ବିରଳ ବ୍ଲଡ୍‌ ଗ୍ରୁପ ପାଇଁ ବରଦାନ: ମଣିଷଠାରେ ଲାଗିଲା ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ

The Sakala Picture
Published On

ଲଣ୍ଡନ: ବିଶ୍ବରେ ପ୍ରଥମ ଥର ପାଇଁ ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ ମନୁଷ୍ୟଠାରେ ଲାଗିଛି। ବ୍ରିଟେନ୍‌ରେ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲରେ ଏହି ସଫଳତା ମିଳିଛି। କେମ୍ବ୍ରିଜ୍‌ ଏବଂ ବ୍ରିଷ୍ଟଲ ୟୁନିଭର୍ସିଟି ସମେତ ଅନେକ ପ୍ରତିଷ୍ଠାନର ବୈଜ୍ଞାନିକ ଏହି ପରୀକ୍ଷଣରେ ସାମିଲ ଥିଲେ। ଏହା ରକ୍ତ ସମସ୍ୟା ଏବଂ ବିରଳ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ଚିକିତ୍ସାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଲ୍ୟାବ୍‌ରେ ରକ୍ତ ବନାଇବା ପାଇଁ ଲୋହିତ ରକ୍ତ କଣିକାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏହା ଫୁସ୍‌ଫୁସରୁ […]

ଲଣ୍ଡନ: ବିଶ୍ବରେ ପ୍ରଥମ ଥର ପାଇଁ ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ ମନୁଷ୍ୟଠାରେ ଲାଗିଛି। ବ୍ରିଟେନ୍‌ରେ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲରେ ଏହି ସଫଳତା ମିଳିଛି। କେମ୍ବ୍ରିଜ୍‌ ଏବଂ ବ୍ରିଷ୍ଟଲ ୟୁନିଭର୍ସିଟି ସମେତ ଅନେକ ପ୍ରତିଷ୍ଠାନର ବୈଜ୍ଞାନିକ ଏହି ପରୀକ୍ଷଣରେ ସାମିଲ ଥିଲେ। ଏହା ରକ୍ତ ସମସ୍ୟା ଏବଂ ବିରଳ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ଚିକିତ୍ସାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଲ୍ୟାବ୍‌ରେ ରକ୍ତ ବନାଇବା ପାଇଁ ଲୋହିତ ରକ୍ତ କଣିକାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏହା ଫୁସ୍‌ଫୁସରୁ ଅମ୍ଳଜାନ ନେଇ ଶରୀରର ବିଭିନ୍ନ ଅଙ୍ଗକୁ ପଠାଇ ଥାଏ। ବୈଜ୍ଞାନିକ ପ୍ରଥମେ ଜଣେ ବ୍ୟକ୍ତିଠାରୁ ୪୭୦ ମିଲି ରକ୍ତ (ସ୍ବାଭାବିକ) ନେଇଥାନ୍ତି। ଏଥିରୁ ଚୁମ୍ବକ ମାଧ୍ୟମରେ ଷ୍ଟେମ୍‌ ସେଲ (ଲୋହିତ ରକ୍ତ କଣିକା ହେବାକୁ ଥିବା କୋଷିକା) କୁ ଅଲଗା କରାଯାଇଥାଏ। ବୋନ୍‌ ମ୍ୟାରୋରେ ଷ୍ଟେମ୍‌ ସେଲ୍‌ ଥାଏ। ଏଥିରୁ ରକ୍ତର ତିନୋଟି ମୁଖ୍ୟ ଉପାଦାନ ଲୋହିତ ରକ୍ତ କଣିକା, ଶ୍ବେତ ରକ୍ତ କଣିକା ଏବଂ ପ୍ଲେଟ୍‌ଲେଟ୍‌ ତିଆରି ହୋଇଥାଏ। ଏହା ପର ପର୍ଯ୍ୟାୟରେ ବୈଜ୍ଞାନିର ଲ୍ୟାବ୍‌ରେ ଷ୍ଟେମ୍‌ ସେଲ୍‌କୁ ବିକଶିତ କରିଥାନ୍ତି। ପରେ ଏହାକୁ ଲୋହିତ ରକ୍ତ କଣିକାରେ ପରିବର୍ତ୍ତନ କରାଯାଇଥାଏ। ଏହି ପ୍ରକ୍ରିୟା ପାଇଁ ପ୍ରାୟ ୩ ସପ୍ତାହ ସମୟ ଲାଗିଥାଏ। ଏହି ସମୟରେ ୫ ଲକ୍ଷ ଷ୍ଟେମ୍‌ ସେଲ୍‌ରୁ ୫୦ ବିଲିୟନ ଲୋହିତ ରକ୍ତ କଣିକା ପ୍ରସ୍ତୁତ ହୋଇଥାଏ। ଏହା ମଧ୍ୟରୁ ୧୫ ବିଲିୟନ ଲୋହିତ ରକ୍ତ କଣିକାକୁ ଛାଣି ଦିଆଯାଇଥାଏ। ଏହାକୁ ପ୍ରତିରୋପଣରେ ବ୍ୟବହାର କରିହେବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଗବେଷକଙ୍କ ଅନୁଯାୟୀ, ଏବେ ଗବେଷଣାରେ ୨ ଜଣ ଲୋକଙ୍କୁ ସାମିଲ କରାଯାଇଛି। ତେବେ ୧୦ ଜଣ ସୁସ୍ଥ ଲୋକଙ୍କ ଉପରେ ଏହି ପରୀକ୍ଷା କରାଯିବ। ଏମାନଙ୍କୁ ୪ ମାସ ମଧ୍ୟରେ ୫ରୁ ୧୦ ମିଲିର ୨ଟି ରକ୍ତ ଦିଆଯିବ। ଗୋଟିଏ ସାଧାରଣ ଏବଂ ଅନ୍ୟଟି ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ ଦିଆଯିବ। ଲ୍ୟାବରେ ପ୍ରସ୍ତୁତ ରକ୍ତରେ ରେଡିଓ ଆକ୍ଟିଭ ସବ୍‌ଜେକ୍ଟ ରହିଛି। ଏହାର କାର୍ଯ୍ୟକୁ ଟ୍ରାକ କରାଯିବ। ସାଧାରଣତଃ ଲୋହିତ ରକ୍ତ କଣିକା ଶରୀରରେ ୧୨୦ ଦିନ ପର୍ଯ୍ୟନ୍ତ ରହିଥାଏ। ଏହା ପରେ ପୁଣି ନୂଆ କୋଷିକା ସୃଷ୍ଟି ହୋଇଥାଏ। ଲୋକଙ୍କ ଠାରୁ ସଂଗୃହୀତ ରକ୍ତରେ ନୂଆ ଏବଂ ପୁରୁଣା ଲୋହିତ ରକ୍ତ କଣିକା ଥାଏ। କିନ୍ତୁ ଲ୍ୟାବ୍‌ ପ୍ରସ୍ତୁ ରକ୍ତରେ ଖାଲି ନୂଆ ଲୋହିତ ରକ୍ତ କଣିକା ଥାଏ। ତେଣୁ ଏହା ୧୨୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି। ଏଥିରେ ଭବିଷ୍ୟତରେ ବହୁତ କମ୍‌ ରକ୍ତଦାନର ଆବଶ୍ୟକତା ପଡିବ। ବ୍ରିଟେନର ନ୍ୟାସନାଲ ହେଲ୍‌ଥ ଆଣ୍ଡ ସର୍ଭିସ ବ୍ଲଡ ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ଅନୁଯାୟୀ ଥରେ ରକ୍ତଦାନ ପାଇଁ ୧୪୫ ୟୁରୋ ଅର୍ଥାତ୍‌ ୧୩,୬୬୬ ଟଙ୍କା ଖର୍ଚ୍ଚ ହୋଇଥାଏ। ଲ୍ୟାବରେ ପ୍ରସ୍ତୁତ ରକ୍ତର ମୂଲ୍ୟ ଏହାଠାରୁ ଅଧିକ ରହିବ। ଏବେ ଏହି ଜ୍ଞାନକୌଶଳ ପାଇଁ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ। କିନ୍ତୁ ଜ୍ଞାନକୌଶଳ ଉନ୍ନତ ହେଲେ ମୂଲ୍ୟ କମ୍‌ ହୋଇ ଚାଲିବ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର