‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ, ‘RRR’କୁ ମିଳିଲା ଫିଲ୍ମ ଅଫ୍ ଦି ଇୟର ପୁରସ୍କାର

The Sakala Picture
Published On

ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । […]

ମୁମ୍ବାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ବହୁ ଚର୍ଚ୍ଚିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଦାଦାସାହେବ ଫାଲକେ ସମ୍ମାନ । ପୁରସ୍କାରକୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମୀରୀ ହିନ୍ଦୁଙ୍କୁ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦି ଇୟର ପୁରସ୍କାର । ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ‘ଗଙ୍ଗୁବାଇ’ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। କାର୍ଯ୍ୟକ୍ରମରେ ଅନୁପମ ଖେର, ରଣବୀର କପୁର, ରେଖା, ବରୁଣ ଧୱନ, ଋଷବ ସେଟ୍ଟୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର