ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥିତିକୁ ମଜଭୂତ କରିବାରେ ଓଡ଼ିଶା ସଫଳ

The Sakala Picture
Published On

ଭୁବନେଶ୍ୱର: ଜଟିଳ ଜୀବନଶୈଳୀ ମଧ୍ୟରେ ବଦଳୁଛି ସାଧାରଣ ମଣିଷର ମିଜାଜ୍‍। ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି। ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍‍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି। ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି। […]

ଭୁବନେଶ୍ୱର: ଜଟିଳ ଜୀବନଶୈଳୀ ମଧ୍ୟରେ ବଦଳୁଛି ସାଧାରଣ ମଣିଷର ମିଜାଜ୍‍। ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି। ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍‍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି। ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି। ଏହାଦ୍ୱାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଇକୋ-ଟୁରିଜିମ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରୁ ପର୍ଯ୍ୟଟକମାନେ ଓଡ଼ିଶା ଆସୁଛନ୍ତି। ଯାହାଦ୍ୱାରା ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ମଜଭୂତ କରିବାରେ ସଫଳ ହେଉଛି।

ଆହୁରି ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

କରୋନା ସମୟରେ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ି ପଡ଼ିଥିବା ବେଳେ ଚଳିତବର୍ଷ କେବଳ ଇକୋ-ଟୁରିଜିମ ସ୍ଥଳିକୁ ୨୧ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଏହାଦ୍ୱାରା ୩ କୋଟିରୁ ଅଧିକ ଅର୍ଥ ଆୟ ହୋଇଛି। ଗୋଟିଏ ପଟେ ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ଯୋଜନା ସହାୟକ ହେଉଥିବା ବେଳେ ଓଡ଼ିଶାର ଲୁକ୍କାୟିତ ଅଞ୍ଚଳଗୁଡ଼ିକ ଲୋକଲୋଚନକୁ ମଧ୍ୟ ଆସିପାରୁଛି। ରାଜ୍ୟର ବହୁ ଅଞ୍ଚଳ ଦେଶ ବିଦେଶରେ ପରିଚିତି ପାଇଛି। ୨୦୧୬-୧୭ ମସିହାରୁ ଗୋଷ୍ଠୀଭିତ୍ତିକ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୪ଟି ପରିବେଶ ପର୍ଯ୍ୟଟନସ୍ଥଳର ବିକାଶ କରାଯାଇଥିବା ବେଳେ ସେହି ବର୍ଷ ୧୧ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଏଠାକୁ ଆସିଥିଲେ। ଏହାପରେ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ବ୍ୟବସ୍ଥା କରାଯାଇଛି। ୧୮ଟି ଜିଲ୍ଲାରେ ଏହି ଇକୋ ଟୁରିଜିମ୍‍ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ୭୮୫ ଜଣ ପର୍ଯ୍ୟଟକଙ୍କ ରାତ୍ରି ରହଣିର ସୁବିଧା କରାଯାଇଛି।

ଆହୁରି ପଢ଼ନ୍ତୁ: ବିହାରରେ ପ୍ରଥମ ଥର ପାଇଁ ବିଜେପି ସରକାର, ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁଯାୟୀ ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଅନୁଷ୍ଠିତ ପ୍ରାକୃତିକ କ୍ୟାମ୍ପକୁ ୨୦୨୧-୨୨ରେ ୭୦ ହଜାରରୁ ଅଧିକ ପରିବେଶ ପର୍ଯ୍ୟଟକ ଆସିଛନ୍ତି। ଏହାଦ୍ୱାରା ୧୦.୫୧ କୋଟି ଟଙ୍କା ଆୟ ହୋଇଛି। ଏଥିରେ ସିଧାସଳଖ ଭାବେ ୬୩୨ ପରିବେଶ ବିକାଶ କମିଟି (ଇଡିସି), ବନ ସୁରକ୍ଷା ସମିତି (ଭିଏସଏସ) ଏବଂ ପରିବେଶ ପର୍ଯ୍ୟଟନ ଗୋଷ୍ଠୀ (ଇଟିଜି) ଉପକୃତ ହୋଇଛନ୍ତି। ଏଭଳି ପର୍ଯ୍ୟଟନସ୍ଥଳୀ ପାଇଁ ଅନଲାଇନ୍‍ ସଂରକ୍ଷଣ ସୁବିଧା ବି ଉପଲବ୍ଧ ରହିଛି।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ନିକଟରେ ଗୁଜୁରାଟର ଏକତାନଗରଠାରେ ଅନୁଷ୍ଠିତ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀରେ ରାଜ୍ୟର ଇକୋ ଟୁରିଜିମ ସଂକ୍ରାନ୍ତ ତଥ୍ୟ ରଖାଯାଇଥିବା ବେଳେ ଏହାଦ୍ୱାରା କେମିତି ପର୍ଯ୍ୟଟକମାନେ ଓଡ଼ିଶା ମୁହାଁ ହେଉଛନ୍ତି ତାହାର ଚିତ୍ର ରଖାଯାଇଥିଲା। ଯାହାକୁ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ପସନ୍ଦ କରିଛନ୍ତି। ଅନ୍ୟପଟେ ରାଜ୍ୟରେ ଇକୋ ଟୁରିଜମ୍‍ ସହିତ ୪ଟି ଆର୍ଦ୍ରଭୂମି ସାତକୋଶିଆ ଅଭୟାରଣ୍ୟ, ହୀରାକୁଦ ଜଳଭଣ୍ଡାର, ଅଂଶୁପା ହ୍ରଦ ଏବଂ ତାମ୍ପରା ହ୍ରଦ ଆଦି ଆର୍ନ୍ତଜାତୀୟ ରାମସାର ସାଇଟ୍‍ରେ ସ୍ଥାନ ପାଇଛି। ଫଳରେ ଏହି ସ୍ଥାନଗୁଡ଼ିକ ପ୍ରତି ଦେଶ ଓ ବିଦେଶର ପର୍ଯ୍ୟଟକମାନଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି।

27 Sep 2022 By The Sakala

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥିତିକୁ ମଜଭୂତ କରିବାରେ ଓଡ଼ିଶା ସଫଳ

ଭୁବନେଶ୍ୱର: ଜଟିଳ ଜୀବନଶୈଳୀ ମଧ୍ୟରେ ବଦଳୁଛି ସାଧାରଣ ମଣିଷର ମିଜାଜ୍‍। ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି। ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍‍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି। ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି। ଏହାଦ୍ୱାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଇକୋ-ଟୁରିଜିମ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରୁ ପର୍ଯ୍ୟଟକମାନେ ଓଡ଼ିଶା ଆସୁଛନ୍ତି। ଯାହାଦ୍ୱାରା ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ମଜଭୂତ କରିବାରେ ସଫଳ ହେଉଛି।

କରୋନା ସମୟରେ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ି ପଡ଼ିଥିବା ବେଳେ ଚଳିତବର୍ଷ କେବଳ ଇକୋ-ଟୁରିଜିମ ସ୍ଥଳିକୁ ୨୧ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଏହାଦ୍ୱାରା ୩ କୋଟିରୁ ଅଧିକ ଅର୍ଥ ଆୟ ହୋଇଛି। ଗୋଟିଏ ପଟେ ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ଯୋଜନା ସହାୟକ ହେଉଥିବା ବେଳେ ଓଡ଼ିଶାର ଲୁକ୍କାୟିତ ଅଞ୍ଚଳଗୁଡ଼ିକ ଲୋକଲୋଚନକୁ ମଧ୍ୟ ଆସିପାରୁଛି। ରାଜ୍ୟର ବହୁ ଅଞ୍ଚଳ ଦେଶ ବିଦେଶରେ ପରିଚିତି ପାଇଛି। ୨୦୧୬-୧୭ ମସିହାରୁ ଗୋଷ୍ଠୀଭିତ୍ତିକ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୪ଟି ପରିବେଶ ପର୍ଯ୍ୟଟନସ୍ଥଳର ବିକାଶ କରାଯାଇଥିବା ବେଳେ ସେହି ବର୍ଷ ୧୧ ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଏଠାକୁ ଆସିଥିଲେ। ଏହାପରେ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ବ୍ୟବସ୍ଥା କରାଯାଇଛି। ୧୮ଟି ଜିଲ୍ଲାରେ ଏହି ଇକୋ ଟୁରିଜିମ୍‍ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ୭୮୫ ଜଣ ପର୍ଯ୍ୟଟକଙ୍କ ରାତ୍ରି ରହଣିର ସୁବିଧା କରାଯାଇଛି।

ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁଯାୟୀ ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଅନୁଷ୍ଠିତ ପ୍ରାକୃତିକ କ୍ୟାମ୍ପକୁ ୨୦୨୧-୨୨ରେ ୭୦ ହଜାରରୁ ଅଧିକ ପରିବେଶ ପର୍ଯ୍ୟଟକ ଆସିଛନ୍ତି। ଏହାଦ୍ୱାରା ୧୦.୫୧ କୋଟି ଟଙ୍କା ଆୟ ହୋଇଛି। ଏଥିରେ ସିଧାସଳଖ ଭାବେ ୬୩୨ ପରିବେଶ ବିକାଶ କମିଟି (ଇଡିସି), ବନ ସୁରକ୍ଷା ସମିତି (ଭିଏସଏସ) ଏବଂ ପରିବେଶ ପର୍ଯ୍ୟଟନ ଗୋଷ୍ଠୀ (ଇଟିଜି) ଉପକୃତ ହୋଇଛନ୍ତି। ଏଭଳି ପର୍ଯ୍ୟଟନସ୍ଥଳୀ ପାଇଁ ଅନଲାଇନ୍‍ ସଂରକ୍ଷଣ ସୁବିଧା ବି ଉପଲବ୍ଧ ରହିଛି।

ନିକଟରେ ଗୁଜୁରାଟର ଏକତାନଗରଠାରେ ଅନୁଷ୍ଠିତ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀରେ ରାଜ୍ୟର ଇକୋ ଟୁରିଜିମ ସଂକ୍ରାନ୍ତ ତଥ୍ୟ ରଖାଯାଇଥିବା ବେଳେ ଏହାଦ୍ୱାରା କେମିତି ପର୍ଯ୍ୟଟକମାନେ ଓଡ଼ିଶା ମୁହାଁ ହେଉଛନ୍ତି ତାହାର ଚିତ୍ର ରଖାଯାଇଥିଲା। ଯାହାକୁ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ପସନ୍ଦ କରିଛନ୍ତି। ଅନ୍ୟପଟେ ରାଜ୍ୟରେ ଇକୋ ଟୁରିଜମ୍‍ ସହିତ ୪ଟି ଆର୍ଦ୍ରଭୂମି ସାତକୋଶିଆ ଅଭୟାରଣ୍ୟ, ହୀରାକୁଦ ଜଳଭଣ୍ଡାର, ଅଂଶୁପା ହ୍ରଦ ଏବଂ ତାମ୍ପରା ହ୍ରଦ ଆଦି ଆର୍ନ୍ତଜାତୀୟ ରାମସାର ସାଇଟ୍‍ରେ ସ୍ଥାନ ପାଇଛି। ଫଳରେ ଏହି ସ୍ଥାନଗୁଡ଼ିକ ପ୍ରତି ଦେଶ ଓ ବିଦେଶର ପର୍ଯ୍ୟଟକମାନଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର