ଏଲ୍‌ଆଇସି ବନ୍ଦକଲା ୨ ଜୀବନ ବୀମା ପ୍ଲାନ୍

The Sakala Picture
Published On

ନୂଆଦିଲ୍ଲୀ : ଭାରତ ଜୀବନ ବୀମା ନିଗମ(ଏଲଆଇସି) ଏହାର ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ତିନି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ‘ ଜୀବନ ଅମର’ ଏବଂ ଏଲଆଇସି ଟେକ୍‌ ଟର୍ମ’ ଭଳି ଦୁଇ ଯୋଜନାର ମିଆଦୀ ବୁଧବାର ଶେଷ ହୋଇଥିବାରୁ ଏଗୁଡିକର ବନ୍ଦ କରିବା ନେଇ କମ୍ପାନୀ ଘୋଷଣା କରିଛି। ଏଥିରୁ ଗୋଟିଏ ଅନଲାଇନ ବିକ୍ରି ହେଉଥିବା ବେଳେ ଅନ୍ୟଟି କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଅଫଲାଇନ ବିକ୍ରୟ କରାଯାଇଥିଲା। ଟେକ୍ ଟର୍ମ ପଲିସି […]

ନୂଆଦିଲ୍ଲୀ : ଭାରତ ଜୀବନ ବୀମା ନିଗମ(ଏଲଆଇସି) ଏହାର ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ତିନି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ‘ ଜୀବନ ଅମର’ ଏବଂ ଏଲଆଇସି ଟେକ୍‌ ଟର୍ମ’ ଭଳି ଦୁଇ ଯୋଜନାର ମିଆଦୀ ବୁଧବାର ଶେଷ ହୋଇଥିବାରୁ ଏଗୁଡିକର ବନ୍ଦ କରିବା ନେଇ କମ୍ପାନୀ ଘୋଷଣା କରିଛି। ଏଥିରୁ ଗୋଟିଏ ଅନଲାଇନ ବିକ୍ରି ହେଉଥିବା ବେଳେ ଅନ୍ୟଟି କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଅଫଲାଇନ ବିକ୍ରୟ କରାଯାଇଥିଲା। ଟେକ୍ ଟର୍ମ ପଲିସି ଏକ ଅନଲାଇନ ପଲିସି, ତେବେ ଜୀବନ ଅମର ଅଫଲାଇନରେ କାରବାର ହେଉଥିଲା। ଏହି ଉଭୟ ପ୍ଲାନ ୨୩ ନଭେମ୍ବର ୨୦୨୨ରୁ ସମାପ୍ତ ହୋଇଯାଇଛି।ଏବେ କୌଣସି ଗ୍ରାହକ ଏହି ପଲିସି ୨ଟିକୁ ଅନଲାଇନ କି ଅଫଲାଇନରେ କ୍ରୟ କରିପାରିବେନି। ଟର୍ମ ପ୍ଲାନର ରି-ଇନସ୍ୟୁରାନ୍ସ ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ଏହି ଦୁଇଟି ପଲିସିକୁ ପ୍ରତ୍ୟାହାର କରିନେଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୦୧୯ରେ ଜୀବନ ଅମର ପଲିସିର ଶୁଭାରମ୍ଭ କରାଯାଇଥିଲା ବେଳେ ଏହାର ମାସକ ପରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରେ ଟେକ୍‌ ଟର୍ମକୁ ବଜାରରେ ଲଞ୍ଚ କରାଯାଇଥିଲା।ପଲିସି ଦୁଇଟି ବଜାରକୁ ଆସିବା ପରଠାରୁ ଏହାର ପ୍ରିମିୟମ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ଏଗୁଡିକୁ ବନ୍ଦ କରି ଦିଆଯାଇଥିବାରୁ ପଲିସି ଟର୍ମରେ କିଛି ପରିବର୍ତ୍ତନ ଅଣାଯାଇ ଏହାର ପୁନଃ ପ୍ରଚଳନ କରାଯାଇପାରେ ବୋଲି କୁହାଯାଉଛି। ଏହି ବୀମା ଯୋଜନାରେ ଯଦି କେହି ଗ୍ରାହକ ପଲିସି କ୍ରୟ କରିଥିଲେ ତେବେ ତାଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗ୍ରାହକମାନଙ୍କ ପଲିସି ପୂର୍ବ ପରି ଆଗକୁ ମଧ୍ୟ ଜାରି ରହିବ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଗ୍ରାହକ ଟେକ୍ ଟର୍ମ ବୀମା ପଲିସି କ୍ରୟ କରିଥାନ୍ତୁ କି ଜୀବନ ଅମର ଉଭୟ ପଲିସି ଲାଗି କମ୍ପାନୀ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବେ।ଗ୍ରାହକଙ୍କୁ ବୀମାର ସମସ୍ତ ସୁବିଧା ମିଳିବ। ତେବେ ପଲିସି ବନ୍ଦ କରିବାର ଅର୍ଥ ଏହାକୁ ଆଗାମୀ ସମୟ ଲାଗି ବନ୍ଦ କରାଯିବା। ଅର୍ଥାତ ଆଗକୁ ଏହି ପଲିସି ଆଉ ବିକ୍ରି ହେବନି। ତେବେ ଯେଉଁ ଗ୍ରାହକ ଏହି ପଲିସି କିଣିଛନ୍ତି ତାଙ୍କୁ ଏହାର ପୁରା ଲାଭ ମିଳିବ। ଏହା ଛଡା ଯେଉଁ ଗ୍ରାହକମାନେ ଏହି ବୀମା ପ୍ଲାନ କ୍ରୟ ଲାଗି ନଭେମ୍ବର ୨୨ ତାରିଖ ସୁଦ୍ଧା ଆବେଦନ କରିଛନ୍ତି ଯଦି ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ଆବେଦନକୁ ମଞ୍ଜୁରି ମିଳିଯାଏ ତେବେ ଏପରି ଗ୍ରାହକଙ୍କୁ ମଧ୍ୟ ଏହି ପଲିସି ମିଳିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

24 Nov 2022 By The Sakala

ଏଲ୍‌ଆଇସି ବନ୍ଦକଲା ୨ ଜୀବନ ବୀମା ପ୍ଲାନ୍

ନୂଆଦିଲ୍ଲୀ : ଭାରତ ଜୀବନ ବୀମା ନିଗମ(ଏଲଆଇସି) ଏହାର ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ତିନି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ‘ ଜୀବନ ଅମର’ ଏବଂ ଏଲଆଇସି ଟେକ୍‌ ଟର୍ମ’ ଭଳି ଦୁଇ ଯୋଜନାର ମିଆଦୀ ବୁଧବାର ଶେଷ ହୋଇଥିବାରୁ ଏଗୁଡିକର ବନ୍ଦ କରିବା ନେଇ କମ୍ପାନୀ ଘୋଷଣା କରିଛି। ଏଥିରୁ ଗୋଟିଏ ଅନଲାଇନ ବିକ୍ରି ହେଉଥିବା ବେଳେ ଅନ୍ୟଟି କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଅଫଲାଇନ ବିକ୍ରୟ କରାଯାଇଥିଲା। ଟେକ୍ ଟର୍ମ ପଲିସି ଏକ ଅନଲାଇନ ପଲିସି, ତେବେ ଜୀବନ ଅମର ଅଫଲାଇନରେ କାରବାର ହେଉଥିଲା। ଏହି ଉଭୟ ପ୍ଲାନ ୨୩ ନଭେମ୍ବର ୨୦୨୨ରୁ ସମାପ୍ତ ହୋଇଯାଇଛି।ଏବେ କୌଣସି ଗ୍ରାହକ ଏହି ପଲିସି ୨ଟିକୁ ଅନଲାଇନ କି ଅଫଲାଇନରେ କ୍ରୟ କରିପାରିବେନି। ଟର୍ମ ପ୍ଲାନର ରି-ଇନସ୍ୟୁରାନ୍ସ ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ଏହି ଦୁଇଟି ପଲିସିକୁ ପ୍ରତ୍ୟାହାର କରିନେଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୦୧୯ରେ ଜୀବନ ଅମର ପଲିସିର ଶୁଭାରମ୍ଭ କରାଯାଇଥିଲା ବେଳେ ଏହାର ମାସକ ପରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରେ ଟେକ୍‌ ଟର୍ମକୁ ବଜାରରେ ଲଞ୍ଚ କରାଯାଇଥିଲା।ପଲିସି ଦୁଇଟି ବଜାରକୁ ଆସିବା ପରଠାରୁ ଏହାର ପ୍ରିମିୟମ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ଏଗୁଡିକୁ ବନ୍ଦ କରି ଦିଆଯାଇଥିବାରୁ ପଲିସି ଟର୍ମରେ କିଛି ପରିବର୍ତ୍ତନ ଅଣାଯାଇ ଏହାର ପୁନଃ ପ୍ରଚଳନ କରାଯାଇପାରେ ବୋଲି କୁହାଯାଉଛି। ଏହି ବୀମା ଯୋଜନାରେ ଯଦି କେହି ଗ୍ରାହକ ପଲିସି କ୍ରୟ କରିଥିଲେ ତେବେ ତାଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗ୍ରାହକମାନଙ୍କ ପଲିସି ପୂର୍ବ ପରି ଆଗକୁ ମଧ୍ୟ ଜାରି ରହିବ।

ଗ୍ରାହକ ଟେକ୍ ଟର୍ମ ବୀମା ପଲିସି କ୍ରୟ କରିଥାନ୍ତୁ କି ଜୀବନ ଅମର ଉଭୟ ପଲିସି ଲାଗି କମ୍ପାନୀ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବେ।ଗ୍ରାହକଙ୍କୁ ବୀମାର ସମସ୍ତ ସୁବିଧା ମିଳିବ। ତେବେ ପଲିସି ବନ୍ଦ କରିବାର ଅର୍ଥ ଏହାକୁ ଆଗାମୀ ସମୟ ଲାଗି ବନ୍ଦ କରାଯିବା। ଅର୍ଥାତ ଆଗକୁ ଏହି ପଲିସି ଆଉ ବିକ୍ରି ହେବନି। ତେବେ ଯେଉଁ ଗ୍ରାହକ ଏହି ପଲିସି କିଣିଛନ୍ତି ତାଙ୍କୁ ଏହାର ପୁରା ଲାଭ ମିଳିବ। ଏହା ଛଡା ଯେଉଁ ଗ୍ରାହକମାନେ ଏହି ବୀମା ପ୍ଲାନ କ୍ରୟ ଲାଗି ନଭେମ୍ବର ୨୨ ତାରିଖ ସୁଦ୍ଧା ଆବେଦନ କରିଛନ୍ତି ଯଦି ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ଆବେଦନକୁ ମଞ୍ଜୁରି ମିଳିଯାଏ ତେବେ ଏପରି ଗ୍ରାହକଙ୍କୁ ମଧ୍ୟ ଏହି ପଲିସି ମିଳିବ ବୋଲି କୁହାଯାଇଛି।

https://www.thesakala.in/big-news/lic-stoped-2-life-insurance-plan/article-16805
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର