାଇବ। ସାଇକଲକୁ ଓଡ଼ିଆରେ ଆଗରୁ ‘ଶୁନଗାଡ଼ି’ କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ। ତେବେ ପ୍ରତିବର୍ଷ ଆଜିର ଦିନରେ ବିଶ୍ବ ସାଇକଲ ଦିବସ ପାଳନ କରି ଏହାର ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରନ୍ତି ସାଇକଲ ପ୍ରେମୀ। ସେହିଭଳି ଏହି ଦିନ ସାଇକଲ Ñଲି, ପୋଷ୍ଟର ପ୍ରତିଯୋଗିତା, ବିତର୍କ, ନିବନ୍ଧ ଲିଖନ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଏ।

https://www.thesakala.in/big-news/today-world-bicycle-day-3-june-2025/article-40941
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର