ଗୌତମ ଆଦାନୀଙ୍କୁ ବଡ଼ ଝଟ୍‌କା: ନ୍ୟୁୟର୍କ ଫେଡେରାଲ କୋର୍ଟରେ ହେଲେ ଦୋଷୀ ସାବ୍ୟସ୍ତ, ଷ୍ଟକ ବଜାରରେ ପଡ଼ିଲା ପ୍ରଭାବ…

The Sakala Picture
Published On

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗର ପ୍ରଭାବ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।ଗୁରୁବାର ପ୍ରାରମ୍ଭିକ ବୃଦ୍ଧି ପରେ ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ଗୌତମ ଆଦାନୀ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ରେ ହ୍ରାସ ଘଟିଥିବାର ଦେଖାଯାଉଛି। ନ୍ୟୁୟର୍କ ଫେଡେରାଲ କୋର୍ଟ ଗୌତମ ଆଦାନୀଙ୍କୁ ସୌର ଚୁକ୍ତି […]

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗର ପ୍ରଭାବ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି।ଗୁରୁବାର ପ୍ରାରମ୍ଭିକ ବୃଦ୍ଧି ପରେ ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ଗୌତମ ଆଦାନୀ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ରେ ହ୍ରାସ ଘଟିଥିବାର ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ନ୍ୟୁୟର୍କ ଫେଡେରାଲ କୋର୍ଟ ଗୌତମ ଆଦାନୀଙ୍କୁ ସୌର ଚୁକ୍ତି ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ଦେବା ଏବଂ ଆନ୍ତର୍ଜାତୀୟ ନିବେଶକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିବା ଜଣାପଡ଼ିଛି। ଏହି ଲାଞ୍ଚ ଟଙ୍କା ସଂଗ୍ରହ କରିବା ପାଇଁ ଆଦାନୀ ଆମେରିକୀୟ, ବିଦେଶୀ ନିବେଶକ ଏବଂ ବ୍ୟାଙ୍କମାନଙ୍କୁ ମିଛ କହିଥିବା ଅଭିଯୋଗ ହୋଇଛି। ଏହି ମାମଲା ପରେ ଆଦାନୀ ଏଣ୍ଟରପ୍ରାଇଜେସ୍ ବଣ୍ଡ ମାଧ୍ୟମରେ ୬୦୦ ମିଲିୟନ୍ ଡଲାର୍ ସଂଗ୍ରହ ଯୋଜନାକୁ ବାତିଲ କରିଦେଇଛି। ଏହା ବ୍ୟତୀତ ଆଦାନୀ ବଣ୍ଡର ମୂଲ୍ୟ ମଧ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ସୂଚନା ଅନୁଯାୟୀ , ଏହି ମାମଲା ୨୪  ଅକ୍ଟୋବର ୨୦୨୪ ରେ ଆମେରିକାର କୋର୍ଟରେ ପଞ୍ଜୀକୃତ ହୋଇଥିଲା। ଯାହା ବୁଧବାର ଦିନ ଶୁଣାଣି ହୋଇଥିଲା। ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍‌ ଲାଞ୍ଚ ଦେଇଥିବା ଅଭିଯୋଗ ଆସିଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର