ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ; ଗୋଟିଏ ଡଲାରର ମୂଲ୍ୟ ୮୨ ଟଙ୍କା ୩୩ ପଇସା

The Sakala Picture
Published On

ନୂଆଦିଲ୍ଲୀ: ତଳମୁହାଁ ଟଙ୍କା । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ […]

ନୂଆଦିଲ୍ଲୀ: ତଳମୁହାଁ ଟଙ୍କା । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଆଉ ସେସବୁ ସାମଗ୍ରୀର ଦର ଭାରତରେ ମହଙ୍ଗା ହେବ । ସେହିପରି ବିଦେଶରୁ ପଢୁଥିବା ଛାତ୍ରଙ୍କ ଖର୍ଚ୍ଚ ମଧ୍ୟ ବଢିବ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

07 Oct 2022 By The Sakala

ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ; ଗୋଟିଏ ଡଲାରର ମୂଲ୍ୟ ୮୨ ଟଙ୍କା ୩୩ ପଇସା

ନୂଆଦିଲ୍ଲୀ: ତଳମୁହାଁ ଟଙ୍କା । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ।

ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଆଉ ସେସବୁ ସାମଗ୍ରୀର ଦର ଭାରତରେ ମହଙ୍ଗା ହେବ । ସେହିପରି ବିଦେଶରୁ ପଢୁଥିବା ଛାତ୍ରଙ୍କ ଖର୍ଚ୍ଚ ମଧ୍ୟ ବଢିବ ।

କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର