ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା, ହାଇକୋର୍ଟରେ ଥିବା ଏକାଧିକ ମାମଲା ରଦ୍ଦ

The Sakala Picture
Published On

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାରାଧୀନ ଥିବା ଏକାଧିକ ମାମଲା ଆଜି ରଦ୍ଦ ହୋଇଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡିକୁ ରଦ୍ଦ କରିଛନ୍ତି। ଫଳରେ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ରୁଜୁ ମୂଳ ମାମଲା ସହ ଏହି ସମ୍ପର୍କିତ ଅନ୍ୟ କେତେଗୁଡିଏ ମାମଲାକୁ ମଧ୍ୟ ଆଜି ଖାରଜ କରିଦିଆଯାଇଛି। ସୁପ୍ରିମକୋର୍ଟ ଗତ ୩ତାରିଖରେ ଏହି […]

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାରାଧୀନ ଥିବା ଏକାଧିକ ମାମଲା ଆଜି ରଦ୍ଦ ହୋଇଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡିକୁ ରଦ୍ଦ କରିଛନ୍ତି। ଫଳରେ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ରୁଜୁ ମୂଳ ମାମଲା ସହ ଏହି ସମ୍ପର୍କିତ ଅନ୍ୟ କେତେଗୁଡିଏ ମାମଲାକୁ ମଧ୍ୟ ଆଜି ଖାରଜ କରିଦିଆଯାଇଛି। ସୁପ୍ରିମକୋର୍ଟ ଗତ ୩ତାରିଖରେ ଏହି ପ୍ରସଙ୍ଗ ସମ୍ପର୍କିତ ଦୁଇ ମାମଲାକୁ ଜନସ୍ୱାର୍ଥ ମାମଲା ବୋଲି ବିବେଚନା ନକରିବା ସହ ଏହାକୁ ଖାରଜ କରିଥିଲେ। ଏପରିକି ଅଦାଲତଙ୍କ ସମୟ ନଷ୍ଟ ପାଇଁ ଆବେଦନକାରୀଙ୍କ ଉପରେ ଜରିମାନା କରିଥିଲେ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା ହୋଇଥିଲା ବେଳେ ଆଜି ହାଇକୋର୍ଟରୁ ମଧ୍ୟ ଅନ୍ୟ ଆବେଦନକାରୀ ମାନେ ନିରାଶ ହୋଇଛନ୍ତି। ଯେହେତୁ ସୁପ୍ରିମକୋର୍ଟ ରାୟ ଆସିସାରିଛି ଏଣୁ ହାଇକୋର୍ଟରେ ଦାୟର ମାମଲାର ଆଉ ପ୍ରାସଙ୍ଗିକତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ମାମଲାକୁ ଆଉ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ଶୁଣାଣି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରକାଶଥାଉକି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବେଆଇନ ଦର୍ଶାଇ ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଉକ୍ତ କାର୍ଯ୍ୟ ନିଷିଦ୍ଧାଞ୍ଚଳରେ ହେଉଥିବା ତଥା ଏଥିପାଇଁ ଅନୁମତି ଦିଆଯାଇନଥିବା ଆବେଦନରେ ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ଏହି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ), ଏନଏମଏ ଓ ରାଜ୍ୟ ସରକାର ପକ୍ଷ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରି ଗତ ସେପ୍ଟେମ୍ବର ୪ରେ ଏନଏମଏ(ନ୍ୟାସନାଲ ମନୁମେଣ୍ଟ ଅଥରିଟି)ଙ୍କ ପକ୍ଷରୁ ପ୍ରକଳ୍ପ ପାଇଁ ଏନଓସି ମିଳିଥିବା କହିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ ପ୍ରଦାନ ପ୍ରସଙ୍ଗରେ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରହିଥିବା ଆଦେଶକୁ କାର୍ଯ୍ୟକାରୀ କରାଯାଉଛି ବୋଲି ସରକାର କହିଥିଲେ। ହାଇକୋର୍ଟ କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଉପରେ ଆଦୌ ରହିତାଦେଶ ଦେଇ ନଥିଲେ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

23 Jun 2022 By The Sakala

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା, ହାଇକୋର୍ଟରେ ଥିବା ଏକାଧିକ ମାମଲା ରଦ୍ଦ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାରାଧୀନ ଥିବା ଏକାଧିକ ମାମଲା ଆଜି ରଦ୍ଦ ହୋଇଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡିକୁ ରଦ୍ଦ କରିଛନ୍ତି। ଫଳରେ ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ରୁଜୁ ମୂଳ ମାମଲା ସହ ଏହି ସମ୍ପର୍କିତ ଅନ୍ୟ କେତେଗୁଡିଏ ମାମଲାକୁ ମଧ୍ୟ ଆଜି ଖାରଜ କରିଦିଆଯାଇଛି। ସୁପ୍ରିମକୋର୍ଟ ଗତ ୩ତାରିଖରେ ଏହି ପ୍ରସଙ୍ଗ ସମ୍ପର୍କିତ ଦୁଇ ମାମଲାକୁ ଜନସ୍ୱାର୍ଥ ମାମଲା ବୋଲି ବିବେଚନା ନକରିବା ସହ ଏହାକୁ ଖାରଜ କରିଥିଲେ। ଏପରିକି ଅଦାଲତଙ୍କ ସମୟ ନଷ୍ଟ ପାଇଁ ଆବେଦନକାରୀଙ୍କ ଉପରେ ଜରିମାନା କରିଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ଝଟକା ହୋଇଥିଲା ବେଳେ ଆଜି ହାଇକୋର୍ଟରୁ ମଧ୍ୟ ଅନ୍ୟ ଆବେଦନକାରୀ ମାନେ ନିରାଶ ହୋଇଛନ୍ତି। ଯେହେତୁ ସୁପ୍ରିମକୋର୍ଟ ରାୟ ଆସିସାରିଛି ଏଣୁ ହାଇକୋର୍ଟରେ ଦାୟର ମାମଲାର ଆଉ ପ୍ରାସଙ୍ଗିକତା ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ମାମଲାକୁ ଆଉ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ଶୁଣାଣି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରକାଶଥାଉକି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ବେଆଇନ ଦର୍ଶାଇ ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଉକ୍ତ କାର୍ଯ୍ୟ ନିଷିଦ୍ଧାଞ୍ଚଳରେ ହେଉଥିବା ତଥା ଏଥିପାଇଁ ଅନୁମତି ଦିଆଯାଇନଥିବା ଆବେଦନରେ ଦର୍ଶାଯାଇଥିଲା।

ଏହି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ), ଏନଏମଏ ଓ ରାଜ୍ୟ ସରକାର ପକ୍ଷ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରି ଗତ ସେପ୍ଟେମ୍ବର ୪ରେ ଏନଏମଏ(ନ୍ୟାସନାଲ ମନୁମେଣ୍ଟ ଅଥରିଟି)ଙ୍କ ପକ୍ଷରୁ ପ୍ରକଳ୍ପ ପାଇଁ ଏନଓସି ମିଳିଥିବା କହିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ ପ୍ରଦାନ ପ୍ରସଙ୍ଗରେ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରହିଥିବା ଆଦେଶକୁ କାର୍ଯ୍ୟକାରୀ କରାଯାଉଛି ବୋଲି ସରକାର କହିଥିଲେ। ହାଇକୋର୍ଟ କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଉପରେ ଆଦୌ ରହିତାଦେଶ ଦେଇ ନଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର