ହିରୋ ଆଣିଲା ନୂଆ ଗାଡ଼ି: ୩ ମିନିଟରେ ତିନିଚକିଆ ପାଲଟିଯିବ ୨ ଚକିଆ ଯାନ

The Sakala Picture
Published On

ନୂଆଦିଲ୍ଲୀ: ହିରୋ ମୋଟୋକ୍ରପ ଏକ ନୂଆ ଇଲେକ୍‌ଟ୍ରିକ ଗାଡ଼ି ଉପସ୍ଥାପନ କରିଛି। ଏହା ଉଭୟ ତିନି ଚକିଆ ଏବଂ ୨ ଚକିଆ ଗାଡ଼ିର କାମ କରୁଛି। ଅର୍ଥାତ୍‌ ତିନି ଚକିଆ ଗାଡ଼ିକୁ ସହଜରେ ୨ ଚକିଆ ଗାଡ଼ିରେ ପରିବର୍ତ୍ତନ କରି ହେବ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ହିରୋ ଏହାର ନାମ ସର୍ଜ ରଖିଛି। ଜୟପୁରରେ ଆୟୋଜିତ ହିରୋ ୱାର୍ଲ୍ଡ ୨୦୨୪ରେ ସର୍ଜ ଏସ୍‌୩୨ ଉପସ୍ଥାପନ କରିଛି। ଏହା ଏକ ବହୁମୁଖୀ ଗାଡ଼ି। ଅର୍ଥାତ୍‌ […]

ନୂଆଦିଲ୍ଲୀ: ହିରୋ ମୋଟୋକ୍ରପ ଏକ ନୂଆ ଇଲେକ୍‌ଟ୍ରିକ ଗାଡ଼ି ଉପସ୍ଥାପନ କରିଛି। ଏହା ଉଭୟ ତିନି ଚକିଆ ଏବଂ ୨ ଚକିଆ ଗାଡ଼ିର କାମ କରୁଛି। ଅର୍ଥାତ୍‌ ତିନି ଚକିଆ ଗାଡ଼ିକୁ ସହଜରେ ୨ ଚକିଆ ଗାଡ଼ିରେ ପରିବର୍ତ୍ତନ କରି ହେବ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ହିରୋ ଏହାର ନାମ ସର୍ଜ ରଖିଛି। ଜୟପୁରରେ ଆୟୋଜିତ ହିରୋ ୱାର୍ଲ୍ଡ ୨୦୨୪ରେ ସର୍ଜ ଏସ୍‌୩୨ ଉପସ୍ଥାପନ କରିଛି। ଏହା ଏକ ବହୁମୁଖୀ ଗାଡ଼ି। ଅର୍ଥାତ୍‌ ବିଭିନ୍ନ କାମରେ ଏହାକୁ ବ୍ୟବହାର କରାଯାଇପାରିବ। ଏହା ତିନି ଚକିଆ ମାଲବାହୀ ଗାଡ଼ି ସହିତ ଇଲେକ୍‌ଟ୍ରିକ୍‌ ସ୍କୁଟର ଭାବେ ମଧ୍ୟ କାମ କରିବ। କାର୍ଗୋ ଥ୍ରି-ହ୍ବିଲର ଭିତରେ ଟୁ-ହ୍ବିଲର ତଥା ସ୍କୁଟର ଛପି ରହିଥାଏ। ତିନି ଚକିଆ ଗାଡ଼ିର ଆଗ ସିଟ୍‌ରେ ୨ ଜଣ ବସିପାରିବେ। କିନ୍ତୁ ସ୍କୁଟର ଅଲଗା ହୋଇଯିବା ପରେ ଏହାର ସିଟ୍‌ ବାହାରି ଆସିଥାଏ।

କମ୍ପାନୀ ଅନୁଯାୟୀ, ଏହି ଗାଡ଼ିକୁ ଭାଗ ଭାଗ କରିବା ପାଇଁ ମାତ୍ର ୩ ମିନିଟ ସମୟ ଲାଗିଥାଏ। କମ୍ପାନୀ ଏହି ସିରିଜର ୪ଟି ଭାରିଆଣ୍ଟ ଏସ୍‌୩୨ ପିଭି, ଏସ୍‌୩୨ ଏଲ୍‌ଡି, ଏସ୍‌୩୨ଏଚ୍‌ଡି ଏବଂ ଏସ୍‌୩୨ ଏଫ୍‌ବିକୁ ବଜାରକୁ ଛାଡ଼ିବ। ହିରୋ ୱାର୍ଲ୍ଡ ୨୦୨୪ରେ ଏସ୍‌ ୩୨ ଏଲ୍‌ଡି ମଡେଲକୁ ପ୍ରଦର୍ଶିତ କରାଯାଇଥିଲା। ତେବେ ଦୁଇ ଏବଂ ତିନି ଚକିଆ ଯାନର ଅଲଗା ଅଲଗା ବୈଶିଷ୍ଟ୍ୟ ରହିଛି। ତିନି ଚକିଆ ଗାଡ଼ିରେ ୧୦କିଲୋୱାଟର ଶକ୍ତି ମିଳିଥାଏ। ଏଥିପାଇଁ ୧୧ କେଡବ୍ଲ୍ୟୁଏଚର ବ୍ୟାଟେରି ସଂଯୋଗ କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି। ସେହିପରି ଦୁଇ ଚକିଆରେ ୩ କିଲୋୱାଟ ଶକ୍ତି ମିଳୁଛି। ଏଥିପାଇଁ ୩.୫ କେଡବ୍ଲ୍ୟୁଏଚ୍‌ର ବ୍ୟାଟେରୀ ଲାଗିଛି। ଏହା ଘଣ୍ଟାପ୍ରତି ୬୦ କିମି ବେଗରେ ଗତି କରିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର