ଆର୍‌ବିଆଇ ରିପୋର୍ଟ: କରୋନା ମହାମାରୀ ପରେ ବଢ଼ିଛି ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର

The Sakala Picture
Published On

ନୂଆଦିଲ୍ଲୀ: ଶପିଂରୁ ଆରମ୍ଭ କରି ବୁଲିବା ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ଲୋକେ ବିଭିନ୍ନ ପ୍ରକାରରେ ଅର୍ଥ ପେମେଣ୍ଟ କରିଥାନ୍ତି। ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଡାଟା ଅନୁସାରେ ଭାରତରେ ଲୋକମାନଙ୍କର ପେମେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ଗତ କିଛିବର୍ଷ ବା କରୋନା ମହାମାରୀ ପରେ ଦେଶରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତଗତିରେ ବଢିଥିବା ବେଳେ ଡେବିଟ କାର୍ଡ ବ୍ୟବହାର ହ୍ରାସ ପାଇଛି। […]

ନୂଆଦିଲ୍ଲୀ: ଶପିଂରୁ ଆରମ୍ଭ କରି ବୁଲିବା ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ଲୋକେ ବିଭିନ୍ନ ପ୍ରକାରରେ ଅର୍ଥ ପେମେଣ୍ଟ କରିଥାନ୍ତି। ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଡାଟା ଅନୁସାରେ ଭାରତରେ ଲୋକମାନଙ୍କର ପେମେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ଗତ କିଛିବର୍ଷ ବା କରୋନା ମହାମାରୀ ପରେ ଦେଶରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତଗତିରେ ବଢିଥିବା ବେଳେ ଡେବିଟ କାର୍ଡ ବ୍ୟବହାର ହ୍ରାସ ପାଇଛି। ଏହାର ଅର୍ଥ ହେଉଛି କରୋନା ମହାମାରୀ ପରେ ଦେଶରେ କାର୍ଡ ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ଆର୍ଥିକବର୍ଷ ୨୦୨୦-୨୧ ସମୟରେ କ୍ରେଡିଟ କାର୍ଡରେ ୬,୩୦,୪୧୪ କୋଟି ଟଙ୍କା ପେମେଣ୍ଟ ହୋଇଥିଲା। ଏବେ ଚଳିତ ଆର୍ଥିକବର୍ଷରେ ୨୦୨୩ ପୁର୍ବରୁ ଅର୍ଥାତ୍ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଏହା ବଢି ୧୦,୪୯,୦୬୫ କୋଟିରେ ପହଞ୍ଚିଥିଲା। ସେହିପରି ସମାନ ସମୟରେ ଡେବିଟ କାର୍ଡ ପେମେଣ୍ଟ ୬.୬୧,୩୮୫ କୋଟିରୁ ହ୍ରାସ ପାଇ ୫,୬୧,୪୫୦ କୋଟିକୁ ହ୍ରାସ ପାଇଥିଲା। ଅନ୍ୟ ଏକ ପ୍ରମୁଖ ସଙ୍କେତ ଯାହା ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ଦର୍ଶାଇଛି, ତାହା ହେଉଛି ଡିସେମ୍ବର ମାସର ପେମେଣ୍ଟ ସମ୍ପର୍କିତ ରିପୋର୍ଟ। ଏହି ସମୟରେ କ୍ରେଡିଟ୍ କାର୍ଡ ପେମେଣ୍ଟରେ ୯୫ ପ୍ରତିଶତ ବୃଦ୍ଧି ଘଟିଛି – ଡିସେମ୍ବର ୨୦୧୯ ରେ ୬୫,୭୩୬ କୋଟି ଟଙ୍କା, ଡିସେମ୍ବର ୨୦୨୦ ରେ ୧,୨୬,୫୨୪ କୋଟିରେ ପହଞ୍ଚିଛି ବୋଲି ଆରବିଆଇ ତଥ୍ୟରେ ଦର୍ଶାଯାଇଛି। ଏହି ସମୟରେ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ୩୦% ହ୍ରାସ ପାଇଛି। ଡିସେମ୍ବର ୨୦୧୯ରେ ୮୩,୯୫୩ କୋଟିରୁ ଡିସେମ୍ବର ୨୦୨୨ ରେ ୫୮,୬୨୫ କୋଟି ଟଙ୍କାକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

21 Feb 2023 By The Sakala

ଆର୍‌ବିଆଇ ରିପୋର୍ଟ: କରୋନା ମହାମାରୀ ପରେ ବଢ଼ିଛି ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର

ନୂଆଦିଲ୍ଲୀ: ଶପିଂରୁ ଆରମ୍ଭ କରି ବୁଲିବା ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ଲୋକେ ବିଭିନ୍ନ ପ୍ରକାରରେ ଅର୍ଥ ପେମେଣ୍ଟ କରିଥାନ୍ତି। ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଡାଟା ଅନୁସାରେ ଭାରତରେ ଲୋକମାନଙ୍କର ପେମେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ଗତ କିଛିବର୍ଷ ବା କରୋନା ମହାମାରୀ ପରେ ଦେଶରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତଗତିରେ ବଢିଥିବା ବେଳେ ଡେବିଟ କାର୍ଡ ବ୍ୟବହାର ହ୍ରାସ ପାଇଛି। ଏହାର ଅର୍ଥ ହେଉଛି କରୋନା ମହାମାରୀ ପରେ ଦେଶରେ କାର୍ଡ ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଛି।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ଆର୍ଥିକବର୍ଷ ୨୦୨୦-୨୧ ସମୟରେ କ୍ରେଡିଟ କାର୍ଡରେ ୬,୩୦,୪୧୪ କୋଟି ଟଙ୍କା ପେମେଣ୍ଟ ହୋଇଥିଲା। ଏବେ ଚଳିତ ଆର୍ଥିକବର୍ଷରେ ୨୦୨୩ ପୁର୍ବରୁ ଅର୍ଥାତ୍ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଏହା ବଢି ୧୦,୪୯,୦୬୫ କୋଟିରେ ପହଞ୍ଚିଥିଲା। ସେହିପରି ସମାନ ସମୟରେ ଡେବିଟ କାର୍ଡ ପେମେଣ୍ଟ ୬.୬୧,୩୮୫ କୋଟିରୁ ହ୍ରାସ ପାଇ ୫,୬୧,୪୫୦ କୋଟିକୁ ହ୍ରାସ ପାଇଥିଲା। ଅନ୍ୟ ଏକ ପ୍ରମୁଖ ସଙ୍କେତ ଯାହା ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ଦର୍ଶାଇଛି, ତାହା ହେଉଛି ଡିସେମ୍ବର ମାସର ପେମେଣ୍ଟ ସମ୍ପର୍କିତ ରିପୋର୍ଟ। ଏହି ସମୟରେ କ୍ରେଡିଟ୍ କାର୍ଡ ପେମେଣ୍ଟରେ ୯୫ ପ୍ରତିଶତ ବୃଦ୍ଧି ଘଟିଛି – ଡିସେମ୍ବର ୨୦୧୯ ରେ ୬୫,୭୩୬ କୋଟି ଟଙ୍କା, ଡିସେମ୍ବର ୨୦୨୦ ରେ ୧,୨୬,୫୨୪ କୋଟିରେ ପହଞ୍ଚିଛି ବୋଲି ଆରବିଆଇ ତଥ୍ୟରେ ଦର୍ଶାଯାଇଛି। ଏହି ସମୟରେ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ୩୦% ହ୍ରାସ ପାଇଛି। ଡିସେମ୍ବର ୨୦୧୯ରେ ୮୩,୯୫୩ କୋଟିରୁ ଡିସେମ୍ବର ୨୦୨୨ ରେ ୫୮,୬୨୫ କୋଟି ଟଙ୍କାକୁ ଖସିଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର