ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଜୁନ୍‌ ପହିଲାରୁ ୬ ବଡ଼ ପରିବର୍ତ୍ତନ: ବୀମାଠାରୁ ସୁନା ହଲମାର୍କିଂ ପର୍ଯ୍ଯନ୍ତ ବଦଳିବ ସବୁ ନିୟମ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାଠାରୁ ବଦଳିବାକୁ ଯାଉଛି ବହୁ ନିୟମ। ଏଥିରେ ବୀମା ଓ ବ୍ୟାଙ୍କିଙ୍ଗ୍‌ଠାରୁ ଅାରମ୍ଭ କରି ଗୃହ ଋଣ ଏବଂ ସୁନା ଅଳଙ୍କାରର ହଲମାର୍କିଂ ଯାଏ ୬ ଟି ବଡ ପରିବର୍ତ୍ତନ ଜୁନ୍ ପହିଲାରୁ ହେବାକୁ ଯାଉଛି। ଏହି ସବୁ ପରିବର୍ତ୍ତନ ଗ୍ରାହକଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଗାଡ଼ିର ତୃତୀୟ ପକ୍ଷ ବୀମା ମହଙ୍ଗା ଜୁନ୍ ପହିଲାରୁ, ଦୁଇଟି ଚକିଆ ଏବଂ ଚାରି ଚକିଆ ଯାନର ତୃତୀୟ ପକ୍ଷ ବୀମା ମହଙ୍ଗା […]

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାଠାରୁ ବଦଳିବାକୁ ଯାଉଛି ବହୁ ନିୟମ। ଏଥିରେ ବୀମା ଓ ବ୍ୟାଙ୍କିଙ୍ଗ୍‌ଠାରୁ ଅାରମ୍ଭ କରି ଗୃହ ଋଣ ଏବଂ ସୁନା ଅଳଙ୍କାରର ହଲମାର୍କିଂ ଯାଏ ୬ ଟି ବଡ ପରିବର୍ତ୍ତନ ଜୁନ୍ ପହିଲାରୁ ହେବାକୁ ଯାଉଛି। ଏହି ସବୁ ପରିବର୍ତ୍ତନ ଗ୍ରାହକଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଅପରାହ୍ଣ ୩ରେ ୱେବସାଇଟ୍‌ରେ ହେବ ଉପଲବ୍‌ଧ

ଗାଡ଼ିର ତୃତୀୟ ପକ୍ଷ ବୀମା ମହଙ୍ଗା
ଜୁନ୍ ପହିଲାରୁ, ଦୁଇଟି ଚକିଆ ଏବଂ ଚାରି ଚକିଆ ଯାନର ତୃତୀୟ ପକ୍ଷ ବୀମା ମହଙ୍ଗା ହେବାକୁ ଯାଉଛି। ଏହାଫଳରେ ବର୍ତ୍ତମାନ ଆପଣଙ୍କୁ ତୃତୀୟ ପକ୍ଷ ବୀମା ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡିବ। ଦୁଇ ଚକିଆ ଯାନ କ୍ଷେତ୍ରରେ ୧୫୦ ସିସିରୁ ୩୫୦ ସିସି ମଧ୍ୟରେ ଯାନବାହନ ପାଇଁ ପ୍ରିମିୟମ ଦେୟ ୧୩୬୬ ଟଙ୍କା ରଖାଯାଇଥିବାବେଳେ ୩୫୦ ସିସିରୁ ଅଧିକ ଯାନ ପାଇଁ ପ୍ରିମିୟମ ୨୮୦୪ ଟଙ୍କା ପଡ଼ିବ।

ଏସବିଆଇ ଗୃହ ଋଣ ସୁଧହାର ବଢ଼ିବ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଘରୋଇ ଋଣ ବାହ୍ୟ ବେଞ୍ଚମାର୍କ ଋଣ ସୁଧ ହାର (ଇବିଏଲ୍‌ଆର୍‌)କୁ ୪୦ ବେସିସ୍‌ ପଏଣ୍ଟକୁ ୭.୦୫%କୁ ବୃଦ୍ଧି କରିଥିବାବେଳେ ଆରଏଲଏଲଆର ୬.୬୫% ପ୍ଲସ୍‌ କ୍ରେଡିଟ ରିସ୍କ ପ୍ରିମିୟମ ହେବ। ବର୍ଦ୍ଧିତ ସୁଧ ହାର ଜୁନ୍ ପହିଲାଠାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଗୃହ ଋଣ ସୁଧହାର ବୃଦ୍ଧି ପାଇବ। ଏହାପୂର୍ବରୁ ଇବିଏଲ୍‌ଆର୍‌ ୬.୬୫% ରହି ଥିବାବେଳେ ରେପୋ-ଲିଙ୍କ୍ ଋଣ ହାର (ଆର୍‌ଏଳ୍‌ଏଳ୍‌ଆର୍‌) ୬.୨୫% ରହିଥିଲା।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ କାରବାର ଶୁଳ୍କ
ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ମାଧ୍ୟମରେ କାରବାର ମଧ୍ୟ ଜୁନ୍ ମାସରୁ ମହଙ୍ଗା ହେବ। ଆଇପିପିବି ଜୁନ୍ ୧୫ରୁ ଗ୍ରାହକଙ୍କଠାରୁ ନଗଦ କାରବାର ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ, ପ୍ରଥମ ତିନିଟି ନଗଦ ଟଙ୍କା ଉଠାଇବା, ନଗଦ ଜମା ଏବଂ ମିନି ଷ୍ଟେଟମେଣ୍ଟ ପାଇଁ କୌଣସି ଦେୟ ଲାଗୁ ହେବ ନାହିଁ । ମାଗଣା କାରବାର ପରେ ପ୍ରତ୍ୟେକ ନଗଦ ପ୍ରତ୍ୟାହାର କିମ୍ବା ନଗଦ ଜମା ପାଇଁ ଗ୍ରାହକ ୨୦ ଟଙ୍କା ସହ ଜିଏସ୍‌ଟି ଦେବେ। ଏଥିସହ ଏକ ମିନି ଷ୍ଟେଟମେଣ୍ଟ କାରବାର କ୍ଷେତ୍ରରେ ୫ ଟଙ୍କା ସହ ଜିଏସ୍‌ଟି ଦେବାକୁ ହେବ।

ସୁନା ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ
ଜୁଡ଼୍ରୁ ସୁନାର ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ବର୍ତ୍ତମାନ ୨୫୬ ଟି ପୁରୁଣା ଜିଲା ବ୍ୟତୀତ ୩୨ ଟି ନୂତନ ଜିଲାରେ ହଲମାର୍କିଂ କେନ୍ଦ୍ର ଖୋଲାଯିବ। ବର୍ତ୍ତମାନ ଏହି ୨୮୮ ଟି ଜିଲାରେ ସୁନା ଅଳଙ୍କାରର ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ। ବର୍ତ୍ତମାନ ଏହି ଜିଲ୍ଲାଗୁଡ଼ିକରେ କେବଳ ୧୪, ୧୮, ୨୦, ୨୨, ୨୩ ଏବଂ ୨୪ କ୍ୟାରେଟ୍ ଅଳଙ୍କାର ବିକ୍ରି ହୋଇପାରିବ। ଏଗୁଡ଼ିକ କେବଳ ହଲମାର୍କିଂ ପରେ ବିକ୍ରୟ କରିବାକୁ ସକ୍ଷମ ହେବ।

ଏକ୍ସିସ୍ ବ୍ୟାଙ୍କ ସଞ୍ଚୟ ଖାତା ନିୟମରେ ପରିବର୍ତ୍ତନ
ସଞ୍ଚୟ ଖାତାରେ ସେବା ଚାର୍ଜ ବୃଦ୍ଧି କରିବାକୁ ଏକ୍ସିସ୍ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜୁନ୍ ୧ରୁ ସଞ୍ଚୟ କାତାରେ ସର୍ବନିମ୍ନ ସନ୍ତୁଳନ ବଜାୟ ରଖିବା ପାଇଁ ସୀମା ବୃଦ୍ଧି କରାଯାଇଛି। ଏହା ଅଧୀନରେ, ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୧୫,୦୦୦ ବଦଳରେ ସର୍ବନିମ୍ନ ୨୫,୦୦୦ ଟଙ୍କା କିମ୍ବା ଏକ୍ସିସ୍ ବ୍ୟାଙ୍କର ସମସ୍ତ ପ୍ରକାର ସଞ୍ଚୟ ଖାତାରେ ୧ ଲକ୍ଷ ଟଙ୍କା ଜମା ରଖିବାକୁ ପଡିବ।

ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହେବ
ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରିଥାନ୍ତି। ଜୁଡ଼୍ ପହିଲାଠାରୁ ତୈଳ କମ୍ପାନୀ ପୁନର୍ବାର ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍‌ଦି ଘଟାଇପାରନ୍ତି। ଏହାପୂର୍ବରୁ ମେ ପହିଲାରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା ମହଙ୍ଗା ହୋଇଥିଲା।

30 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର