ବିବାଦରେ ଅଭିନେତା ସୋନୁ ସୁଦ୍‍

The Sakala Picture
Published On

ଭୁବନେଶ୍ୱର : କୋଭିଡ଼ କାଳରେ ବିଭିନ୍ନ ଲୋକଙ୍କୁ ସହାୟତାର ହାତ ବଢ଼଼ାଇ ପ୍ରଶଂସିତ ହୋଇଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କେହି ତାଙ୍କ ନାଁରେ ମନ୍ଦିର ଗଢ଼ିଛି ତ କେହି ନିଜ ନବଜାତ ପିଲାର ନାଁ ମଧ୍ୟ ଅଭିନେତାଙ୍କ ନାଁରେ ରଖୁଛନ୍ତି। ଗତବର୍ଷ କେନ୍ଦ୍ରାପଡ଼ାର କିଛି ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ସୋନୁ ବେଶ୍‍ ପ୍ରଶଂସା ପାଇଥିଲେ। ମାତ୍ର ଗଞ୍ଜାମ ଜିଲାରେ ଜଣେ କୋଭିଡ଼ ପୀଡ଼ିତା ମହିଳାଙ୍କୁ ଶଯ୍ୟା ଯୋଗାଣ ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି […]

ଭୁବନେଶ୍ୱର : କୋଭିଡ଼ କାଳରେ ବିଭିନ୍ନ ଲୋକଙ୍କୁ ସହାୟତାର ହାତ ବଢ଼଼ାଇ ପ୍ରଶଂସିତ ହୋଇଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କେହି ତାଙ୍କ ନାଁରେ ମନ୍ଦିର ଗଢ଼ିଛି ତ କେହି ନିଜ ନବଜାତ ପିଲାର ନାଁ ମଧ୍ୟ ଅଭିନେତାଙ୍କ ନାଁରେ ରଖୁଛନ୍ତି। ଗତବର୍ଷ କେନ୍ଦ୍ରାପଡ଼ାର କିଛି ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ସୋନୁ ବେଶ୍‍ ପ୍ରଶଂସା ପାଇଥିଲେ। ମାତ୍ର ଗଞ୍ଜାମ ଜିଲାରେ ଜଣେ କୋଭିଡ଼ ପୀଡ଼ିତା ମହିଳାଙ୍କୁ ଶଯ୍ୟା ଯୋଗାଣ ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ଏହି ଅଭିନେତା। ଗଞ୍ଜାମର ଜଣେ ମହିଳା କୋଭିଡ଼ ରୋଗୀଙ୍କୁ ବ୍ରହ୍ମପୁର ସିଟି ହସପିଟାଲରେ ଶଯ୍ୟା ଯୋଗାଣ ପ୍ରସଙ୍ଗ ସୋନୁ ସୁଦ୍‍ କରିଥିବା ଟ୍ୱିଟ୍‍ର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗଞ୍ଜାମ ଜିଲାପାଳ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ରଶ୍ମିତା କହିଲେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ, 'ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ବଡ଼ ଯା'

ଆହୁରି ପଢ଼ନ୍ତୁ: ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମ୍‌ରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଶଯ୍ୟାର ଅଭାବ ନେଇ କୌଣସି ଅଭିଯୋଗ ଆସି ନ ଥିବା ଓ କେହି ଶଯ୍ୟା ନେଇ ଜିଲା ପ୍ରଶାସନ ସହ ଯୋଗାଯୋଗ କରି ନଥିବା ଉଲ୍ଲେଖ କରି ସଂକ୍ରମିତଙ୍କ ନିମନ୍ତେ ଅଭିନେତା ସୋନୁ ସୁଦ୍‍ ଶଯ୍ୟା ବନ୍ଦୋବସ୍ତ କରିବା ନେଇ ଜିଲାପାଳଙ୍କ ପାଲଟା ଟ୍ୱିଟ୍‍ ପରେ ବଦଳିଛି ସୋନୁଙ୍କ ସ୍ୱର। ସେ ପୁନର୍ବାର ଟ୍ୱିଟ୍‍ କରି ଜିଲାପାଳ ଓ ତାଙ୍କ କାର୍ଯ୍ୟାଳୟ ଉତ୍ତମ କାର୍ଯ୍ୟ କରୁଥିବା ଉଲ୍ଲେଖ କରି ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।
କୋଭିଡ଼ ପୀଡ଼ିତ ହୋଇଥିବା ଜଣେ ରୋଗୀଙ୍କୁ ବ୍ରହ୍ମପୁରସ୍ଥିତ ସିଟି ହସପିଟାଲରେ ଏକ ଶଯ୍ୟା ଯୋଗାଇ ଦିଆଯାଇଛି ବୋଲି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ ଅଭିନେତା ସୋନୁ ସୁଦ୍‍।

ଆହୁରି ପଢ଼ନ୍ତୁ: ତାମିଲନାଡୁରେ ବିଜୟଙ୍କ ଧମାକା: ଛୋଟ ଦଳଙ୍କୁ ନେଇ ସରକାର ଗଠନ ପାଇଁ ବଢିଲା ଅଙ୍କକଷା, DMK-AIDMK ମେଣ୍ଟ ଚର୍ଚ୍ଚା

ସୁଦ୍‍ ଫାଉଣ୍ଡେସନକୁ ମଧ୍ୟ ଏହି ପୋଷ୍ଟ ଟ୍ୟାଗ କରାଯାଇଥିଲା। ମାତ୍ର ଜିଲାପ୍ରଶାସନ ନଜରକୁ ସୋନୁ ସୁଦଙ୍କ ଏହି ଟ୍ୱିଟ୍‍ ଆସିବା ପରେ ଜିଲାପାଳ ଅମୃତ କୁଲାଙ୍ଗେ ସୋନୁଙ୍କ ଟ୍ୱିଟ୍‍କୁ ସେୟାର କରି ସୋନୁ ସୁଦ୍‍ ବା ସୁଦ୍‍ ଫାଉଣ୍ଡେସନ ପକ୍ଷରୁ କୌରସି ଶଯ୍ୟା ନେଇ ଅନୁରୋଧ କରାଯାଇନାହିଁ। ତାଙ୍କ ଦ୍ୱାରା ଶଯ୍ୟାର କୌଣସି ବନ୍ଦୋବସ୍ତ କରାଯାଇ ନାହିଁ। ଗଞ୍ଜାମ ଜିଲାରେ ଶଯ୍ୟାର ଅଭାବ ନେଇ ନାହିଁ ଓ ଯେଉଁ ରୋଗୀଙ୍କ କଥା କୁହାଯାଉଛି ସେ ବର୍ତ୍ତମାନ ଗୃହ ସଙ୍ଗରୋଧରେ ଅଛନ୍ତି ବୋଲି ଉଲ୍ଲେଖ କରି ଜିଲାପାଳ ବ୍ରହ୍ମପୁରରେ କୋଭିଡ଼ ପ୍ରସଙ୍ଗରେ ଧ୍ୟାନ ଦିଆଯାଉଥିବା କହିଥିଲେ।

ଜିଲାପାଳଙ୍କ ଟ୍ୱିଟ୍‍ ପରେ ସୋନୁ ସୁଦ୍‍ ବଦଳାଇଛନ୍ତି ନିଜର ସ୍ୱର। ଅନ୍ୟଏକ ଟ୍ୱିଟରେ ସେ ଜିଲାପାଳ ଓ ଜିଲାପାଳଙ୍କୁ କୋଭିଡ଼ ଦାୟିତ୍ୱ ପରିଚାଳନା ନେଇ ପ୍ରଶଂସା କରିଛନ୍ତି। ତାଙ୍କୁ ସହାୟତା ନିମନ୍ତେ କରାଯାଇଥିବା ଅନୁରୋଧର ସ୍କ୍ରିନ୍‍ ସଟ୍‍କୁ ନିଜ ଟ୍ୱିଟରରେ ସ୍ଥାନୀତ କରିବା ସହ ସେ ଜିଲାପ୍ରଶାସନକୁ କେବେ କୌଣସି ରୋଗୀ ନିମନ୍ତେ ଅନୁରୋଧ କରି ନ ଥିବା ସ୍ୱୀକାର କରିଛନ୍ତି।

18 May 2021 By The Sakala

ବିବାଦରେ ଅଭିନେତା ସୋନୁ ସୁଦ୍‍

ଭୁବନେଶ୍ୱର : କୋଭିଡ଼ କାଳରେ ବିଭିନ୍ନ ଲୋକଙ୍କୁ ସହାୟତାର ହାତ ବଢ଼଼ାଇ ପ୍ରଶଂସିତ ହୋଇଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କେହି ତାଙ୍କ ନାଁରେ ମନ୍ଦିର ଗଢ଼ିଛି ତ କେହି ନିଜ ନବଜାତ ପିଲାର ନାଁ ମଧ୍ୟ ଅଭିନେତାଙ୍କ ନାଁରେ ରଖୁଛନ୍ତି। ଗତବର୍ଷ କେନ୍ଦ୍ରାପଡ଼ାର କିଛି ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ସୋନୁ ବେଶ୍‍ ପ୍ରଶଂସା ପାଇଥିଲେ। ମାତ୍ର ଗଞ୍ଜାମ ଜିଲାରେ ଜଣେ କୋଭିଡ଼ ପୀଡ଼ିତା ମହିଳାଙ୍କୁ ଶଯ୍ୟା ଯୋଗାଣ ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ଏହି ଅଭିନେତା। ଗଞ୍ଜାମର ଜଣେ ମହିଳା କୋଭିଡ଼ ରୋଗୀଙ୍କୁ ବ୍ରହ୍ମପୁର ସିଟି ହସପିଟାଲରେ ଶଯ୍ୟା ଯୋଗାଣ ପ୍ରସଙ୍ଗ ସୋନୁ ସୁଦ୍‍ କରିଥିବା ଟ୍ୱିଟ୍‍ର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗଞ୍ଜାମ ଜିଲାପାଳ।

ଶଯ୍ୟାର ଅଭାବ ନେଇ କୌଣସି ଅଭିଯୋଗ ଆସି ନ ଥିବା ଓ କେହି ଶଯ୍ୟା ନେଇ ଜିଲା ପ୍ରଶାସନ ସହ ଯୋଗାଯୋଗ କରି ନଥିବା ଉଲ୍ଲେଖ କରି ସଂକ୍ରମିତଙ୍କ ନିମନ୍ତେ ଅଭିନେତା ସୋନୁ ସୁଦ୍‍ ଶଯ୍ୟା ବନ୍ଦୋବସ୍ତ କରିବା ନେଇ ଜିଲାପାଳଙ୍କ ପାଲଟା ଟ୍ୱିଟ୍‍ ପରେ ବଦଳିଛି ସୋନୁଙ୍କ ସ୍ୱର। ସେ ପୁନର୍ବାର ଟ୍ୱିଟ୍‍ କରି ଜିଲାପାଳ ଓ ତାଙ୍କ କାର୍ଯ୍ୟାଳୟ ଉତ୍ତମ କାର୍ଯ୍ୟ କରୁଥିବା ଉଲ୍ଲେଖ କରି ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।
କୋଭିଡ଼ ପୀଡ଼ିତ ହୋଇଥିବା ଜଣେ ରୋଗୀଙ୍କୁ ବ୍ରହ୍ମପୁରସ୍ଥିତ ସିଟି ହସପିଟାଲରେ ଏକ ଶଯ୍ୟା ଯୋଗାଇ ଦିଆଯାଇଛି ବୋଲି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ ଅଭିନେତା ସୋନୁ ସୁଦ୍‍।

ସୁଦ୍‍ ଫାଉଣ୍ଡେସନକୁ ମଧ୍ୟ ଏହି ପୋଷ୍ଟ ଟ୍ୟାଗ କରାଯାଇଥିଲା। ମାତ୍ର ଜିଲାପ୍ରଶାସନ ନଜରକୁ ସୋନୁ ସୁଦଙ୍କ ଏହି ଟ୍ୱିଟ୍‍ ଆସିବା ପରେ ଜିଲାପାଳ ଅମୃତ କୁଲାଙ୍ଗେ ସୋନୁଙ୍କ ଟ୍ୱିଟ୍‍କୁ ସେୟାର କରି ସୋନୁ ସୁଦ୍‍ ବା ସୁଦ୍‍ ଫାଉଣ୍ଡେସନ ପକ୍ଷରୁ କୌରସି ଶଯ୍ୟା ନେଇ ଅନୁରୋଧ କରାଯାଇନାହିଁ। ତାଙ୍କ ଦ୍ୱାରା ଶଯ୍ୟାର କୌଣସି ବନ୍ଦୋବସ୍ତ କରାଯାଇ ନାହିଁ। ଗଞ୍ଜାମ ଜିଲାରେ ଶଯ୍ୟାର ଅଭାବ ନେଇ ନାହିଁ ଓ ଯେଉଁ ରୋଗୀଙ୍କ କଥା କୁହାଯାଉଛି ସେ ବର୍ତ୍ତମାନ ଗୃହ ସଙ୍ଗରୋଧରେ ଅଛନ୍ତି ବୋଲି ଉଲ୍ଲେଖ କରି ଜିଲାପାଳ ବ୍ରହ୍ମପୁରରେ କୋଭିଡ଼ ପ୍ରସଙ୍ଗରେ ଧ୍ୟାନ ଦିଆଯାଉଥିବା କହିଥିଲେ।

ଜିଲାପାଳଙ୍କ ଟ୍ୱିଟ୍‍ ପରେ ସୋନୁ ସୁଦ୍‍ ବଦଳାଇଛନ୍ତି ନିଜର ସ୍ୱର। ଅନ୍ୟଏକ ଟ୍ୱିଟରେ ସେ ଜିଲାପାଳ ଓ ଜିଲାପାଳଙ୍କୁ କୋଭିଡ଼ ଦାୟିତ୍ୱ ପରିଚାଳନା ନେଇ ପ୍ରଶଂସା କରିଛନ୍ତି। ତାଙ୍କୁ ସହାୟତା ନିମନ୍ତେ କରାଯାଇଥିବା ଅନୁରୋଧର ସ୍କ୍ରିନ୍‍ ସଟ୍‍କୁ ନିଜ ଟ୍ୱିଟରରେ ସ୍ଥାନୀତ କରିବା ସହ ସେ ଜିଲାପ୍ରଶାସନକୁ କେବେ କୌଣସି ରୋଗୀ ନିମନ୍ତେ ଅନୁରୋଧ କରି ନ ଥିବା ସ୍ୱୀକାର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର