ସୁବ୍ବାରାଓଙ୍କ ବଡ଼ ବୟାନ: ଭି’ ନୁହେଁ କେ’; ରୂପ ନେଇଛି ଦେଶର ଅର୍ଥନୀତି

The Sakala Picture
Published On

ନୂଆଦିଲ୍ଲୀ:ଦେଶରେ କରୋନା ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଛି। ଗତବର୍ଷ କରୋନା ମାଡ଼ ପରେ ଦେଶର ଅର୍ଥନୀତିରେ ଭି’ ଆକାରର ସୁଧାର ଆସିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ତେବେ ଏବେ ଅର୍ଥନୀତିରେ କେ’ ରୂପ ନେଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ଡି. ସୁବ୍ବାରାଓ କହିଛନ୍ତି। ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଯେ, କରୋନା ପରେ ବର୍ତ୍ତମାନ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଅସମାନତା ଖୁବ୍‌ ଜୋରରେ ବଢ଼ିବାରେ […]

ନୂଆଦିଲ୍ଲୀ:ଦେଶରେ କରୋନା ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଛି। ଗତବର୍ଷ କରୋନା ମାଡ଼ ପରେ ଦେଶର ଅର୍ଥନୀତିରେ ଭି’ ଆକାରର ସୁଧାର ଆସିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ତେବେ ଏବେ ଅର୍ଥନୀତିରେ କେ’ ରୂପ ନେଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ଡି. ସୁବ୍ବାରାଓ କହିଛନ୍ତି। ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଉଛି ଯେ, କରୋନା ପରେ ବର୍ତ୍ତମାନ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଅସମାନତା ଖୁବ୍‌ ଜୋରରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ଆଗାମୀ ଦିନରେ ଏକ ଦୀର୍ଘ ମିଆଦ ଭିତ୍ତିେର ଉପଯୋଗିତା ଏବଂ ଅଭିବୃଦ୍ଧି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟଗୁଡିକ ଦ୍ବାରା ଲାଗୁ କରାଯାଉଥିବା ଲକ୍‌ଡାଉନ୍‌ ଭବିଷ୍ୟତରେ ବେକାରି ହାର ବଢ଼ାଇବ।

ଆହୁରି ପଢ଼ନ୍ତୁ: Asian Games 2026: ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ

କରୋନା ମହାମାରୀ ପ୍ରଭାବରେ ସମ୍ପ୍ରତି ଦେଶର ଅର୍ଥନୀତିରେ ଦେଖାଦେଇଥିବା ଅସମାନତା କେବଳ ଏକ ନୈତିକ ପ୍ରସଙ୍ଗ ନୁହେଁ। ଏହା ଲୋକଙ୍କ ଉପଯୋଗିତା କ୍ଷମତାରେ ହ୍ରାସ ଘଟାଇ ଅଭିବୃଦ୍ଧି ହାରକୁ ପ୍ରଭାବିତ କରିବ ବୋଲି ଏକ ସାକ୍ଷାତକାର ଅବସରରେ ଶ୍ରୀ ସୁବ୍ବାରାଓ ଏହା କହିଛନ୍ତି। ବିଶେଷକରି ଅସମାନତାରେ ଏଭଳି ବୃଦ୍ଧି ଭାରତ ଭଳି ଏକ ସ୍ବଳ୍ପ ଆୟକାରୀଙ୍କ ରାଷ୍ଟ୍ରରେ ବେଶ କଷ୍ଟଦାୟକ। କରୋନା ମହାମାରୀରେ ଉଚ୍ଚ ଶ୍ରେଣୀ ତଥା ଧନୀ ଲୋକମାନଙ୍କର ଆୟ ସୁରକ୍ଷିତ ରହିବା ସହ ସେହି ସମୟରେ ସେମାନଙ୍କର ସମ୍ପତ୍ତିରେ ବୃଦ୍ଧି ଘଟିଥିଲା। ଏହି ସମୟରେ ନିମ୍ନବର୍ଗର ଲୋକେ ନିଯୁକ୍ତି ସହ ରୋଜଗାର ହରାଇଥିଲେ। ସେମାନଙ୍କର କ୍ରୟ ଶକ୍ତି କମିଥିଲା। ଲକ୍‌ ଡାଉନ୍‌ କଡ଼ାକଡ଼ି ଭାବେ ଲାଗୁ କରାଯିବା ଫଳରେ ଦେଶରେ ପାଖାପାଖି ୧୨ କୋଟିରୁ ଅଧିକ ଦିନ ମଜୁରିଆ ଓ ଛୋଟ ଚାକିରିଆ ନିଯୁକ୍ତି ହରାଇଥିଲେ। ବର୍ତ୍ତମାନର ସ୍ଥିତିକୁ ଦେଖି ରାଜ୍ୟଗୁଡିକ ଦ୍ବାରା ନୂଆ କରି ପୁନର୍ବାର ଲାଗୁ କରାଯିବାକୁ ଥିବା ଲକ୍‌ଡାଉନ୍‌ ପୁଣି ଥରେ ଦେଶରେ ବେକାରି ହାର ବଢ଼ାଇବ ବୋଲି ଆର୍‌ବିଆଇର ଏହି ପୂର୍ବତନ ମୁଖିଆ ଚେତାଇ ଦେଇଛନ୍ତି। ଚଳିତ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୧୨.୫% ରହିବ। ଯାହାଫଳରେ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିକାରୀ ରାଷ୍ଟ୍ରର ମାନ୍ୟତା ଲାଭ କରିବ। ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଆସିଛି। ଫଳରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଲାଗୁ କରାଯିବାକୁ ଥିବା ଲକ୍‌ଡାଉନ୍‌ ଘରୋଇ କ୍ଷେତ୍ରରେ ଉପଯୋଗିତାରେ ହ୍ରାସ ସହ ଅର୍ଥନୀତିକୁ ନିମ୍ନଗାମୀ କରିବାର ଆଶଙ୍କା ସୃଷ୍ଟି କରାଇଛି। ତେବେ ଯଦି ଏହା ହୁଏ ତେବେ ଚଳିତଥର ଅର୍ଥନୀତିକୁ ଏହାର ପୂର୍ବ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ନୀତି ନିର୍ଦ୍ଧାରଣକାରୀଙ୍କ ନିକଟରେ ସୀମିତ ବିକଳ୍ପ ରହିବ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ସୁବ୍ବାରାଓ ୨୦୦୮ ବିଶ୍ବ ମାନ୍ଦାବସ୍ଥା ସମୟରେ ଆର୍‌ବିଆଇ ଗଭର୍ଣ୍ଣର ରହିଥିଲେ। ଅନ୍ୟପକ୍ଷରେ ଏଭଳି ସମୟରେ ସରକାରୀ ଋଣ ଭାର ବଢ଼ିବା ଯୋଗୁ ବିତ୍ତୀୟ ସହାୟତା କ୍ଷେତ୍ରରେ ସରକାରଙ୍କ ଆଗରେ ବଡ଼ ପ୍ରତିବନ୍ଧକ ସୃଷ୍ଟି ହେବ। ମୁଦ୍ରାସ୍ଫୀତି ଚିନ୍ତାଜନକ ରହିବା ଫଳରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ହ୍ରାସଠାରୁ ନିଜକୁ ଦୂରେଇ ରଖିବ ବୋଲି ସୁବ୍ବାରାଓ କହିଛନ୍ତି।

ଆହୁରି ପଢ଼ନ୍ତୁ: ମେଡିସିନ୍‌ରେ ନୋବେଲ ପୁରସ୍କାର-୨୦୨୬ ଘୋଷଣା: ଅପ୍ଟୋଜେନେଟିକ୍ସରେ ଗବେଷଣା ପାଇଁ ୩ ବୈଜ୍ଞାନିକଙ୍କୁ ସମ୍ମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର