ଖୁବ୍ ଶୀଘ୍ର ବଜାର ପ୍ରବେଶ କରିବ ଟାଟା ମୋଟର୍ସର ଦ୍ୱିତୀୟ ଇଲେକ୍ଟ୍ରିକାର, ଥରେ ଚାର୍ଜ ହେଲେ ଯିବ ୩୫୦ କି.ମି.

The Sakala Picture
Published On

ନୂଆଦିଲ୍ଲୀ:  ଟାଟା ମୋଟର୍ସ  ନିକଟରେ ତାହାର ଦ୍ୱିତୀୟ ଇଲେକ୍ଟ୍ରିକାର ଟାଟା ଟିଗରର ଉନ୍ମୋଚନ କରିଛି। ବର୍ତ୍ତମାନ ଏହି କାରଟି କେବଳ ପ୍ରଦର୍ଶନ କରାଯାଉଛି। ଖୁବ୍ ଶୀଘ୍ର ଏହାକୁ ବିକ୍ରି ପାଇଁ ବଜାରକୁ ଛଡାଯିବ। ଇତିମଧ୍ୟରେ କମ୍ପାନୀ ଏହି କାରର ବୁକିଂ କରିବା ମଧ୍ୟ ଆରମ୍ଭ କରିଛି। ତେବେ ଏହି କାର ସହ ଜଡିତ ସମସ୍ତ ବିବରଣୀ କମ୍ପାନୀ ଦ୍ୱାରା ସେୟାର କରାଯାଇଥିଲା, କିନ୍ତୁ ଏହାର ଡ୍ରାଇଭିଂ ରେଞ୍ଜ ବିଷୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି […]

ନୂଆଦିଲ୍ଲୀ:  ଟାଟା ମୋଟର୍ସ  ନିକଟରେ ତାହାର ଦ୍ୱିତୀୟ ଇଲେକ୍ଟ୍ରିକାର ଟାଟା ଟିଗରର ଉନ୍ମୋଚନ କରିଛି। ବର୍ତ୍ତମାନ ଏହି କାରଟି କେବଳ ପ୍ରଦର୍ଶନ କରାଯାଉଛି। ଖୁବ୍ ଶୀଘ୍ର ଏହାକୁ ବିକ୍ରି ପାଇଁ ବଜାରକୁ ଛଡାଯିବ। ଇତିମଧ୍ୟରେ କମ୍ପାନୀ ଏହି କାରର ବୁକିଂ କରିବା ମଧ୍ୟ ଆରମ୍ଭ କରିଛି। ତେବେ ଏହି କାର ସହ ଜଡିତ ସମସ୍ତ ବିବରଣୀ କମ୍ପାନୀ ଦ୍ୱାରା ସେୟାର କରାଯାଇଥିଲା, କିନ୍ତୁ ଏହାର ଡ୍ରାଇଭିଂ ରେଞ୍ଜ ବିଷୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ଇଲେକ୍ଟ୍ରିକ୍ ସେଦାନ୍ କାର୍ ଥରେ ଚାର୍ଜ ହେଲେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ। ଟାଟା ନେକ୍ସନ୍ ପରେ କମ୍ପାନୀ ତରଫରୁ ଏହା ହେଉଛି ଦ୍ୱିତୀୟ ଇଲେକ୍ଟ୍ରିକ୍ କାର। ତେବେ ଆସନ୍ତା ୩୧ ଅଗଷ୍ଟରେ ଏହା ଆନୁଷ୍ଠାନିକ ଭାବରେ ବିକ୍ରି ପାଇଁ ବଜାରରେ ଉପଲବ୍‌ଧ ହେବ। ଏବେ କାରଟି ଡିଲରସିପ୍‌ରେ ପହଞ୍ଚିବା ଆରମ୍ଭ ହୋଇଛି। ଏ ନେଇ କମ୍ପାନୀ କହିଛି ଯେ, ଏହି କାର ୩୦୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ, କିନ୍ତୁ ଏହାର ମାଇଲେଜ୍‌ର ପ୍ରକୃତ ଆକଳନ ବିଷୟରେ କୌଣସି ପ୍ରକାରର ଘୋଷଣା କରାଯାଇନାହିଁ। ନୂଆ ଟିଗର ଇଭି ପାଇଁ ସବୁଠାରୁ ବଡ ଅପଡେଟ୍ ପାୱାର୍ ଟ୍ରେନ୍ ଫ୍ରଣ୍ଟ ଦେଖାଯାଉଛି, ଯାହା ବର୍ତ୍ତମାନ କମ୍ପାନୀର ଜିପଟ୍ରନ୍ ଇଭି ପାୱାର୍ ଟ୍ରେନ୍ ସହିତ ଲେସ୍ କରାଯାଇଛ । ଏହି ଟେକ୍ନୋଲୋଜି ପ୍ରଥମେ ନେକ୍ସନ୍ ଇଲେକ୍ଟ୍ରିକ୍ରେ ବ୍ୟବହୃତ ହୋଇଥିଲା। ଏହାର ଇଲେକ୍ଟ୍ରିକ୍ ମୋଟର ୭୫ଏଚ୍‌ପିର ପାୱାର ଏବଂ ୧୭୦ଏନ୍‌ଏମ୍‌ ପିକ୍ ଟର୍କ ଉତ୍ପାଦନ କରେ। ଏହି କାର ମାତ୍ର ୫.୭ ସେକେଣ୍ଡରେ ଶୂନ୍‌ରୁ ୬୦ କିଲୋମିଟର ବେଗରେ ଯିବ। କମ୍ପାନୀ ଏହି କାରରେ ୨୬କେଡବ୍ଲ୍ୟୁଏଚ୍‌ କ୍ଷମତା ବିଶିଷ୍ଟ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରିଛି।
ଫାଷ୍ଟ ଚାର୍ଜର ସହିତ ଟିଗର ଇଭି ମାତ୍ର ୬୦ ମିନିଟରେ ଶୂନ୍‌ରୁ ୮୦ ପ୍ରତିଶତ ଚାର୍ଜ ହୋଇପାରିବ। ଏହି କାରକୁ ୧୩.୯୯ ଲକ୍ଷରୁ ୧୬.୮୫ ଲକ୍ଷ ଟଙ୍କା ମଧ୍ୟରେ ବଜାରକୁ ଅଣାଯାଇପାରେ। ଷ୍ଟାଣ୍ଡାର୍ଡ ପେଟ୍ରୋଲ୍ ଭର୍ସନ୍ ଟିଗରଠାରୁ ଏହାର ମୂଲ୍ୟ ୧.୫ ଲକ୍ଷରୁ ୨ଲକ୍ଷ ଟଙ୍କା ଅଧିକ ହୋଇପାରେ, ଯାହାର ପ୍ରାରମ୍ଭିକ ମୂଲ୍ୟ ୭.୮୧ ଲକ୍ଷ ଟଙ୍କା ରହିଛି।

26 Aug 2021 By The Sakala

https://www.thesakala.in/automobile/tata-tigor-electric-car-350km-range/article-4918
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp