ମେଣ୍ଟ ସରକାର ଭାଙ୍ଗିବା ପରେ ଦୋଷ ଲଦାଲଦି ହେଲେ ବିଜେପି-ଜେଡିୟୁ, ଗିରିରାଜ କହିଲେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ‘ପଲଟୁ ରାମ’

The Sakala Picture
Published On

ପାଟଣା : ବିହାରରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କ ଇସ୍ତଫା ପରେ ସରକାର ଭାଙ୍ଗିଯାଇଛି। ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ ଆରଜେଡି ସମେତ ଆଉ ୭ ଦଳଙ୍କ ସମର୍ଥନ ପାଇଛି। ନୀତିଶ ଭାରତୀୟ ଜନତା ପାର୍ଟି ସହିତ ଆଠ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେଣ୍ଟ ଭାଙ୍ଗିଛନ୍ତି। ତେବେ ଏହି ମେଣ୍ଟକୁ ବଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ […]

ପାଟଣା : ବିହାରରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କ ଇସ୍ତଫା ପରେ ସରକାର ଭାଙ୍ଗିଯାଇଛି। ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ ଆରଜେଡି ସମେତ ଆଉ ୭ ଦଳଙ୍କ ସମର୍ଥନ ପାଇଛି। ନୀତିଶ ଭାରତୀୟ ଜନତା ପାର୍ଟି ସହିତ ଆଠ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେଣ୍ଟ ଭାଙ୍ଗିଛନ୍ତି। ତେବେ ଏହି ମେଣ୍ଟକୁ ବଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ସେ ବିଜେପି କଥା ନମାନି ଇସ୍ତଫା ଦେବା ସହ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳ ସହ ଗଠବନ୍ଧନ କରି ସରକାର ଗଠନ କରିବେ ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ନୀତିଶଙ୍କ ଏହି ନିଷ୍ପତ୍ତି ପରେ ବିଜେପି ପକ୍ଷରୁ ନିତୀଶଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ପକ୍ଷରୁ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ବିଶ୍ୱାସଘାତକତା ବୋଲି କୁହାଯାଇଛି । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ କୁହାଯାଇଛି କି ବିଧାନସଭା ନିର୍ବାଚନରେ ବିହାରର ଜନତା ଏନଡିଏକୁ ଜନାଦେଶ ଦେଇଥିଲେ । ତେଣୁ ମେଣ୍ଟ ଭାଙ୍ଗି ନୀତିଶ କୁମାର ଉଭୟ ବିହାରର ଜନତା ଓ ବିଜେପି ସହ ବିଶ୍ୱାସଘାତକତା କରିଥିବା କଥା ସେ କହିଛନ୍ତି । ଜନମତ ସହ ନୀତିଶ କୁମାର ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସେହିପରି ବିଜେପିର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି। ହେଲେ ନୀତୀଶ ଏଭଳି ନକରି ମେଣ୍ଟ ଭାଙ୍ଗିଛନ୍ତି। ଏପରିକି ଯେତେବେଳେ ଆମର ୬୩ଜଣ ବିଧାୟକ ଥିଲେ ଏବଂ ତାଙ୍କର ୩୬ଜଣ ବିଧାୟକ ଥିଲେ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା। ୩ଦଶନ୍ଧି ମଧ୍ୟରେ ସେ ଅନେକ ଥର ନିଜର ସହଯୋଗୀ ଦଳ ବଦଳାଇଛନ୍ତି। ଏବେ ପୁଣି ପଲଟୁ ରାମ ନିଜ ସହଯୋଗୀ ଦଳକୁ ଧୋକା ଦେଇ ଇତିହାସକୁ ଦୋହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବିହାରରେ ଜେଡି (ୟୁ) ସହିତ ବିଜେପିର ମେଣ୍ଟ ଭାଙ୍ଗିବାକୁ ନେଇ ଦଳ ଦୁଃଖିତ ନୁହେଁ। ବିଜେପି କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ। ଦଳ ସର୍ବଦା ନିଜ ସିଦ୍ଧାନ୍ତରେ ଅଟଳ। ବିଜେପି ଗଠବନ୍ଧନର ନିୟମ ପାଳନ କରିଛି। ଏନେଇ କେହି ବିଜେପିକୁ ଆଙ୍ଗଳି ଉଠାଇ ପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଅନ୍ୟପଟେ ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀତିଶ କୁମାର । ସେ କହିଛନ୍ତି କି ବିଜେପି ସହ ମେଣ୍ଟ ଭାଙ୍ଗିବା ତାଙ୍କର ନିଷ୍ପତ୍ତି ନୁହେଁ ବରଂ ଏହା ଦଳର ନିଷ୍ପତ୍ତି । ଦଳର ବିଧାୟକ ଓ ସାଂସଦମାନେ ଏନଡିଏରୁ ବାହାରି ଯିବାକୁ ଚାହୁଁଥିଲେ । ତେଣୁ ସେମାନଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ବିଜେପି ସହ ଥିବା ମେଣ୍ଟ ଭାଙ୍ଗି ଦିଆଯାଇଥିବା କଥା ନୀତିଶ କୁମାର କହିଛନ୍ତି । ନୀତିଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସବୁ ସମୟରେ ଆମକୁ ଶକ୍ତିହୀନ କରିବା ପାଇଁ ଚେଷ୍ଟା କରୁଥିଲା । ବାରମ୍ବାର ଦଳ ଜେଡିୟୁ ଅପମାନିତ କରିଛି । ଯାହାପରେ ଦଳର ନେତାଙ୍କ ସମେତ ବିହାର ଜନତା ମଧ୍ୟ ବିଜେପି ସହ ମେଣ୍ଟ ଭଙ୍ଗ କରିବାକୁ ଚାହିୁଁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର