ଆଇଫୋନ୍ ଅପେକ୍ଷା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍ ଆଣିବେ ବିଶ୍ବର ନମ୍ବର ୧ ଧନୀ ଏଲନ ମସ୍କ!

The Sakala Picture
Published On

ନୂଆଦିଲ୍ଲୀ : ନିକଟରେ ଟ୍ୱିଟରର ମାଲିକ ହୋଇଥିବା ଏଲନ ମସ୍କ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି। ବିଶ୍ବର ନମ୍ବର ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ନିଆଯାଉଥିବା ବିିଭିନ୍ନ ନିଷ୍ପତ୍ତି ପାଇଁ ସେ କ୍ରମାଗତ ଭାବେ ଗଣାମାଧ୍ୟଠୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚିତ ଚେହେରା ହୋଇରହିଛନ୍ତି। ଏ ସବୁ ଭିତରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ତାହା ହେଲା ଏଲନ ମସ୍କ ମଧ୍ୟ ସ୍ମାର୍ଟଫୋନ୍ ମାର୍କେଟରେ ପ୍ରବେଶ […]

ନୂଆଦିଲ୍ଲୀ : ନିକଟରେ ଟ୍ୱିଟରର ମାଲିକ ହୋଇଥିବା ଏଲନ ମସ୍କ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି। ବିଶ୍ବର ନମ୍ବର ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ନିଆଯାଉଥିବା ବିିଭିନ୍ନ ନିଷ୍ପତ୍ତି ପାଇଁ ସେ କ୍ରମାଗତ ଭାବେ ଗଣାମାଧ୍ୟଠୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚିତ ଚେହେରା ହୋଇରହିଛନ୍ତି। ଏ ସବୁ ଭିତରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ତାହା ହେଲା ଏଲନ ମସ୍କ ମଧ୍ୟ ସ୍ମାର୍ଟଫୋନ୍ ମାର୍କେଟରେ ପ୍ରବେଶ କରିପାରନ୍ତି। ଏନେଇ କୌଣସି ଅଫିସିଆଲ ସୂଚନା ମିଳିନଥିଲେ ମଧ୍ୟ ମସ୍କ ଟ୍ବିଟରେ ଜଣେ ବ୍ୟକ୍ତିଙ୍କୁ କରିଥିବା ରିପ୍ଲାଏରେ ଏନେଇ ଇଙ୍ଗିତ କରିଛନ୍ତି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନାଅନୁସାରେ ଜଣେ ବ୍ୟକ୍ତି ଏକ ଟ୍ବିଟ କରି ଲେଖିଛନ୍ତି, “ଯଦି ଆପଲ ଓ ଗୁଗୁଲ ସେମାନଙ୍କ ଆପ ଷ୍ଟୋରରୁ ଟ୍ବିଟରକୁ କାଢି ଦିଅନ୍ତି, ତେବେ ଏଲନ ମସ୍କ ନିଜର ସ୍ମାର୍ଟଫୋନ ତିଆରି କରିବା ଉଚିତ୍ । ଯଦି ଏପରି ହେବ ତେବେ ଲୋକମାନେ ଆଣ୍ଡ୍ରଏଡ୍ ଓ ଆଇଫୋନକୁ ତ୍ୟାଗ କରିବାକୁ ପଛଘୁଞ୍ଚା ଦେବେ ନାହିଁ । ଏଲନ ମସ୍କ ରକେଟ୍ ତିଆରି କରୁଛନ୍ତି, ଏକ ଛୋଟିଆ ସ୍ମାର୍ଟଫୋନ ତାଙ୍କ ପାଇଁ ଷ୍ଟକର କାର୍ଯ୍ୟ ନୁହେଁ। ସେ ଚାହିଁଲେ ଏହା କରିପାରିବେ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ତେବେ ସେହି ଟ୍ବିଟର ଉତ୍ତର ଦେଇ ଏଲନ୍‌ ମସ୍କ କହିଛନ୍ତି , ଆପଣ ଯାହା କହୁଛନ୍ତି ଆପଲ ଓ ଗୁଗୁଲ ସେମାନଙ୍କ ଆପ ଷ୍ଟୋରରୁ ଟ୍ବିଟରକୁ କାଢି ଦେବେ। ତେବେ ମୁଁ ନିଶ୍ଚିତ ଯେ ଏପରି ହେବ ନାହିଁ। କିନ୍ତୁ ଯଦି ଏପରି ହେଲା ତେବେ ମୁଁ ଏକ ବିକଳ୍ପ ଫୋନ ତିଆରି କରିବି। ମସ୍କଙ୍କ ଏହି ଜବାବକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଜଣେ ୟୁଜର ଲେଖିଛନ୍ତି, ଯଦି ମସ୍କ ସ୍ମାର୍ଟଫୋନ ତିଆରି କରନ୍ତି, ତାହା ସ୍ମାର୍ଟଫୋନ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଆଉ ଜଣେ ଲେଖିଛନ୍ତି, ବୋଧହୁଏ କାମ ଆରମ୍ଭ ହୋଇଯାଇଛି। ଶୀଘ୍ର ବଜାରରେ ଟେସଲାର ସ୍ମାର୍ଟଫୋନ୍ ଲଞ୍ଚ ହୋଇଯିବ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

26 Nov 2022 By The Sakala

ଆଇଫୋନ୍ ଅପେକ୍ଷା ଅଧିକ ଶକ୍ତିଶାଳୀ ସ୍ମାର୍ଟଫୋନ୍ ଆଣିବେ ବିଶ୍ବର ନମ୍ବର ୧ ଧନୀ ଏଲନ ମସ୍କ!

ନୂଆଦିଲ୍ଲୀ : ନିକଟରେ ଟ୍ୱିଟରର ମାଲିକ ହୋଇଥିବା ଏଲନ ମସ୍କ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି। ବିଶ୍ବର ନମ୍ବର ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ନିଆଯାଉଥିବା ବିିଭିନ୍ନ ନିଷ୍ପତ୍ତି ପାଇଁ ସେ କ୍ରମାଗତ ଭାବେ ଗଣାମାଧ୍ୟଠୁ ଆରମ୍ଭ କରି ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚିତ ଚେହେରା ହୋଇରହିଛନ୍ତି। ଏ ସବୁ ଭିତରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ତାହା ହେଲା ଏଲନ ମସ୍କ ମଧ୍ୟ ସ୍ମାର୍ଟଫୋନ୍ ମାର୍କେଟରେ ପ୍ରବେଶ କରିପାରନ୍ତି। ଏନେଇ କୌଣସି ଅଫିସିଆଲ ସୂଚନା ମିଳିନଥିଲେ ମଧ୍ୟ ମସ୍କ ଟ୍ବିଟରେ ଜଣେ ବ୍ୟକ୍ତିଙ୍କୁ କରିଥିବା ରିପ୍ଲାଏରେ ଏନେଇ ଇଙ୍ଗିତ କରିଛନ୍ତି।

ସୂଚନାଅନୁସାରେ ଜଣେ ବ୍ୟକ୍ତି ଏକ ଟ୍ବିଟ କରି ଲେଖିଛନ୍ତି, “ଯଦି ଆପଲ ଓ ଗୁଗୁଲ ସେମାନଙ୍କ ଆପ ଷ୍ଟୋରରୁ ଟ୍ବିଟରକୁ କାଢି ଦିଅନ୍ତି, ତେବେ ଏଲନ ମସ୍କ ନିଜର ସ୍ମାର୍ଟଫୋନ ତିଆରି କରିବା ଉଚିତ୍ । ଯଦି ଏପରି ହେବ ତେବେ ଲୋକମାନେ ଆଣ୍ଡ୍ରଏଡ୍ ଓ ଆଇଫୋନକୁ ତ୍ୟାଗ କରିବାକୁ ପଛଘୁଞ୍ଚା ଦେବେ ନାହିଁ । ଏଲନ ମସ୍କ ରକେଟ୍ ତିଆରି କରୁଛନ୍ତି, ଏକ ଛୋଟିଆ ସ୍ମାର୍ଟଫୋନ ତାଙ୍କ ପାଇଁ ଷ୍ଟକର କାର୍ଯ୍ୟ ନୁହେଁ। ସେ ଚାହିଁଲେ ଏହା କରିପାରିବେ।

ତେବେ ସେହି ଟ୍ବିଟର ଉତ୍ତର ଦେଇ ଏଲନ୍‌ ମସ୍କ କହିଛନ୍ତି , ଆପଣ ଯାହା କହୁଛନ୍ତି ଆପଲ ଓ ଗୁଗୁଲ ସେମାନଙ୍କ ଆପ ଷ୍ଟୋରରୁ ଟ୍ବିଟରକୁ କାଢି ଦେବେ। ତେବେ ମୁଁ ନିଶ୍ଚିତ ଯେ ଏପରି ହେବ ନାହିଁ। କିନ୍ତୁ ଯଦି ଏପରି ହେଲା ତେବେ ମୁଁ ଏକ ବିକଳ୍ପ ଫୋନ ତିଆରି କରିବି। ମସ୍କଙ୍କ ଏହି ଜବାବକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଜଣେ ୟୁଜର ଲେଖିଛନ୍ତି, ଯଦି ମସ୍କ ସ୍ମାର୍ଟଫୋନ ତିଆରି କରନ୍ତି, ତାହା ସ୍ମାର୍ଟଫୋନ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଆଉ ଜଣେ ଲେଖିଛନ୍ତି, ବୋଧହୁଏ କାମ ଆରମ୍ଭ ହୋଇଯାଇଛି। ଶୀଘ୍ର ବଜାରରେ ଟେସଲାର ସ୍ମାର୍ଟଫୋନ୍ ଲଞ୍ଚ ହୋଇଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର