୨୦୨୪ ଲାଗି ବିଜେପିର ପ୍ରସ୍ତୁତି : କାଗଜକଲମରେ ସଫଳତାର ଚିତ୍ର ଆଙ୍କୁଛି ରାଜ୍ୟ ନେତୃତ୍ୱ

The Sakala Picture
Published On

ଭୁବନେଶ୍ୱର : ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସାଂଘାତିକ ବିପର୍ଯ୍ୟୟ ପରେ ରାଜ୍ୟ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ବିଜେପି ଶୀର୍ଷ ନେତୃତ୍ୱ। ଅଗଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ପଦାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ମନ୍ତ୍ର ଦେଇଥିବା ବେଳେ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଉତ୍ତରପ୍ରଦେଶ ଢ଼ାଞ୍ଚାରେ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ନଜରରେ ଓଡ଼ିଶା ପ୍ରଥମରୁ ରହିଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

ଭୁବନେଶ୍ୱର : ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସାଂଘାତିକ ବିପର୍ଯ୍ୟୟ ପରେ ରାଜ୍ୟ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ବିଜେପି ଶୀର୍ଷ ନେତୃତ୍ୱ। ଅଗଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ପଦାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ମନ୍ତ୍ର ଦେଇଥିବା ବେଳେ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଉତ୍ତରପ୍ରଦେଶ ଢ଼ାଞ୍ଚାରେ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ନଜରରେ ଓଡ଼ିଶା ପ୍ରଥମରୁ ରହିଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ବିଜେଡିର ରଣନୀତି ସମ୍ମୁଖରେ ବିଜେପିର ସମସ୍ତ ଚେଷ୍ଟା ବିଫଳ ହୋଇଛି। ରାଜ୍ୟ ବିଜେପିର ମିଶନ ୧୨୦ ଫମ୍ପା ବାହାସ୍ଫୋଟରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ଏପରିସ୍ଥଳେ ବିଜେପି ନେତୃତ୍ୱ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯେଉଁ ଫର୍ମୂଲା ନେଇ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଦଳ ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ମାତ୍ର ସାଧାରଣ ନିର୍ବାଚନର ୩ ବର୍ଷ ପରେ ଦଳର ସ୍ଥିତି ପୂର୍ବ ପରି ନାହିଁ, ଅନେକ ସ୍ଥାନରେ ଦଳୀୟ ସଂଗଠନ ହୁଗୁଳି ଗଲାଣି। ଗୋଷ୍ଠୀକନ୍ଦଳ, ନିର୍ବାଚିତ ଲୋକପ୍ରତିନିଧିଙ୍କ ନିଷ୍କ୍ରିୟତା ସର୍ବୋପରି ଶାସକ ବିଜେଡିର ଲଗାତାର ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବିଜେପିର ଭୋଟବ୍ୟାଙ୍କଙ୍କୁ ଅନେକାଂଶରେ କ୍ଷତିଗ୍ରସ୍ତ କରି ସାରିଛି। ଏହା ସତ୍ତ୍ବେ ବାସ୍ତବତାକୁ ଭୂଲି ୨୦୧୯ ନିର୍ବାଚନର ସଫଳତା ଆଧାରରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ ସମ୍ମୁଖରେ ଆସନ୍ତା ନିର୍ବାଚନ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଛି ତାହା ଦଳ ପାଇଁ ଅଧିକ କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ଗତ ସାଧାରଣ ନିର୍ବାଚନରେ ବିଜେପି ମୟୂରଭଞ୍ଜରେ ୬ ବିଧାନସଭା ଆସନ ସହ ଲୋକସଭା ଆସନ ଜିଣିବାରେ ସମର୍ଥ ହୋଇଥିଲା। ମାତ୍ର ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ଦଳର ମେରୁଦଣ୍ଡରେ ପ୍ରଚଣ୍ଡ ଆଘାତ ଦେଇଛି। ଖାଲି ମୟୂରଭଞ୍ଜ ନୁହେଁ କଳାହାଣ୍ଡିଠାରୁ ଆରମ୍ଭ କରି ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ଯେଉଁଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା ସେଠାରେ ଦଳର ସାଂଗଠନିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଦୋହଲି ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୩ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ଭୋଟ୍‍ ହାରକୁ ତଉଲିଲେ ଏହି ପାର୍ଥକ୍ୟ ସ୍ପଷ୍ଟ ହୋଇ ଯାଇଛି। ମାତ୍ର ବିଜେପି ବାସ୍ତବ ସ୍ଥିତି ପରଖିବା ପରିବର୍ତ୍ତେ ୨୦୧୯ରେ ସଫଳତା ଆଧାରରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଦଳୀୟ ରଣନୀତି ଅନୁଯାୟୀ ୨୦୧୯ରେ ଦଳ ଯେଉଁ ଲୋକସଭା ଏବଂ ବିଧାନସଭା ଆସନରେ ଅଳ୍ପ ଭୋଟରେ ହାରିଥିଲା ସେଠାରେ ଦଳ ପକ୍ଷରୁ ସ୍ୱତନ୍ତ୍ର ଫୋକସ୍‍ ଦିଆଯିବ। ସେହିପରି ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନୁନ୍ୟ ୧୦୦ଟି ବୁଥ୍‍କୁ ମଜବୁତ୍‍ କରାଯିବ। ସେହିପରି ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍‍କୁ ଶକ୍ତିଶାଳୀ କରାଯିବ। ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ପରାଜୟ ଘଟିଥିଲା, ସେଠାରେ ବିଜେପିର ଲୋକସଭା ପ୍ରବାସ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଅଧୀନରେ କେନ୍ଦ୍ରମନ୍ତ୍ରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବେ।

ଏହିକ୍ରମରେ ବିଜେପିର ୭ ଜଣ କେନ୍ଦ୍ରମନ୍ତ୍ରୀ ଗତ ୨ ଦିନ ମଧ୍ୟରେ ଓଡ଼ିଶା ଆସି ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଓଡ଼ିଶାରେ ବିଜେପି ପ୍ରାୟ ୧୬ଟି ଲୋକସଭା ଆସନ ଜିଣିବାର କ୍ଷମତା ରଖିଥିବା ନେଇ ଦଳର ରାଜ୍ୟ ନେତୃତ୍ୱମାନେ ଶୀର୍ଷ ନେତୃତ୍ୱଙ୍କୁ କାଗଜ କଲମରେ ବୁଝାଇ ଦେଇଛନ୍ତି। ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ନେଇ ସମ୍ପୂର୍ଣ୍ଣ ଅଜ୍ଞ ଦଳୀୟ ଶୀର୍ଷ ନେତୃତ୍ୱ ସେହି ଆଧାରରେ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ଏପଟେ କିନ୍ତୁ ବିଜେପି ପାଦତଳୁ ମାଟି ଖସି ଖସି ଯାଉଛି। ଯେଉଁ ୨୨ ଜଣ ବିଧାୟକ ଗତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସାଧାରଣ ଲୋକଙ୍କଠାରୁ ପ୍ରାୟତଃ ନିଜକୁ ଦୂରେଇ ରଖୁଛନ୍ତି। ବିଧାନସଭାରେ ଦଳର ପ୍ରଦର୍ଶନ ଆଦୌ ନାହିଁ କହିଲେ ଚଳେ।

ସେହିପରି ବିଭିନ୍ନ ସମୟରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବାକୁ ଚାହୁଁଥିବା ନେତାଏ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁରେ ତୁଣ୍ଡି ବାନ୍ଧୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେଲାଣି। ସେହିପରି ଦଳରେ ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଥିବା ବେଳେ ଦଳର ଅନେତ ତୃଣମୂଳସ୍ତରୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ଅନ୍ୟ ଦଳ ସମ୍ପର୍କରେ ରହିଛନ୍ତି। ଏପରିକି ବିଜେପି ଭୋଟବ୍ୟାଙ୍କର ଏକ ବଡ଼ ପ୍ରତିଶତ ଏବେ ଦଳଠାରୁ ମୁହଁ ଫେରାଇ ନେବା ସ୍ଥିତିରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

12 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର