ସୁବାସ ସହିଦ ହେବାପରେ ବନ୍ଧୁ ଶଙ୍କରଙ୍କ ଆଖିରୁ ଶୁଖୁନି ଲୁହ, ଯେଉଁ ବନ୍ଧୁ ଜୀବନ ରକ୍ଷା କରିଥିଲେ; ସେ ତାଙ୍କୁ ମରୁଥିବାର ଦେଖୁଥିଲେ

The Sakala Picture
Published On

ବିଜାପୁର: ଛତିଶଗଡ଼ର ବିଜାପୁରରେ ୩ ଏପ୍ରିଲରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ସୈନିକଙ୍କ ମଧ୍ୟରେ ରହିଛନ୍ତି ବାସାଗୁଡାର ପରିବାର ସହ ବାସକରୁଥିବା କଳାହାଣ୍ଡି ଜିଲ୍ଲା କୋକସରାର ମୂଳ ବାସିନ୍ଦା ସୁବାସ ନାୟକ। ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହେବା କେବଳ ତାଙ୍କ ପରିବାରକୁ ଥରାଇ ଦେଇ ନାହିଁ ବରଂ ତାଙ୍କ ବନ୍ଧୁ ଶଙ୍କର ପୁନେମଙ୍କୁ ଏକ ଗଭୀର ଆଘାତ ଦେଇଛି । ସୁବାସଙ୍କ ମୃତ୍ୟୁ […]

ବିଜାପୁର: ଛତିଶଗଡ଼ର ବିଜାପୁରରେ ୩ ଏପ୍ରିଲରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ସୈନିକଙ୍କ ମଧ୍ୟରେ ରହିଛନ୍ତି ବାସାଗୁଡାର ପରିବାର ସହ ବାସକରୁଥିବା କଳାହାଣ୍ଡି ଜିଲ୍ଲା କୋକସରାର ମୂଳ ବାସିନ୍ଦା ସୁବାସ ନାୟକ। ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହେବା କେବଳ ତାଙ୍କ ପରିବାରକୁ ଥରାଇ ଦେଇ ନାହିଁ ବରଂ ତାଙ୍କ ବନ୍ଧୁ ଶଙ୍କର ପୁନେମଙ୍କୁ ଏକ ଗଭୀର ଆଘାତ ଦେଇଛି । ସୁବାସଙ୍କ ମୃତ୍ୟୁ ପରେ ନିଜ କୋହ ସମ୍ଭାଳିପାରୁ ନାହାନ୍ତି ତାଙ୍କ ବନ୍ଧୁ ଶଙ୍କର ପୁନେମ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ଶଙ୍କର ଜଣେ ଡିଆରଜିର ଯବାନ ଓ ଏନକାଉଣ୍ଟର ଦିନ ସୁଭାଷଙ୍କ ସହ ସେ ନକ୍ସଲମାନଙ୍କ ସହ ଲଢୁଥିଲେ । ଶଙ୍କରଙ୍କ ଅନୁଯାୟୀ ୨୦୧୮ ମସିହାରେ ବାସାଗୁଡା ସାପ୍ତାହିକ ବଜାରରେ ନକ୍ସଲମାନେ ତାଙ୍କୁ ଆକ୍ରମଣ କରିଥିଲେ, ସେହି ସମୟରେ ସୁବାସ ନିଜ ଜୀବନ ସହିତ ଖେଳି ତାଙ୍କୁ ରକ୍ଷା କରିଥିଲେ । ଭିଡ ବଜାର ଏହି ଆକ୍ରମଣରେ ସୁଭାଷ ନକ୍ସଲମାନଙ୍କ ସହିତ ଅତି ସାହସର ସହିତ ଲଢ଼ିଥିଲେ ।  ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ ସୁବାସ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

ଶଙ୍କର କହିଛନ୍ତି ଯେ ସୁବାସଙ୍କ ସାହସିକତା ପରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା । ସାହସିକତା ମନୋଭାବ ପାଇଁ ସୁବାସ ଡିଆରଜି ବାଟାଲିୟନରେ ଜଣାଶୁଣା ଥିଲା । କିନ୍ତୁ  ଯେଉଁ ବନ୍ଧୁ ୨୦୧୮ଯେ ମୋ ଜୀବନ ରକ୍ଷା କରିଥିଲେ; ମୁଁ ତାଙ୍କୁ ମରୁଥିବାର ଦେଖୁଥିଲି ବୋଲି କୋହଭରା କଣ୍ଠରେ କହିଛନ୍ତି ଶଙ୍କର।

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍

ଶଙ୍କରଙ୍କ କହିବାନୁସାରେ, ଯେତେବେଳେ ନକ୍ସଲମାନେ ଏନକାଉଣ୍ଟର ସମୟରେ ଗୁଳି ଚଳାଉଥିଲେ । ସେତେବେଳେ ସେ ଏକ ପଥର ପଛରେ ରହି ନିଜର ସ୍ଥାନ ନେଇଥିଲେ । ଅନ୍ୟ ପଟେ ସୁବାସ ନକ୍ସଲମାନଙ୍କ ଗୁଳିରେ ଜବାବ ଦେଉଥିଲେ । ଗୁଳିରୁ ଓ ବିସ୍ଫୋରଣରୁ ବାହାରୁଥିବା ଧୂଆଁ  ମଧ୍ୟରେ ସୁବାସର ପ୍ରାଣବାୟୁ ଉଡି ଯାଇଥିଲା। ଏସବୁ ଦେଖି ମଧ୍ୟ ନିଜ ବନ୍ଧୁ ସୁବାସଙ୍କ ଜୀବନ ବଞ୍ଚାଇ ପାରୁନଥିବା ଝଳ ଝଳ ଆଖିରେ କହିଛନ୍ତି ଡିଆରଜିର ଯବାନ ଶଙ୍କର ପୁନେମ।   ଶଙ୍କରଙ୍କୁ ବର୍ତ୍ତମାନ ଏହା ଗଭୀର ଆଘାତ ଦେଇଛି ଯେ ସେ ତାଙ୍କୁ ବଞ୍ଚାଇ ପାରିନାହାଁନ୍ତି । କିନ୍ତୁ ସେ ଗର୍ବିତ ଯେ ତାଙ୍କ ବନ୍ଧୁ ନିଜ ଜୀବନ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।

ଅନ୍ୟପଟେ ସୁବାସ ସହିଦ ହେବା ପରେ ବାସାଗୁଡାର  ତାଲପେରୁ ନଦୀ କୂଳରେ ଥିବା ସୁବାସଙ୍କ ପରିବାର ଭାଙ୍ଗିପଡିଥିବା ଦେଖାଦେଇଛି । ସୁବାସ ଶହୀଦ ହେବା ସହ ପରିବାରରେ ନିଜର ଜଣେ ବୃଦ୍ଧ ମା’, ପତ୍ନୀ ଓ ତାଙ୍କର ତିନି ସନ୍ତାନ ଛାଡି ଯାଇଛନ୍ତି । ଯାହାର ଭବିଷ୍ୟତ କ’ଣ ହେବ ଏହି ପ୍ରଶ୍ନ ବାରମ୍ବାର ତାଙ୍କ ମା’ଙ୍କୁ ଜାଳି ଦେଉଛି । ମା’ କହିଛନ୍ତି ଯେ ସେ ପାଟ୍ରୋଲିଂ କରିବା ଯିବା ପୂର୍ବରୁ ସବୁବେଳେ କହୁଥଲେ ଯେ ତୁମେ ପିଲାମାନଙ୍କ ସହିତ ରାସ୍ତା କଡରେ ଠିଆ ହୋଇଥିବ ମୁଁ ହାତ ହଲାଇ ଶୀଘ୍ର ଫେରିବାକୁ ସୂଚାଇ ଦେବି ।ଏପରିକି ସେଦିନ ସେ ମଧ୍ୟ କରିଥିଲେ କିନ୍ତୁ ଏଥର ସେ ଆଉ ଫେରି ନଥିଲେ । ଓଡ଼ିଶାରୁ ଜୀବିକା ଅନ୍ୱେଷଣରେ ଯାଇଥିବା ସୁବାଷଙ୍କ ପିତା ସେଠାରେ ଘର କରି ରହି ଯାଇଥିଲେ । ସୁଭାଷଙ୍କ ପିତା ମଧ୍ୟ ଦୈନିକ ମଜୁରୀ କରି ପରିବାରକୁ ପାଳନ କରି ଶେଷରେ ଦେହାନ୍ତ ହୋଇ ଯାଇଥିଲେ । ଜୀବନର ଗାଡି ଏବେ ତାଙ୍କ ମା’କୁ ଆଗକୁ ଟାଣି ଆଣିଛି, ଯେତେବେଳେ ସୁଭାଷଙ୍କ ବୀରତ୍ୱ ପୁଣି ଥରେ ସେ ବୃଦ୍ଧ ହୋଇଗଲେ । ମା’ର କାନ୍ଧରେ ପୁଅର ଶହୀଦ, ସୁଭାଷର ଅସମ୍ପୂର୍ଣ୍ଣ ସ୍ୱପ୍ନ ପୂରଣ କରିବାର ଆହ୍ୱାନ ଏକ ପାହାଡ଼ ସଦୃଶ ପରି ଠିଆ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର