ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା, ହାର୍ଟରେ ଜଟିଳ ସମସ୍ୟା ସହ ବ୍ରେନ୍ ଡେଡ୍ ଅବସ୍ଥା

The Sakala Picture
Published On

ନୂଆଦିଲ୍ଲୀ : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ପୁଣି ଜଟିଳ ଆଡକୁ ଗତିକରିଛି।କୁହାଯାଉଛି କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ପୂର୍ବଠାରୁ ଅଧିକ ଖରାପ ହେବାରେ ଲାଗିଛି । ତାଙ୍କ ବ୍ରେନ ପାଖା ପାଖି ଡେଡ୍ ସ୍ଥିତିରେ ରହିଛି । ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂନନା ଦେଇଛନ୍ତି । ସେ କହିଛନ୍ତି କି ଆମେ ଆମର ସମସ୍ତ […]

ନୂଆଦିଲ୍ଲୀ : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ପୁଣି ଜଟିଳ ଆଡକୁ ଗତିକରିଛି।କୁହାଯାଉଛି କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ପୂର୍ବଠାରୁ ଅଧିକ ଖରାପ ହେବାରେ ଲାଗିଛି । ତାଙ୍କ ବ୍ରେନ ପାଖା ପାଖି ଡେଡ୍ ସ୍ଥିତିରେ ରହିଛି । ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂନନା ଦେଇଛନ୍ତି । ସେ କହିଛନ୍ତି କି ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ , ଏବେ କେବଳ ଭଗବାନ ଭରସା।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଡାକ୍ତରଙ୍କ କହିବା ଅନୁସାରେ ଏବେ ଯାଏଁ କୌଣସି ସୁଧାର ଆସୁନାହିଁ । ୮ ଦିନ ପରେ ବି ବେହୋଶ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଡାକ୍ତରମାନେ ପରିବାରକୁ କହିଛନ୍ତି ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ବେଳେ ହାର୍ଟ ମଧ୍ୟ ଠିକ୍‌ସେ ଭାବରେ କାମ କରୁନାହିଁ। ରାଜୁଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଅଜିତଙ୍କ କହିବା ମୁତାବକ ବର୍ତ୍ତମାନ ରାଜୁଙ୍କ ସ୍ଥିତି ଭଲ ନାହିଁ । ଏମସରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି , ରାଜୁଙ୍କ ବ୍ରେନ ଡେଡ୍ ଅବସ୍ଥାରେ ରହିଛି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁସାରେ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଜାଣିବାକୁ ମିଳିଥିଲା ଯେ, ରାଜୁଙ୍କ ହାର୍ଟଆଟାକ ହୋଇଛି । ଏହାପରେ ଚିକିତ୍ସା ଜାରି ରହିଛି । ଭେଣ୍ଟିଲେଟରରେ ଚାଲିଛି ତାଙ୍କର ଚିକିତ୍ସା।  ଦୀର୍ଘ ୮ ଦିନ ଧରି ରାଜୁଙ୍କର ଚିକିତ୍ସା ଚାଲିଛି । ଗୁୁରୁବାର ସକାଳେ ରାଜୁ ଶ୍ରୀବାସ୍ତଙ୍କୁ ଭେଟିବା ପରେ ଅଭିନେତା ଶେଖର ସୁମନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଥିଲେ । ସେ କହିଥିଲେ କି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର