ନିୟମ କଡାକଡ଼ି କଲା ଆରବିଆଇ: ଏଣିକି କଷ୍ଟକର ହେବ କ୍ରେଡିଟ୍‌ କାର୍ଡ ଓ ବ୍ୟକ୍ତିଗତ ଋଣ

The Sakala Picture
Published On

ମୁମ୍ବାଇ: ଆଗାମୀ ଦିନରେ କ୍ରେଡିଟ କାର୍ଡ ନେବା ବା ବ୍ୟକ୍ତିଗତ ବା ପର୍ସନାଲ୍‌ ଋଣ କରିବା ଲୋକଙ୍କ ପାଇଁ ଏତେ ସହଜ ହୋଇ ନ ପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫସି)ଗୁଡିକ ପାଇଁ ଉପଭୋକ୍ତା ଋଣର ରିସ୍କ ୱେଟେଜ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛି। ଋଣ ବୁଡିଯିବାର ଆଶଙ୍କାକୁ ଦେଖି ବ୍ୟାଙ୍କମାନେ ଏବେ ପୂର୍ବାପେକ୍ଷା ଅଧିକ ୨୫ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିବେ। ତେବେ ଏହା […]

ମୁମ୍ବାଇ: ଆଗାମୀ ଦିନରେ କ୍ରେଡିଟ କାର୍ଡ ନେବା ବା ବ୍ୟକ୍ତିଗତ ବା ପର୍ସନାଲ୍‌ ଋଣ କରିବା ଲୋକଙ୍କ ପାଇଁ ଏତେ ସହଜ ହୋଇ ନ ପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫସି)ଗୁଡିକ ପାଇଁ ଉପଭୋକ୍ତା ଋଣର ରିସ୍କ ୱେଟେଜ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛି। ଋଣ ବୁଡିଯିବାର ଆଶଙ୍କାକୁ ଦେଖି ବ୍ୟାଙ୍କମାନେ ଏବେ ପୂର୍ବାପେକ୍ଷା ଅଧିକ ୨୫ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିବେ। ତେବେ ଏହା ପୂର୍ବରୁ ବ୍ୟାଙ୍କ ଅଥବା ଏନ୍‌ବିଏଫସିଗୁଡିକ ନିମନ୍ତେ ଏପର୍ଯ୍ୟନ୍ତ ଉପଭୋକ୍ତା କ୍ରେଡିଟ୍ ରିସ୍କ ୱେଟେଜ୍ ୧୦୦ ପ୍ରତିଶତ ରହିଥିଲା। ଏବେ ଏହା ୧୨୫ ପ୍ରତିଶତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅକ୍ଟୋବରରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକରେ ଉପଭୋକ୍ତା ଋଣର ଅନେକ ସେଗମେଣ୍ଟରେ ହେଉଥିବା ଅଭିବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଣୁ ବ୍ୟାଙ୍କଗୁଡିକୁ ସେମାନଙ୍କ ଅନ୍ତରୀଣ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବା ପାଇଁ, ଅଥବା କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏ ନେଇ ଜାରି ସର୍କୁଲାରରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଉପଭୋକ୍ତା ଋଣ ରିସ୍କ ୱେଟେଜ୍ ବୃଦ୍ଧିରେ ବ୍ୟକ୍ତିଗତ ଋଣ ମଧ୍ୟ ସାମିଲ ବୋଲି କହିଥିଲେ। ତେବେ ଏଥିରେ ଗୃହ ଋଣ, ଶିକ୍ଷା ଋଣ, ଗାଡ଼ି ଋଣ ଏବଂ ସୁନା ଋଣ ଭଳି ଅନ୍ୟ ସୁରକ୍ଷିତ ଋଣକୁ ସାମିଲ କରାଯାଇନାହିଁ। ଏଥିରେ ଏନବିଏଫସି ଲାଗି ରିସ୍କ ୱେଟେଜରେ କରାଯାଇଥିବା ବୃଦ୍ଧିରେ ଖୁଚୁରା ଋଣକୁ ସାମିଲ କରାଯାଇଛି। ତେବେ ଏଥିରୁ ଗୃହ, ଶିକ୍ଷା, ଗାଡ଼ି, ଶିକ୍ଷା ଓ ମାଇକ୍ରୋଫାଇନାନ୍ସ ଋଣକୁ ବାହାରେ ରଖାଯାଇଛି। ଆରବିଆଇ ବାଣିଜ୍ୟିକ ବ୍ୟାଙ୍କ ଓ ଏନବିଏଫସିଙ୍କ କ୍ରେଡିଟ କାର୍ଡ ରିସିଭେବଲ୍ସ ଉପରେ ମଧ୍ୟ ରିସ୍କୱେଟ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛି। ଏ ପର୍ଯ୍ୟନ୍ତ କ୍ରେଡିଟ କାର୍ଡ ରିସିଭେବଲ୍ସ ନିମନ୍ତେ ବାଣିଜ୍ୟିକ ବ୍ୟାଙ୍କଗୁଡିକର ରିସ୍କ ୱେଟେଜ୍ ୧୨୫ ପ୍ରତିଶତ ଥିଲା ଓ ଏନବିଏଫସିଙ୍କ ନିମନ୍ତେ ଏହା ୧୦୦ ପ୍ରତିଶତ ଥିଲା। ତେବେ ଏହି ପରିବର୍ତ୍ତନ ପରେ ବ୍ୟାଙ୍କ ଓ ଏନବିଏଫସି ନିମନ୍ତେ ଏହି ୱେଟେଜ୍ ଯଥାକ୍ରମେ ୧୫୦ ଓ ୧୨୫ ପ୍ରତିଶତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

17 Nov 2023 By The Sakala

ନିୟମ କଡାକଡ଼ି କଲା ଆରବିଆଇ: ଏଣିକି କଷ୍ଟକର ହେବ କ୍ରେଡିଟ୍‌ କାର୍ଡ ଓ ବ୍ୟକ୍ତିଗତ ଋଣ

ମୁମ୍ବାଇ: ଆଗାମୀ ଦିନରେ କ୍ରେଡିଟ କାର୍ଡ ନେବା ବା ବ୍ୟକ୍ତିଗତ ବା ପର୍ସନାଲ୍‌ ଋଣ କରିବା ଲୋକଙ୍କ ପାଇଁ ଏତେ ସହଜ ହୋଇ ନ ପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫସି)ଗୁଡିକ ପାଇଁ ଉପଭୋକ୍ତା ଋଣର ରିସ୍କ ୱେଟେଜ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛି। ଋଣ ବୁଡିଯିବାର ଆଶଙ୍କାକୁ ଦେଖି ବ୍ୟାଙ୍କମାନେ ଏବେ ପୂର୍ବାପେକ୍ଷା ଅଧିକ ୨୫ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିବେ। ତେବେ ଏହା ପୂର୍ବରୁ ବ୍ୟାଙ୍କ ଅଥବା ଏନ୍‌ବିଏଫସିଗୁଡିକ ନିମନ୍ତେ ଏପର୍ଯ୍ୟନ୍ତ ଉପଭୋକ୍ତା କ୍ରେଡିଟ୍ ରିସ୍କ ୱେଟେଜ୍ ୧୦୦ ପ୍ରତିଶତ ରହିଥିଲା। ଏବେ ଏହା ୧୨୫ ପ୍ରତିଶତ ହୋଇଯାଇଛି।

ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅକ୍ଟୋବରରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକରେ ଉପଭୋକ୍ତା ଋଣର ଅନେକ ସେଗମେଣ୍ଟରେ ହେଉଥିବା ଅଭିବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଣୁ ବ୍ୟାଙ୍କଗୁଡିକୁ ସେମାନଙ୍କ ଅନ୍ତରୀଣ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବା ପାଇଁ, ଅଥବା କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏ ନେଇ ଜାରି ସର୍କୁଲାରରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଉପଭୋକ୍ତା ଋଣ ରିସ୍କ ୱେଟେଜ୍ ବୃଦ୍ଧିରେ ବ୍ୟକ୍ତିଗତ ଋଣ ମଧ୍ୟ ସାମିଲ ବୋଲି କହିଥିଲେ। ତେବେ ଏଥିରେ ଗୃହ ଋଣ, ଶିକ୍ଷା ଋଣ, ଗାଡ଼ି ଋଣ ଏବଂ ସୁନା ଋଣ ଭଳି ଅନ୍ୟ ସୁରକ୍ଷିତ ଋଣକୁ ସାମିଲ କରାଯାଇନାହିଁ। ଏଥିରେ ଏନବିଏଫସି ଲାଗି ରିସ୍କ ୱେଟେଜରେ କରାଯାଇଥିବା ବୃଦ୍ଧିରେ ଖୁଚୁରା ଋଣକୁ ସାମିଲ କରାଯାଇଛି। ତେବେ ଏଥିରୁ ଗୃହ, ଶିକ୍ଷା, ଗାଡ଼ି, ଶିକ୍ଷା ଓ ମାଇକ୍ରୋଫାଇନାନ୍ସ ଋଣକୁ ବାହାରେ ରଖାଯାଇଛି। ଆରବିଆଇ ବାଣିଜ୍ୟିକ ବ୍ୟାଙ୍କ ଓ ଏନବିଏଫସିଙ୍କ କ୍ରେଡିଟ କାର୍ଡ ରିସିଭେବଲ୍ସ ଉପରେ ମଧ୍ୟ ରିସ୍କୱେଟ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛି। ଏ ପର୍ଯ୍ୟନ୍ତ କ୍ରେଡିଟ କାର୍ଡ ରିସିଭେବଲ୍ସ ନିମନ୍ତେ ବାଣିଜ୍ୟିକ ବ୍ୟାଙ୍କଗୁଡିକର ରିସ୍କ ୱେଟେଜ୍ ୧୨୫ ପ୍ରତିଶତ ଥିଲା ଓ ଏନବିଏଫସିଙ୍କ ନିମନ୍ତେ ଏହା ୧୦୦ ପ୍ରତିଶତ ଥିଲା। ତେବେ ଏହି ପରିବର୍ତ୍ତନ ପରେ ବ୍ୟାଙ୍କ ଓ ଏନବିଏଫସି ନିମନ୍ତେ ଏହି ୱେଟେଜ୍ ଯଥାକ୍ରମେ ୧୫୦ ଓ ୧୨୫ ପ୍ରତିଶତ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର